Odisha news

ଉଚ୍ଚ ରକ୍ତଚାପ ପାଇଁ ଦହି : ନିଜ ଆହାର ରେ ସବୁଦିନ ସାମିଲ କରନ୍ତୁ

ଆମ ଜୀବନ ଶୈଳୀ ସହିତ ଆମର ରକ୍ତ ଚାପ ମଧ୍ୟ କିଛି ମାତ୍ରାରେ ଜଡ଼ିତ ରହିଛି । ବିଶେଷଜ୍ଞ ମାନଙ୍କ ମତରେ ମଣିଷ ର ଆଧୁନିକ ଜୀବନ ଶୈଳୀ ତାର ଶରୀରର ସମସ୍ତ ଅଙ୍ଗ ଉପରେ ପ୍ରଭାବ ପକାଉଛି । ସେଥି ମଧ୍ୟରୁ ଗୋଟିଏ ଉଚ୍ଚ ରକ୍ତଚାପ ।
ଉଚ୍ଚ ରକ୍ତଚାପ ରୋଗୀ ମାନଙ୍କୁ ନିଜର ଖାସ୍ ଯତ୍ନ ନେବା ଆବଶ୍ୟକ । ଏମାନଙ୍କୁ ଅଧିକ ଲୁଣ , ମସଲା , ମିଠା ଓ ତେଲ ଖାଇବା ଉଚିତ୍ ନୁହେଁ । ବିଶେଷ ଭାବରେ ସେମାନେ ନିୟମିତ ଭାବରେ ଦହି ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍ ।
* ଦହି ଗୋଟିଏ ଏପରି ଖାଦ୍ୟ ଯାହା ଶରୀର ପାଇଁ ଖୁବ୍ ଉପଜୋଗି । ଦହିରେ କ୍ୟାଲସିୟମ ରହିଛି , ଯାହା ଶୀରା ପ୍ରସିରାକୁ ଠିକ୍ ଭାବରେ କାର୍ଯ୍ୟ କରାଇଥାଏ ।
* ଦହି ଶରୀରରେ ରକ୍ତ ପ୍ରବାହ ଠିକ୍ ଭାବରେ କରିଥାଏ । ତା ସହିତ ରକ୍ତ ଚାପ କୁ ନିୟନ୍ତ୍ରିତ ରଖିଥାଏ ।
* ଏହା ବ୍ୟତୀତ ଦହିରେ ପୋଟାସିୟମ ଅଧିକ ମାତ୍ରାରେ ରହିଛି । ପୋଟାସିୟମ ହାଇ ବ୍ଲଡ଼ ପ୍ରେସର୍ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
* ଉଚ୍ଚ ରକ୍ତଚାପ ରୋଗୀ ମାନେ ପ୍ରତିଦିନ ଗୋଟିଏ ଗିନ ଦହି ଖାଇବା ଉଚିତ୍ । କିନ୍ତୁ ଏମାନଙ୍କୁ କମ୍ ଫ୍ୟାଟ୍ ଯୁକ୍ତ ଦହି ସେବନ କରିବା ଉଚିତ୍ ।
* ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ୨୦୦ଗ୍ରାମ ଲୋ ଫ୍ୟାଟ୍ ଦହିରେ ୨୮୨ ମିଲି ଗ୍ରାମ ପୋଟାସିୟମ ରହିଛି ।
* ଦହି ଶରୀରରୁ ଅଧିକ ସୋଡ଼ିୟମ କୁ ବାହାର କରିଥାଏ ଯେଉଁ କାରଣରୁ ରକ୍ତଚାପ ନିୟନ୍ତ୍ରିତ କରିଥାଏ ।

Comments are closed.