୯ଟି ପାୱାରଫୁଲ ମେମୋରୀ ବୁଷ୍ଟିଙ୍ଗ ଭିଟାମିନ ଯାହାକି ମସ୍ତିଷ୍କ କୁ କରିଥାଏ ଷ୍ଟ୍ରଙ୍ଗ, ନିହାତି ଛୋଟ ପିଲା ଖାଇବା ଜରୁରୀ
ଆମ ଦୈନନ୍ଦିନ ଜୀବନରେ ଆମେ ଯେତେ ଗୁଡିଏ ଖାଦ୍ୟ ଖାଇଥାଉ ତାହା ଅଳ୍ପ ବହୁତେ ଆମ ଜୀବନ ରେ ସୁସ୍ଥ ରହିବା ପାଇଁ ଆବଶ୍ୟକତା ହୋଇଥାଏ l କିନ୍ତୁ ଏଭଳି କିଛି ଫଳମୂଳ, ପନିପରିବା, ଏବଂ ଅନ୍ୟ କିଛି ଖାଦ୍ୟ ରହିଥାଉ ଯାହା ବିଶେଷ ଭାବରେ ଆମର ମସ୍ତିଷ୍କ ର ମେମୋରୀ କୁ ଷ୍ଟ୍ରଙ୍ଗ କରିଥାଏ l
– ଭିଟାମିନ ସି ରହିଥିବା ଖାଦ୍ୟ ଗୁଡିକ –
ଅଙ୍କୁରିତ ହୋଇଥିବା ଶସ୍ୟ ଜାତୀୟ ଜିନିଷ , ଖଟାଫଳ, ଷ୍ଟ୍ରବେରୀ , ବ୍ରକୋଲି, କିବି, ବନ୍ଧା କୋବି, ଇତ୍ୟାଦି କୁ ସେବନ କରିବା ଦ୍ୱାରା ଶରୀରରେ ଭିଟାମିନ ସି ର କମି ଠିକ ରହିଥାଏ l ଏଥିରେ ଥିବା ଆଣ୍ଟି ଅକ୍ସୀଡାଂଟ ଓ ରହିଥିବା ଅନ୍ୟ ପୋଷାକ ତତ୍ୱ ମେମୋରୀ କୁ ବୁଷ୍ଟ କରିଥାଏ l
– ଭିଟାମିନ ଇ ରହିଥିବା ଖାଦ୍ୟ ପଦାର୍ଥ ଗୁଡିକ –
ବିଭିନ୍ନ ପ୍ରକାରର ନଟସ, ଗହମ ଓ ଅନ୍ୟ ଅଙ୍କୁରିତ ଶସ୍ୟ ରେ ଭିଟାମିନ ଇ ଭରପୁର ମାତ୍ରା ରହିଥାଏ l ଏହି ଜିନିଷ ଗୁଡିକୁ ସେବନ କରିବା ଦ୍ୱାରା ମେମୋରୀ ବଢାଇବା ସହିତ କାର୍ଯ୍ୟରେ ଫୋକସ ବଢାଇବାରେ ସାହାଯ୍ୟ କରିଥାଏ l
– ମଗ୍ନେଶୀୟମ ରହିଥିବା ଖାଦ୍ୟ ଗୁଡିକ ହେଲା –
ସେଓ, ଜୁଆଣି, ଚେରୀ, ଏନ୍ଜିର, ଅମୃତ ଭଣ୍ଡା, ଆଳୁ, ସବୁଜ ଶାଗ ଓ ଅଖରୋଟ ରେ ଭରପୁର ମାତ୍ରାରେ ମଗ୍ନେଶୀୟମ ରହିଥାଏ l ଏହି ସମସ୍ତ ମେମୋରୀ ବୁଷ୍ଟିଙ୍ଗ ସୁପର ଫୁଡ ଭାବରେ ଆମ ଜୀବନ ରେ ଖୁବ କାମରେ ଆସିଥାଏ l
– ଫ୍ଲେବୋନଏଡ଼ –
