Odisha news

ଲିଭର କୁ ଡିଟକ୍ସ କରିବା ପାଇଁ ନିୟମିତ ସେବନ କରନ୍ତୁ ଏହି ୯ଟି ଖାଦ୍ୟ, ଆସନ୍ତୁ ଜାଣିବା ସେଗୁଡିକ କଣ

0

ଯକୃତ ବା ଲିଭର ଶରୀରର ଗୋଟିଏ ମହତ୍ଵପୁର୍ଣ ଅଙ୍ଗ ଅଟେ l ଏହା ଗୋଟିଏ ଅଧିକ କାର୍ଯ୍ୟଶୀଳ ଅଙ୍ଗ ଭାବରେ ପରିଚିତ l ଯକୃତ ଶରୀରର ଖରାପ ଟକ୍ସିନ ବାହାର କରିବାରେ ସାହାଯ୍ୟ କରିଥାଏ l  ରକ୍ତକୁ ଫିଲ୍ଟର କରିବାରେ ସାହାଯ୍ୟ କରିଥାଏ ଲିଭର l ଏହାଛଡା ବ୍ଲଡ଼ କୁ ନିୟନ୍ତ୍ରଣ କରିବାରେ ଅଟକାଇ ଥାଏ ଲିଭର l ମଣିଷର ଯକୃତ ଭିଟାମିନ ଓ ମିନେରାଲସ କୁ ମଧ୍ୟ ସାରାଂକ୍ଷିତ କରି ରଖିବା ଭଳି କାର୍ଯ୍ୟ କରିଥାଏ l ତେଣୁ ଲିଭର କୁ ସୁରକ୍ଷିତ ରଖିବା ପାଇଁ କିଛିଟା ଖାଦ୍ୟକୁ ନିଜର ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଉଚିତ l

* ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ କଣ –
– ପତ୍ରଯୁକ୍ତ ସବୁଜ ପନିପରିବା ଲିଭର କୁ ସଫା ରଖିବାରେ ସାହାଯ୍ୟ କରିଥାଏ l  ଏଥିରେ ଅନେକ କ୍ୟାଲୋରୀ ରହିଥାଏ, ଯାହାକି ଲିଭର ର ଡିଟକ୍ସିଫାଇ ଏଜେଣ୍ଟ ଭାବରେ କାର୍ଯ୍ୟ କରିଥାଏ l  ଏଥିରେ ମଧ୍ୟ ଉଚ୍ଚ ମାତ୍ରାରେ ଫାଇବର ରହିଥାଏ l

– ସେଓ ବା ଆପେଲ ରେ ପେକ୍ଟିନ ଭଳି କିଛି ପୋଲିଫିନଲସ ରହିଥାଏ, ଯାହାକି ଲିଭର ପାଇଁ ଖୁବ ଉପଯୋଗୀ l  ଏହି ତତ୍ୱ ଲିଭର କୁ ଡିଟକ୍ସିଫାଇ କରିବା ସହିତ ସଫା ରଖିଥାଏ l  ପେଟ କୁ ସେଓ ସଫା ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

– ପ୍ରାୟ ଅନେକ ଲୋକ ସକାଳୁ ଉଠିଲେ ଗ୍ରୀନ ଟି ସେବନ କରି ଥାଆନ୍ତି l  ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଲିଭର କୁ ସୁରକ୍ଷିତ ରଖିବା ସହ ସଫା ରଖିବାରେ ସାହାଯ୍ୟ କରେ l  ତେଣୁ ବିଶେଷଜ୍ଞ ଙ୍କ ମତରେ ଯେଉଁ ବ୍ୟକ୍ତିମାନେ ସକାଳୁ ଗ୍ରୀନ ଟି ସେବନ କରୁଛନ୍ତି, ସେମାନଙ୍କ ପାଇଁ ଖୁବ ଭଲ l

– ବିଟ ରୁଟ ଓ ଗାଜର ଏହି ଦୁଇଟି ଜିନିଷ ପୋଷକ ତତ୍ୱରେ ଭରପୁର ରହିଥାଏ l ଏହି ଦୁଇଟି ଜିନିଷ ରେ ପ୍ରସ୍ତୁତ ଜୁସ ଯଦି ଆପଣ ନିୟମିତ ସେବନ କରିବେ ଲିଭର ଡିଟକ୍ସ ରାହିବାରେ ଅନେକ ମାତ୍ରାରେ ସାହାଯ୍ୟ କରିବ l ତେଣୁ ନିୟମିତ ଲିଭର କୁ ସୁସ୍ଥ ରଖିବା ପାଇଁ ଏହି ୨ଟି ଜିନିଷ କୁ ସେବନ କରନ୍ତୁ l

– ଟମାଟୋ ଡ଼ାଈଜେଷ୍ଟିଭ ଏଞ୍ଜାଇମ କୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l ଏହାଛଡା ଲିଭର କୁ ଡିଟକ୍ସିଫାଇ କରିବାରେ ମଧ୍ୟ ଟମାଟୋ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

– ଭିଟାମିନ ସି ଯୁକ୍ତ ବିଭିନ୍ନ ପ୍ରକାରର ଖଟା ଫଳମୂଳ ମଧ୍ୟ ଲିଭର କୁ ସଫା ରଖିବାରେ ସାହାଯ୍ୟ କରିଥାଏ l  ଯେପରିକି ଲେମ୍ବୁ, ଖଟା କମଳା, ଅଙ୍ଗୁର ଇତ୍ୟାଦି ନିଜ ଖାଇବାରେ ସାମିଲ କରନ୍ତୁ l

– ସଲଫର ଲିଭର ପାଇଁ ଖୁବ ଉପଯୋଗୀ ଅଟେ l ଖାଦ୍ୟ ବିଶେଷଜ୍ଞ ଙ୍କ ମତରେ ଅଦା ରେ ଥିବା ସଲଫର ଲିଭର ର କାର୍ଯ୍ୟକୁ ଦ୍ରୁତ ଗତିରେ ବଢାଇବାରେ ସାହାଯ୍ୟ କରିଥାଏ l ତେଣୁ ଅଦା ଯୁକ୍ତ ପାଣି ସେବନ କରିବା ଖୁବ ହିତକର l

– ଯକୃତ ର କାର୍ଯ୍ୟ ଦକ୍ଷତା କୁ ବୃଦ୍ଧି କରିବା ପାଇଁ ଓ଼ମେଗା 3ଫ୍ୟାଟି ଏସିଡ ଆବଶ୍ୟକ l  ତେଣୁ ଅଖରୋଟ ରେ ଥିବା ଓ଼ମେଗା 3ଫ୍ୟାଟି ଏସିଡ ଲିଭର କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ l

– ହଳଦୀ ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଲିଭର ର କୋଷିକା ଗୁଡିକୁ ସୁରକ୍ଷା ପ୍ରଦାନ କରିଥାଏ ଓ ଲିଭର ଡିଟକ୍ସିଫାଇ କରିବାରେ ସାହାଯ୍ୟ କରେ l ଯାହାଦ୍ୱାରା ଲିଭର ସୁରକ୍ଷିତ ରହିଥାଏ l

Nalco
Leave A Reply