Odisha news

ଫୁସଫୁସ୍ କୁ ସଫା ରଖିବା ସହ ସୁଦୃଢ କରିଥାଏ ଏହି ୪ଟି ହର୍ବାଲ ଡ୍ରିଙ୍କସ

ଫୁସଫୁସ୍ ଓ ହୃତପିଣ୍ଡ ମାନବ ଶରୀରର ସବୁଠୁ ମହତ୍ତ୍ବପୂର୍ଣ୍ଣ ଅଙ୍ଗ । ତେଣୁ ଏହାର ସ୍ଵତନ୍ତ୍ର ଯତ୍ନ ନେବାକୁ ପଡିଥାଏ । WHO ଦ୍ଵାରା ଜଣା ପଡ଼ିଛି ଯେ ବିଶ୍ଵର ମାତ୍ରା ୯୦% ଲୋକ ପ୍ରଦୂଷିତ ଜଳବାୟୁ ରେ ନିଶ୍ଵାସ ନେଇ ଥାଆନ୍ତି । ଯେତେବଳେ କୌଣସି ବ୍ୟକ୍ତି ପ୍ରଦୂଷିତ ଜଳବାୟୁ ରେ ନିଶ୍ଵାସ ନେଇ ଥାଏ ସେତେବେଳେ ତାର ଫୁସଫୁସ୍ ମଧ୍ୟକୁ ଅନେକ ପ୍ରକାରର ପ୍ରଦୂଷିତ ତତ୍ତ୍ଵ ଯାଇ ଥାଆନ୍ତି । ତେଣୁ ବିଶେଷଜ୍ଞ ମାନଙ୍କ ପକ୍ଷରୁ କୁହାଯାଇଛି ଯେ ଏପରି କିଛି ହର୍ବାଲ ପାନୀୟ ପିଅନ୍ତୂ ଯାହା ଆପଣଙ୍କ ଫୁସଫୁସ୍ ଓ ହାର୍ଟ କୁ ସୁସ୍ଥ ରଖିବ ।
* ହଳଦୀ ର ସେବନ ନିୟମିତ ଭାବରେ କରିବା ଦ୍ଵାରା ରେଷ୍ପିରେଟରି ଟ୍ରାକ ସୁସ୍ଥ ରହିବ । ହଳଦୀ ରେ ଥିବା କରକ୍ୟୁମିନ୍ ଫୁସଫୁସ୍ କୁ ପ୍ରାକୃତିକ ଭାବରେ ସଫା କରିବା ସହ ମଜବୁତ୍ କରିଥାଏ । ହଳଦୀ ଶରୀରକୁ ଦିଟକ୍ସ
କରି ଇମ୍ୟୁନିଟି ବଢ଼ାଇଥାଏ । ଆପଣ ହଳଦୀ ର ସେବନ ପାଣି କିମ୍ବା ଦୁଗ୍ଧ ସହ କରି ପାରିବେ ।
* ପୁଦିନା ରେ ଥିବା ତତ୍ତ୍ଵ ସ୍ଵସନ ପ୍ରଣାଳୀ କୁ ସୁସ୍ଥ ରଖିବା ସହ ସମସ୍ତ ସମସ୍ୟା ଦୁର କରିଥାଏ । ପୁଦିନା ମାଂସପେଶୀକୁ ଠିକ୍ ରଖି ଗଳା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଫୁସଫୁସ୍ ର ବିଭିନ୍ନ ସଂକ୍ରମଣ ଦୁର ହୋଇଥାଏ । ତେଣୁ ଆପଣ ଏହି ପତ୍ରରେ ପ୍ରସ୍ତୁତ ଯେ କୌଣସି ଜିନିଷ ପ୍ରସ୍ତୁତ କରି ସେବନ କରି ପାରିବେ ।
* ଅଦା ରେ ଥିବା ଆଣ୍ଟି ଇମ୍ପ୍ଳାମେଟୋରି ପ୍ରପର୍ଟିଜ ସାଧାରଣ ଥଣ୍ଡା କାଶ ପାଇଁ ହିତକର । ଅଦା ସ୍ୱସନ ପ୍ରଣାଳୀ କୁ ସୁଧ କରିବା ସହ ଫୁଲା କମାଇଥାଏ । ଅଦା ରେ ପୋଟାସିୟମ , ଜିଙ୍କ ଓ ମଗ୍ନେଶୀୟମ ରହିଥିବା କାରଣରୁ ଏହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ । ଆପଣ ଅଦା ପକାଇ ଚା , ଦୁଗ୍ଧ ଓ ଉଷୁମ ପାଣି ମଧ୍ୟ ପିଇ ପାରିବେ ।
* ଗୁଜୁରାତି ସେବନ କରିବା ଦ୍ୱାରା ଫୁସଫୁସ୍ ସୁସ୍ଥ ରହିବା ସହ ଡାଇଯେଷ୍ଟିବ ସିଷ୍ଟମ ମଧ୍ୟ ସୁସ୍ଥ ରହିଥାଏ । ଗୁଜୁରାତି ର ସୁଗନ୍ଧ ମସ୍ତିଷ୍କ କୁ ମଧ୍ୟ ଥଣ୍ଡା ରଖି ଥାଏ ।

Comments are closed.