Odisha news

ଶରୀରରେ ଅକ୍ସିଯେନ୍ ସ୍ତର ବୃଦ୍ଧି କରିଥାଏ ଏହିସବୁ ଫଳ ଓ ପନିପରିବା , ଯାହା ଆପଣଙ୍କୁ ବିଭିନ୍ନ ରୋଗରୁ କରିଥାଏ ରକ୍ଷା

0
ଶରୀର ପାଇଁ ଅକ୍ସିଯେନ୍ ଖୁବ୍ ଆବଶ୍ୟକ ଏହା ଆମେ ସମସ୍ତେ ଜାଣିଛୁ। ଏପରି ପରିସ୍ଥିତିରେ ଅଧିକାଂଶ ସମୟ ରେ ଶରୀରରେ ଅକ୍ସିଯେନ୍ ସ୍ତର କମି ବିଭିନ୍ନ ପ୍ରକାର ଶାରିରୀକ ସମସ୍ୟା ସୃଷ୍ଟି ହୋଇଥାଏ । ଚିକିତ୍ସକ ଙ୍କ ମତରେ ଶରୀରରେ ଅକ୍ସିଯେନ୍ ସ୍ତର ବୃଦ୍ଧି କରିବା ପାଇଁ ଏପରି କିଛି ଫଳ ର ସେବନ କରିବା ଆବଶ୍ୟକ , ଯାହା ଶରୀର କୁ ଅକ୍ସିଯେନ୍ ଯୋଗାଇବା ସହିତ ପ୍ରଦୂଷଣ ରୁ ମଧ୍ୟ ରକ୍ଷା କରିଥାଏ ।
– ଲେମ୍ବୁ :-
ଲେମ୍ବୁ ରେ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ ଓ ଶରୀରର ଇମ୍ୟୁନିଟି ବୃଦ୍ଧି କରିଥାଏ । ଲେମ୍ବୁ ସେବନ ଦ୍ଵାରା ଶରୀରରେ ଅକ୍ସିଯେନ୍ ସପ୍ଲାଏ ଦୃତ ବେଗରେ ହୋଇଥାଏ ।
– ଅଙ୍ଗୁର :-
ଅଙ୍ଗୁର ଖାଇବା ଦ୍ବାରା ଆମ ତ୍ୱଚ଼ା ଠିକ୍ ରହିଥାଏ ଓ ଫ୍ରି ରେଡିକୁଲସ ରୁ ରକ୍ଷା କରିଥାଏ ତା ସହିତ ଶରୀରର ଅକ୍ସିଯେନ୍ ସ୍ତର ମଧ୍ୟ ବୃଦ୍ଧି ହୋଇଥାଏ ।
– ତରଭୁଜ :-
ଗ୍ରୀଷ୍ମ ଋତୁରେ ତରଭୁଜ ଶରୀରକୁ ଜଳୀୟ ଅଂଶ ଯୋଗାଇବା ସହିତ ତରଭୁଜ ରେ ଥିବା ଲାଇକୋ ପିନ୍, ଭିଟାମିନ ସି ଅଧିକ ମାତ୍ରାରେ ମିଳି ଥିବାରୁ ଅକ୍ସିଯେନ୍ ସ୍ତର ଠିକ୍ ରଖି ପ୍ରଦୂଷଣ ରୁ ମଧ୍ୟ ଦୂରେଇ ରଖିଥାଏ ।
– ବ୍ରକୋଲି:-
ବ୍ରକୋଲିରେ ଭିଟାମିନ ଓ ଆଣ୍ଟି ଅକ୍ସୀଡ଼ାଣ୍ଟ ଭରପୁର ମାତ୍ରାରେ ରହିଥାଏ । ଯାହାକି ଶରୀରକୁ ଅକ୍ସିଯେନ୍ ଯୋଗାଇବା ସହିତ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
– ଅନ୍ୟ ପାରିବ :-
ଶରୀରରେ ଅକ୍ସିଯେନ୍ ସ୍ତର ଠିକ୍ ରଖିବା ପାଇଁ ଓ ଶରୀରକୁ ପ୍ରଦୂଷଣ ସହିତ ଲଢ଼ିବା ପାଇଁ ରସୁଣ , ପତ୍ର କୋବି , କାକୁଡି , ପାଳଙ୍ଗ ଭଳି ପାରିବ ନିୟମିତ ସେବନ କରିବା ଉଚିତ୍ ।
Leave A Reply