କିଡ଼ନୀ ଶରୀର ର ମହତ୍ଵପୁର୍ଣ ଅଙ୍ଗ ମାନଙ୍କ ମଧ୍ୟରୁ ଗୋଟିଏ l ଯଦି କିଡ୍ନୀ ରେ କୌଣସି ଅସୁବିଧା ଦେଖା ଯାଇଥାଏ ତେବେ ଏହାର ସମ୍ପୂର୍ଣ ପ୍ରଭାବ ଶରୀର ଉପରେ ପଡିଥାଏ ଓ ଶରୀରରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ l କିଡନୀ ରେ ସିସ୍ଟ ହେବା ଗୋଟିଏ ଗାମ୍ବିର ସମସ୍ୟା ଅଟେ l ଯାହାକି କିଡ୍ନୀ ରେ ଛୋଟ ବଡ଼ ଅନେକ ପ୍ରକାରର ଗେଟା ଦେଖିବାକୁ ମିଳିଥାଏ l ଏହାକୁ ସାମାନ୍ୟ ଭାବି ଅଣଦେଖା କରିବା ଉଚିତ ନୁହେଁ l ଆସନ୍ତୁ ଜାଣିବା କିଡ୍ନୀ ରେ ଶିଷ୍ଟ ହେବା ଦ୍ୱାରା କେଉଁସବୁ ସମସ୍ୟା ଦେଖା ଯାଇଥାଏ l
– ପରିଶ୍ରା ରେ ରକ୍ତ ଆସିବା – କିଡ୍ନୀ ରେ ଶିଷ୍ଟ ସମସ୍ୟା ଦେଖାଗଲେ ଅନେକ ସମୟରେ ପରିଶ୍ରା କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ ଓ ସହଜ ରେ ପରିଶ୍ରା ହୋଇ ନଥାଏ l ଏପରି ସ୍ଥିତିରେ ଅନେକ ସମୟରେ ପରିଶ୍ରା ବ୍ଲକ ହୋଇ ଯାଇଥାଏ l ଯାହାଦ୍ୱାରା ପରିଶ୍ରା ରେ ରକ୍ତ ପଡିବା ଭଳି ସମସ୍ୟା ଦେଖା ଯାଇଥାଏ l
– ଜ୍ୱର ଆସିବା – କିଡ୍ନୀ ରେ ଶିଷ୍ଟ ସମସ୍ୟା ଦେଖାଯିବା ଦ୍ୱାରା କିଡ୍ନୀ ରେ ଇନଫେକ୍ସନ ସହିତ ବାରମ୍ବାର ଜ୍ୱର ଆସିଥାଏ l କିଛି ଲୋକଙ୍କୁ ଶୀତ ଲାଗି ମଧ୍ୟ ଜ୍ୱର ଆସିଥାଏ l ଆମେ ଏହାକୁ ଭାଇରଲ ଜ୍ୱର କିମ୍ବା ମ୍ୟାଲେରିଆ ଜ୍ୱର ବୋଲି ଭାବି ନେଇଥାଉ l କିନ୍ତୁ ଯଦି ଏଭଳି ହେଉଛି ତେବେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ l
– ବାରମ୍ବାର ପରିଶ୍ରା ଲାଗିବା – କିଡ୍ନୀ ରେ ପରିଶ୍ରା ହେବା ଦ୍ୱାରା ଅନେକ ସମୟରେ ପରିଶ୍ରା ବ୍ଳକେଜ ହୋଇଥାଏ l କିନ୍ତୁ ବେଳେବେଳେ ବାରମ୍ବାର ପରିଶ୍ରା ମଧ୍ୟ ହୋଇଥାଏ l ଗୋଟିଏ ଦିନରେ ଅଧିକ ରୁ ଅଧିକ ସମୟ ପରିଶ୍ରା ମଧ୍ୟ ହୋଇଥାଏ l ଯାହାକୁ ଅଣଦେଖା କରିବା ଉଚିତ ନୁହେଁ l
– ଅଣ୍ଟା ଓ ପେଟ ରେ ଯନ୍ତ୍ରଣା – କିଡ୍ନୀ ରେ ସିସ୍ଟ ହେବା ଦ୍ୱାରା ଶରୀରର କିଛି ଅଂଶରେ ଯେପରିକି ଅଣ୍ଟା, ପେଟ ର ଉପରି ଭାଗ କିମ୍ବା ସାଇଡ ରେ ଯନ୍ତ୍ରଣା ଅନୁଭବ ହୋଇଥାଏ l କିଛି ଲୋକେ ଏହାକୁ ଗ୍ୟାସ ସମସ୍ୟା ବୋଲି ଭାବି ବସନ୍ତି l ବିନା କୌଣସି କାରଣ ରେ ଏହି ସ୍ଥାନ ରେ ଯନ୍ତ୍ରଣା ହେବା କିଡ୍ନୀ ଶିଷ୍ଟ ର କାରଣ ର ସଂକେତ ହୋଇଥାଏ l
– ପେଟ ଫୁଲିବା – କିଡ୍ନୀ ରେ ଶିଷ୍ଟ ହେବା ଦ୍ୱାରା ପେଟ ଉପରେ ଗଭୀର ପ୍ରଭାବ ପଡିଥାଏ l ଅନେକ ସମୟରେ ଶିଷ୍ଟ ର ଆକାର ଖୁବ ବଡ଼ ହୋଇଥାଏ l ଏପରି ସ୍ଥିତି ରେ ପେଟ ଫୁଲିବା ସହିତ ପେଟରେ ଯନ୍ତ୍ରଣା ହୋଇଥାଏ ଯାହାକି ଅସହନୀୟ ହୋଇଥାଏ l