Odisha news

ହୃଦ ଘାତ ଠାରୁ ଦୂରେଇ ରଖିବ ଏହିସବୁ ଖାଦ୍ୟ : ଆସନ୍ତୁ ଜାଣିବା କଣ କହୁଛି ଗବେଷଣା

ସାରା ବିଶ୍ବରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ । ଗବେଷକ ମାନଙ୍କ ମତ ଅନୁସାରେ ,ପ୍ରତି ୪ଜଣଙ୍କ ମଧ୍ୟରେ ଜଣେ ହୃଦଘାତରେ ମୃତ୍ୟୁ ବରଣ କରିଥାଏ । ଧମନୀ ଗୁଡିକରେ ବ୍ଲକେଜ୍ ରହିବା କାରଣରୁ ହୃଦଘାତ ସମସ୍ୟା ଦେଖାଦିଏ । ଧମନୀ ର ରକ୍ତ ବାହିକା ଗୁଡ଼ିକ ହୃଦୟରୁ ଅକ୍ଷିଯେନ୍ ଯୁକ୍ତ ରକ୍ତ ଶରୀରର ବିଭିନ୍ନ ଟିଶ୍ୟୁ ପର୍ଯ୍ୟନ୍ତ ପହଞ୍ଚାଇ ଥାଏ ।
ଏହିସବୁ ବ୍ଲାକେଜ୍ କୁ ଦୁର କରି ନିଜ ହାର୍ଟ କୁ ସୁସ୍ଥ ରଖିବା ପାଇଁ ନିର୍ଦ୍ଧିଷ୍ଟ କେତୋଟି ଖାଦ୍ୟକୁ ଧ୍ୟାନ ଦେବା ଆବଶ୍ୟକ । ଆସନ୍ତୁ ଜାଣିବା।
* ତରଭୁଜ – ଗ୍ରୀଷ୍ମ ଋତୁରେ ଏହା ଏକ ଜଣାଶୁଣା ଫଳ । ଏଥିରେ ଆମୀନୋ ଏସିଡ୍ ର ପ୍ରାକୃତିକ ସ୍ରୋତ ରହିଛି । ଯାହା ଶରୀରରେ ନାଇ ଟ୍ରିକ୍ ଅକ୍ସାଇଡ୍ ର ଉତ୍ପାଦନ କୁ ବାଧାଇଥାଏ । ନାଇ ଟ୍ରିକ ଅକ୍ସାଇଡ୍ ଧମନୀ ଗୁଡ଼ିକୁ ସୁସ୍ଥ ରଖେ ଓ ରକ୍ତ ଚାପକୁ ନିୟନ୍ତ୍ରିତ ରଖେ ।
* ହଳଦୀ – ହଲଦିରେ ଥିବା କରକ୍ୟୁମିନ ତତ୍ତ୍ଵ , ଏକ ଆଣ୍ଟି ଇମ୍ଫ୍ଲା ମେଟରି ତତ୍ତ୍ଵ ଅଟେ । ହଳଦୀ ଧମନୀ ଗୁଡିକରେ ରକ୍ତ ଜମିବାକୁ ଦିଏ ନାହିଁ । ପ୍ରତେକ୍ ଦିନ ଗୋଟିଏ ଗ୍ଲାସ୍ ହଳଦୀ ଯୁକ୍ତ ଉଷୁମ ଦୁଗ୍ଧ ପିଇବା ଲାଭ ଦାୟକ ।
* ପାଳଙ୍ଗ – ପାଳଙ୍ଗ ରେ ପୋଟାସିୟମ , ଫାଇବର , ଫୋଲେଟ ରହିଛି । ଏହା ରକ୍ତ ଚାପାକୁ ନିୟନ୍ତ୍ରିତ କରିଥାଏ ଓ ଧମନିକୁ ବ୍ଳକେଜ୍ ରୁ ଅଟକାଇ ଥାଏ । ସବୁଦିନ ପଲଙ୍ଗରେ ପ୍ରସ୍ତୁତ ବିଭିନ୍ନ ଜିନିଷ ଖାଇବା ଦ୍ୱାରା ହାର୍ଟ ସୁରକ୍ଷିତ ରୁହେ ।
* ଆଲ୍ମଣ୍ଡ – ଏଥିରେ ମନୋଅନ୍ସାଚୁରେଟେଡ ଫ୍ୟାଟ୍ ରହିଛି । ତା ସହିତ ଭିଟାମିନ ଇ , ଫାଇବର ଓ ପ୍ରୋଟିନ ମଧ୍ୟ ରହିଛି । ଆଲ୍ମଣ୍ଡ ରେ ମଗ୍ନେଶୀୟମ ରହିଥିବା କାରଣରୁ ରକ୍ତଚାପ ନିୟନ୍ତ୍ରିତ କରିଥାଏ । କଲେଷ୍ଟ୍ରାଲ ସ୍ତରକୁ ନିୟନ୍ତ୍ରିତ କରି ଓ ଧମନୀ ଗୁଡ଼ିକୁ ସୁସ୍ଥ ରଖି ଥାଏ ।
IEC 2 years

Comments are closed.