ସାକ୍ଷୀଗୋପାଳ ତା ସ୍ଥାନୀୟ ଭାରତଗ୍ୟାସ ଡିପୋ ନିକଟରେ ୟଙ୍ଗ ଇଣ୍ଡିଆ, ଲୁବସାମ୍ ହେଲଥ୍ କେୟାର, ଆମୋରି ହସ୍ପିଟାଲ, ସ୍ବାସ୍ଥ୍ୟ ଲାବରଟେରୀ, ଇନୋଭେଟିଭ ସ୍ମାଇଲ ଲରେନ୍ସ ଏବଂ ମୟୋ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ବ ସ୍ଵାସ୍ଥ୍ୟଦିବସ ପାଳିତ ହୋଇଯାଇଛି। ଏହି ଶିବିରରେ ସ୍ବାସ୍ଥ୍ୟ ସଚେତନତା, ସ୍ବାସ୍ଥ୍ୟ ପରାମର୍ଶ ଓ ବିଭିନ୍ନ ପରୀକ୍ଷା ଯୋଗାଇ ଦିଆଯାଇଥିଲା। ୟଙ୍ଗ ଇଣ୍ଡିଆ ର ସଭାନେତ୍ରୀ ହେଲଥ୍ ଭଟିକାଲ୍ ଡାକ୍ତର ପରସ୍ମିତା ତଜସ୍ବୀନ, ଲୁବସାମ୍ ହେଲଥ୍ କେୟାର ର ପରିଚାଳନା ନିର୍ଦ୍ଦେଶକ ଶେଖ୍ ଅବଦୁଲ ସମିମ୍ ପ୍ରଦିପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ। ଦନ୍ତ ଵିଭାଗର ଡାକ୍ତର ସ୍ଵସ୍ତିକ ଶତପଥି, ଡାକ୍ତର ଲନସ୍ ରୋଦ୍ରୀ, ଡ଼ାକ୍ତର ଶୁଭପ୍ରୀୟା ରାଉତ, ଚକ୍ଷୁ ବିଭାଗର ଡାକ୍ତର ସୁଜିଲ ନନ୍ଦୀ, ଶିଶୁ ଵିଭାଗର ଡ଼ାକ୍ତର ସ୍ମୃତି ଦାସ ମହାପାତ୍ର ଓ ଭେଷଜ ଵିଭାଗର ଡ଼ାକ୍ତର ସୁବାଷ ଚନ୍ଦ୍ର ପାଢ଼ୀ ଚିକିତ୍ସା ପରାମର୍ଶ ଯୋଗାଇ ଦେଇଥିଲେ। ଲୁବସାମ୍ ହେଲଥ୍ କେୟାର ପରିଚାଳକ ଝୁନା ସେନାପତି, ମାର୍କେଟିଂ ମୂଖ୍ୟ ଡ଼ମ୍ଵରୁଧର ମଲ୍ଲିକ ଓ ଉପସଭାପତି ବିକ୍ରମ କୁମାର ପରିଚାଳନା ରେ ସହଯୋଗ କରିଥିଲେ। ଆଖପାଖ ଅଞ୍ଚଳର ୨ ଶହରୁ ଉର୍ଦ୍ଧ ଲୋକ ଚିକିତ୍ସିତ ହୋଇଥିଲେ। ସେହିପରି ଜାତୀୟ ଆୟୁଷ ମିଶନ ପକ୍ଷରୁ ସେବକସାହି ଗ୍ରାମର ଜାଗେଶ୍ବରୀ ମଣ୍ଡପ ରେ ଏକ ଭ୍ରାମ୍ୟମାଣ ଆୟୁଷ ଚିକିତ୍ସା ଶିଵିର ଅନୁଷ୍ଠିତ ହୋଇଥିଲା। ଡ଼ାକ୍ତର ଦୁର୍ଯ୍ୟୋଧନ ଵେହେରା, ଡାକ୍ତର ବିପିନ ବିହାରୀ ଦାସ, ଡାକ୍ତର ଦୀପ୍ତିଶିଖା ସାହୁ ଚିକିତ୍ସା ସେଵା ଓ ସଚେତନତା ପ୍ରଦାନ କରିଥିଲେ। ସୌଭାଗ୍ୟ ଲକ୍ଷ୍ମୀ ପ୍ରଧାନ ଓ ମନୋଜ କୁମାର ଷଡ଼ଙ୍ଗୀ ସହଯୋଗ କରିଥିଲେ।
