Odisha news

ଗବେଷଣା କହୁଚି : ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ସୈନ୍ଧବ୍ ଲବଣ ହେଉଛି ରାମ ବାଣ , ଜାଣନ୍ତୁ କିପରି କରିବେ ବ୍ୟବହାର

0
ଆଜିକାଲି ଖାଇବା ପିଇବାର ଅସୁବିଧା କାରଣରୁ ବ୍ଲଡ଼ ପ୍ରେସର୍ ଓ ଶୁଗର ଭଳି ଅନେକ ସମସ୍ୟା ଦେଖା ଯାଉଛି । ଉଚ୍ଚ ରକ୍ତଚାପ ଯୋଗୁ ହୃତପିଣ୍ଡ ରେ ସମସ୍ୟା ଦେଖା ଦେଇଥାଏ ଓ ହୃଦଘାତ ସମସ୍ୟା ଦେଖା ଦେଇଥାଏ ।
ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଘାତକ ଅଟେ ଏହି ଲୁଣ -:
ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ସାଧାରଣ ଲୁଣ ପ୍ରାଣ ଘାତକ ଅଟେ। ସେଥିପାଇଁ ତାଙ୍କୁ କମ ଲୁଣ ଖାଇବାକୁ କୁହା ଯାଇଥାଏ । ତେଣୁ ଆଜି ଆସନ୍ତୁ ଜାଣିବା ସାଧାରଣ ଲୁଣ ବଦଳରେ କଣ ଖାଇବା ଜରୁରୀ ।
କଣ କହୁଚି ଗବେଷଣା –
ଗବେଷଣା ଅନୁସାରେ ସାଧାରଣ ଲୁଣ ଅପେକ୍ଷା ଶୈନ୍ଧବ୍ ଲୁଣ ଶରୀର ପକ୍ଷରେ ଖୁବ୍ ହିତକର । ସୈନ୍ଧବ ଲୁଣ କେମିକାଲ ବିହୀନ ହେବା ଛଡ଼ା ବିନା ପ୍ରୋସେସ ରେ ପ୍ରସ୍ତୁତ ହୋଇଥାଏ । ଏହା ଏକ ପ୍ରାକୃତିକ ଲୁଣ ଅଟେ । ଯାହାକି ଶରୀର ପାଇଁ ଖୁବ୍ ହିତକର ଅଟେ । ଯାହାକୁ ଇଂରାଜୀ ରେ ପିଙ୍କ୍ ଶଲ୍ଟ ମଧ୍ୟ କୁହାଯାଏ ।
ଶୈନ୍ଧବ ଲବଣ ଖାଇବାର ଲାଭ :-
– ଶୈନ୍ଧବ ଲବଣ ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ କରିବାର ଶକ୍ତି ରହିଥାଏ , ତେଣୁ ପ୍ରତିଦିନ ନିଜ ଖାଦ୍ୟରେ ସାଧାରଣ ଲୁଣ ବଦଳରେ ଶୈନ୍ଧବ ଲବଣ ବ୍ୟବହାର କରନ୍ତୁ ।
– ଶୈନ୍ଧବ ଲବଣ ରେ କ୍ୟାଲସିୟମ ଓ ପୋଟାସିୟମ ଭରପୁର ମାତ୍ରାରେ ମିଳିଥାଏ, ଯାହା ଶରୀର ପାଇଁ ଖୁବ୍ ହିତକର ।
– ଯେଉଁ ଲୋକମାନେ ଖୁବ୍ ଶୀଘ୍ର ଥକି ଯାଇ ଥାଆନ୍ତି ସେମାନେ ଶୈନ୍ଧବ ଲବଣ ସେବନ କରିବା ଆବଶ୍ୟକ ।
– ଶୈନ୍ଧବ ଲବଣ ଚକ୍ଷୁ ପାଇଁ ଖୁବ୍ ହିତକର ତେଣୁ ଏହାକୁ ସେବନ କରିବା ଉଚିତ୍ ।
– ଯଦି ଆପଣ ପାଚନ ସମ୍ବନ୍ଧୀୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ତେବେ ଶୈନ୍ଧବ ଲବଣ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଏହାଦ୍ବାରା ପେଟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।
– ଶୈନ୍ଧବ ଲବଣ ମାଂସପେଶୀ ର ସମସ୍ୟା ଦୂର କରିଥାଏ । ଯେପରିକି ମାଂସପେଶୀ କୁ ରିଲକ୍ସ କରିଥାଏ ।
– ଯଦି ଆପଣଙ୍କ ର ବାନ୍ତି ସମସ୍ୟା ଦେଖା ଯାଉଚି ତେବେ ଶୈନ୍ଧବ ଲବଣ ନିହାତି ସେବନ କରନ୍ତୁ ।
Leave A Reply