Odisha news

ହାଟଡିହି ପଞ୍ଚାୟତକୁ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ

0

ହାଟଡିହି   :   ହାଟଡିହି ପଞ୍ଚାୟତର ବିଭିନ୍ନ ଗ୍ରାମରେ  କରୋନା ପଜେଟିଭ ଚିହ୍ନଟ ହେବାପରେ ପଞ୍ଚାୟତର ସରପଞ୍ଚ ଅନୁସୁୟା ସେଠୀ  ତାଙ୍କର ଜିଲ୍ଲାପାଳ କ୍ଷମତା ଜାହିର କରି ସମଗ୍ର ପଞ୍ଚାୟତକୁ  ସର୍ଟଡାଉନ ଘୋଷଣା କରିଛନ୍ତି ।  ଆକ୍ରାନ୍ତମାନେ  ଲୋକାଲ କଣ୍ଟାକ୍ଟ ହୋଇଥବାରୁ ଓ ଦିନକୁ ଦିନ  ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାରୁ  ସରପଞ୍ଚ ଏପରି ପଦକ୍ଷେପ ନେଇଛନ୍ତି ।

୨୦ତାରିଖ ଗୁରୁବାର ସକାଳ ୭ଟାରୁ ୨୧ ତାରିଖ ଶୁକ୍ରବାର ରାତି୧୨ଟା ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ସର୍ଟଡାଉନ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ କେବଳ ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ କୁହାଯାଇଛି ।

ଏପରିକି ପଞ୍ଚାୟତରେ ଥିବା ବ୍ୟାଙ୍କ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି । ସରପଞ୍ଚ ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ତହସିଲଦାର, ହାଟଡିହି ବିଡିଓ, ନନ୍ଦିପଦା ପୁଲିସକୁ ଅବଗତ କରାଇଛନ୍ତି ।  ଆଜି ପଞ୍ଚାୟତ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସମସ୍ତ ଅଞ୍ଚଳରେ ପ୍ରଚାର କରାଇ ଲୋକମାନଙ୍କୁ ସଚେତନ କରାଇଛନ୍ତି ।  ସେ ଲୋକମାନଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୁରତା ରକ୍ଷା କରିବା, ସବୁବେଳେ ମାସ୍କ ପିନ୍ଧିବା,  ସାନିଟାଇଜର ବ୍ୟବହାର କରିବା, ନିୟମିତ ହାତ ଧୋଇବା ପାଇଁ ସଚେତନ କରାଇଛନ୍ତି ।

Leave A Reply