ମହାମାରୀ ସମୟରେ ସୁପ୍ରିମ କୋର୍ଟଙ୍କ ବଡ଼ ନିଷ୍ପତି : କରୋନା ରେ ମୃତ୍ୟୁ ହେଲେ ମିଳିବ ଅନୁକମ୍ପମୂଳକ ରାଶି , କେନ୍ଦ୍ରକୁ ନିର୍ଦ୍ଦେଶ ୬ସପ୍ତାହ ମଧ୍ୟରେ ତିଆରି ହେଉ ଗାଇଡ ଲାଇନ
ନୂଆଦିଲ୍ଲୀ : ମହାମାରୀ ସମୟରେ ସୁପ୍ରିମ କୋର୍ଟ ଗୋଟିଏ ବଡ଼ ନିଷ୍ପତି ନେଇଛନ୍ତି । ମାନ୍ୟବର କୋର୍ଟଙ୍କ ପକ୍ଷରୁ ବୁଧବାର ଦିନ କୁହାଯାଇଛି ଯେ କରୋନା ରେ ମୃତ୍ୟୁ ବରଣ କଲେ ଆତ୍ମୀୟ ମାନଙ୍କୁ ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯିବ । ଏହି ଅନୁକମ୍ପା ମୂଳକ ରାଶି କେତେ ହେବ ତାହାକୁ କେନ୍ଦ୍ର ସରକାର ଧାର୍ଯ୍ୟ କରିବେ । ମାନ୍ୟବର ଅଦାଲତ ନେସନାଲ ଦିଯାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିଙ୍କ ଆଡ଼କୁ ଟିପଣି କରି କହିଛନ୍ତି ଅନୁକମ୍ପା ମୂଳକ ରାଶି ଦେବା ପାଇଁ ଗାଇଡ ଲାଇନ ପ୍ରସ୍ତୁତ କରାଯାଉ ।
ସୁପ୍ରିମ କୋର୍ଟ ଦେଇଛନ୍ତି ୩ଟି ନିର୍ଦ୍ଦେଶ –
୧- କରୋନା ରେ ମୃତ୍ୟୁ ହେବା ଦ୍ବାରା ମୃତ୍ୟୁ ପ୍ରମାଣ ପତ୍ର କୁ ଲାଭ କରିବା ପାଇଁ ନିୟମ ସରଳ ହେଉ । ଅଧିକାରୀ ସେଥିପାଇଁ ଗାଇଡ ଲାଇନ ଜାରୀ କରନ୍ତୁ ।
୨- ଯେଉଁ ବ୍ୟକ୍ତିର ଜୀବନ ମହାମାରୀ ରେ ଚାଲି ଯାଇଛି , ଫାଇନାନ୍ସିଆଲ୍ କମିଶନ ଦେଇଥିବା ଉପାୟ ଆଧାରରେ କେନ୍ଦ୍ର ସରକାର ଉକ୍ତ ବ୍ୟକ୍ତିର ପରିବାର ପାଇଁ ଇନ୍ସୁରାନସ୍ ସ୍କିମ ପ୍ରସ୍ତୁତ କରନ୍ତୁ ।
୩- ନେସନାଲ ଦିଯାଷ୍ଟର ମାନେଜମେଣ୍ଟ ଅଥରିଟି ୬ସପ୍ତାହ ମଧ୍ୟରେ ଏଥିପାଇଁ ଗାଇଡ ଲାଇନ ଜାରୀ କରନ୍ତୁ ।
ଏହି ଶୁଣାଣି ସମୟରେ ସୁପ୍ରିମ କୋର୍ଟ NDMA କୁ କହିଥିଲେ ଯେ ଆପଣଙ୍କ ର କର୍ତ୍ତବ୍ୟ ଅଟେ ଯେ ଆପଣ ଅନୁକମ୍ପା ମୂଳକ ନ୍ୟୁନତମ ରାଶି ଦର୍ଶାନ୍ତୁ । ଏମିତି କୌଣସି ରେକର୍ଡ ନାହିଁ ଯେଉଁଥିରେ ଦର୍ଶା ଯାଇଛି ଯେ କରୋନା ପୀଡ଼ିତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ବର୍ଗଙ୍କୁ କୌଣସି ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯାଇଛି । ଆପଣ ନିଜର କର୍ତ୍ତବ୍ୟ ପଥରୁ ଓହରି ଯାଇଛନ୍ତି ।
କେନ୍ଦ୍ର ପାଇଁ ବିବୃତି ଦେଇ କହିଛନ୍ତି ଯେ କୌଣସି ଦେଶ ନିକଟରେ ଅପାର ସଂସାଧନ ନଥାଏ । ଅନୁକମ୍ପା ମୂଳକ ରାଶି ଅବସ୍ଥା କୁ ନେଇ ଧାର୍ଯ୍ୟ କରାଯାଇଥାଏ । ଏହି ରାଶି କେନ୍ଦ୍ରକୁ ହିଁ ଧାର୍ଯ୍ୟ କରିବାକୁ ପଡ଼ିବ ।
ସୁପ୍ରିମ କୋର୍ଟ ମଙ୍ଗଳବାର ଦିନ କହିଛନ୍ତି ଯେ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ୱାନ୍ ନେସନ୍ ୱାନ ରାସନ୍ କାର୍ଡ ଯୋଜନା ଜୁଲାଇ ୩୧ତାରିଖ ସୁଦ୍ଧା ଲାଗୁ କରାଯାଉ । ଯାହାଦ୍ଵାରା ନିଜ ରାଜ୍ୟରୁ ଯାଇଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ସହଜରେ ରାସନ୍ ମିଳି ପାରିବ । କେନ୍ଦ୍ର ରାଜ୍ୟ ଗୁଡ଼ିକୁ ରାସନ୍ ଯୋଗାଉ, ଆଉ ରାଜ୍ୟ ଗୁଡ଼ିକୁ ମହାମାରୀ ସରିବା ପର୍ଯ୍ୟନ୍ତ କମ୍ୟୁନିଟି ଖାଦ୍ୟ ଯୋଜନା ଚଳାନ୍ତୁ ।

Comments are closed.