Odisha news

ଗବେଷକଙ୍କ ମତରେ ଏହିସବୁ ପ୍ରାକୃତିକ ଉପାୟରେ ନିଜ ଓଜନ କୁ ନିୟନ୍ତ୍ରଣ କରି ପାରିବେ

0

ଆଜିକାଲି ପ୍ରାୟ ସମସ୍ତଙ୍କ ନିକଟରୁ ଆମେ ଶୁଣିବାକୁ ପାଉଛୁ ଓଜନ ବୃଦ୍ଧିର ଚିନ୍ତା l ଯାହାକି ଗୋଟିଏ ସାଧାରଣ ସମସ୍ୟା ଭାବରେ ପ୍ରତିଟି ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳୁଛି l କିନ୍ତୁ ନିକଟରେ ଭାରତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଏହାକୁ ନେଇ ଗୋଟିଏ ଅଧ୍ୟୟନ କରିଥିଲେ l ଯାହାର ପରିଣାମ ସ୍ୱରୂପ ଜଣା ପଡିଥିଲା ଯେ କିଛିଟା ଆୟୁର୍ବେଦ ଉପାୟ ଦ୍ୱାରା ଓଜନ ହ୍ରାସ କରାଯାଇ ପାରିବ l

– ଉଷୁମ ପାଣି : ଉଷୁମ ପାଣି ଓଜନ ହ୍ରାସ କରିବାରେ ଅନେକ ପରିମାଣରେ ସାହାଯ୍ୟ କରିଥାଏ l ଏହା ଶରୀରର ଜମି ରହିଥିବା ଚର୍ବିକୁ ତରଲାଇବା ପାଇଁ ସାହାଯ୍ୟ କରିଥାଏ l ଏହା ସହିତ ମେଟାବୋଲିଯିମ କୁ ମଧ୍ୟ ସୁଧାରିବାରେ ସାହାଯ୍ୟ କରିଥାଏ l

– ଗ୍ରୀନ ଟି : ସକାଳୁ ଯଦି ଆପଣ ଉଠିବା ମାତ୍ରକେ ଗୋଟିଏ କପ ଗ୍ରୀନ ଟି ସେବନ କରିବେ ଏହା ଆପଣଙ୍କ ଓଜନ ହ୍ରାସ କରିବାରେ ଖୁବ ସହାୟକ ହେବ ଓ ଶରୀରକୁ ଡିଟକ୍ସ କରିବାରେ ଗ୍ରୀନ ଟି ସାହାଯ୍ୟ କରିଥାଏ l

– ଲେମ୍ବୁ : ଆମେ ସମସ୍ତେ ଜାଣିଚୁ ଯେ ଲେମ୍ବୁ ଗୋଟିଏ ପ୍ରାକୃତିକ ଓଜନ ହ୍ରାସ କାରି ପଦାର୍ଥ l ଆୟୁର୍ବେଦ ରେ ଲେମ୍ବୁକୁ ଅଧିକାଂଶ ରୋଗର ଉପଚାର ପାଇଁ ବ୍ୟବହାର କରାଯାଇ ଥାଏ l ସକାଳୁ ଖାଲି ପେଟରେ ହଳଦୀ ସହିତ ଲେମ୍ବୁ ସେବନ କରିବା ଦ୍ୱାରା ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିବା ସହିତ ଓଜନ ମଧ୍ୟ ହ୍ରାସ କରାଇଥାଏ l

– ପ୍ରତିଦିନ ସକାଳୁ ଗୋଲମରିଚ କୁ ଗୁଣ୍ଡ କରି ଲେମ୍ବୁ ପାଣି ସହିତ ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ l ତା ଛଡା ଲେମ୍ବୁ ଓ ଗୋଲମରିଚ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା କୁ ମଧ୍ୟ ଦୂର କରିଥାଏ l

– ମହୁ ଆମ ଶରୀରରେ ଜମି ରହିଥିବା ଚର୍ବି କୁ କମାଇବାରେ ସାହାଯ୍ୟ କରିଥାଏ l ତେଣୁ ପ୍ରତିଦିନ ୨ଥର ଲେଖାଏଁ ମହୁ କୁ ଉଷୁମ ପାଣି ସହିତ ସେବନ କରିବା ଦ୍ୱାରା ଓଜନ ହ୍ରାସ ହେବା ସହିତ ଶରୀର କୁ ଶକ୍ତି ମଧ୍ୟ ମିଳିଥାଏ l

IEC 2 years
Leave A Reply