ପିଆଜ, ବନ୍ଧା କୋବି, ବ୍ରକୋଲି, ଫୁଲ କୋବି, କମଳା, କ୍ୟାପସିକମ, ଅଙ୍କୁରିତ ଶସ୍ୟ ରେ ଫ୍ଲେବୋ ନଏଡ ପ୍ରଚୁର ମାତ୍ରାରେ ରହିଥାଏ l ନିଜର ମେମୋରୀ ଷ୍ଟ୍ରଙ୍ଗ କରିବା ପାଇଁ ଏହି ଜିନିଷ ଗୁଡିକୁ ନିୟମିତ ଖାଦ୍ୟରେ ସାମିଲ କରିବା ଜରୁରୀ l
– କେରୋଟେନାଇଡ୍ସ –
ଗାଜର, ଅଙ୍କୁରିତ ଶସ୍ୟ, କନ୍ଦମୂଳ, ପାଳଙ୍ଗ, ଟମାଟୋ, କମଳା କେରୋଟେନାଇଟ୍ସ ରୁ ଭରପୁର ମାତ୍ରାରେ ରହିଥାଏ l ଯଦି କେରୋନାଇଟ୍ସ ସେବନ କରିବାକୁ ଚାହୁଁଛନ୍ତି ତେବେ ଏହି ଖାଦ୍ୟ ସ୍ରୋତ ଗୋଟିଏ ଉତ୍ତମ ମାଧ୍ୟମ ଅଟେ l
– ଭିଟାମିନ ବି 6-
ଭିଟାମିନ ବି 6 ବ୍ରେନ ପାୱାର କୁ ବୁଷ୍ଟ କରିଥାଏ l ଯେତେବେଳେ ବି ଆପଣ ଭିଟାମିନ ବି 6 ସେବନ କରିବାକୁ ଚାହୁଁଛନ୍ତି ସେତେବେଳେ ତାହାକୁ ବି କମ୍ପ୍ଲେକ୍ସ ସପ୍ଲିମେଣ୍ଟ ସହିତ କିମ୍ବା ଭିଟାମିନ ସି ସହିତ ସେବନ କରନ୍ତୁ l
– ଭିଟାମିନ ବି 12 –
ଭିଟାମିନ ବି 12ଦୁଗ୍ଧ, ଚିକେନ, ମାଛ ଓ ଅଣ୍ଡାରେ ପ୍ରଚୁର ମାତ୍ରାରେ ରହିଥାଏ l ଯଦି ଆପଣ ନିରାମିଷାଶୀ ଅଟନ୍ତି ତେବେ ଭିଟାମିନ ବି 12ସପ୍ଲିମେଣ୍ଟ ଭାବରେ ସେବନ କରିପାରିବେ l
– ଲେସିଥିନ –
ଲେସିଥିନ ପ୍ରାକୃତିକ ଭାବରେ ଅଣ୍ଡା, ଅଳମଣ୍ଡ, ରାଶି, ସୋୟାବିନ, ଗୋଟା ଶସ୍ୟ ରେ ମହଜୁଦ ରହିଥାଏ l ସେଠାରେ ଅନ୍ୟ ପକ୍ଷରେ ଏହି ଖାଦ୍ୟ ସେବନ ଦ୍ୱାରା ମେମୋରୀ ବୁଷ୍ଟ ହୋଇଥାଏ l
– ଫୋସଫେଟିଡ଼ାଈଲଶିରୀନ –
ଏହି ଉପାଦାନ ଟି ଆପଣ ଗୋଟିଏ ସପ୍ଲିମେଣ୍ଟ ଭାବରେ ସେବନ କରି ପାରିବେ କିନ୍ତୁ ଏହା ପ୍ରଚୁର ମାତ୍ରାରେ ସୋୟାବିନ ରେ ରହିଥାଏ l ଯାହା ଆମ ମସ୍ତିଷ୍କ କୁ ଷ୍ଟ୍ରଙ୍ଗ କରିବାରେ ସାହାଯ୍ୟ କରିଥାଏ l
