Odisha news

ହାଟଡିହି ବ୍ଲକ ପୁଣି ୩ ପଜେଟିଭ ଚିହ୍ନଟ, ୪୬ର ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

0

ହାଟଡିହି   : କେନ୍ଦୁଝର ଜିଲ୍ଲାରେ ଆଜି ୬ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ  ହାଟଡିହି ବ୍ଲକରେ  ତିନିଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଗତ ଚାରିଦିନ ତଳେ ପଢ଼ିଆରିପଲ୍ଲି ପଞ୍ଚାୟତର ମହୁଲପଙ୍ଖା ଗ୍ରାମର ଜଣେ ରୋଗୀ ଭୁବନେଶ୍ୱରରେ ରହି ଚିକିତ୍ସିତ ହେଉଥିବାବେଳେ ତାଙ୍କଠାରେ କରୋନା ପଜେଟିଭ ଚିହ୍ନଟ ହୋଇଥ୍ôଲା । ତାଙ୍କ ପାଖରେ ଆଟେଣ୍ଡାଣ୍ଟ ଭାବେ ରହିଥିବା ତାଙ୍କର ପରିବାରର ଦୁଇଜଣ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।  ସେମାନଙ୍କ ସ୍ୱାବ ନମୁନା ରିପୋର୍ଟ ପଜେଟିଭ ଆସିବାପରେ ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି । ସେମାନେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଥିବାବେଳେ ସେମାନଙ୍କୁ କୋଭିଡ-୧୯ ହସପିଟାଲକୁ ପଠାଇ ଦିଆଯାଇଛି । ସେହିପରି ଆଉ ଜଣେ ଡଅଁର ପଞ୍ଚାୟତର ବୋଲି ଜଣାଯାଇଛି ।

ସେ ଜଣେ ସରକାରୀ କର୍ମଚାରୀ ହୋଇଥିବାବେଳେ ଗତ କିଛିଦିନ ତଳେ ଘରକୁଅସିଥିଲେ । ସେ ଗତ ଦୁଇଦିନ ତଳେ ଭୁବନେଶ୍ୱର ଯାଇଥିବାବେଳେ ସେଠାରେ ିାଙ୍କ ସ୍ୱନମୁନା ପରୀକ୍ଷାକରିବାରୁ ପଜେଟିଭ ବାହାରିଥିଲା । ଏନେଇ ସୁଚନା ପାଇବାପରେ ଗତକାଲି ସେ ଘରକୁ ଫେରୁଥିବାବେଳେ ବାଟରୁ ତାଙ୍କୁ ଆମ୍ବୁଲାନସ ଯୋଗେ କେନ୍ଦୁଝର କୋଭିଡ-୧୯ ହସପିଟିଲାକୁ ପଠାଇ ଦିଆଯାଇଛି । ଆଜି ସ୍ୱାସ୍ଥ୍ୟବିଭାଗର ଏକ ଟିମ ଡଅଁର ଗ୍ରାମରେ ପହଞ୍ଚି କଣ୍ଟାକ୍ଟ ଟ୍ରେସିଂ କରିଛନ୍ତି । ଆକ୍ରାନ୍ତଙ୍କ ସହିତ ମିଶିଥିବା କିଛି ସଦସ୍ୟଙ୍କୁ ପଞ୍ଚାୟତ କ୍ୱାରେଣ୍ଟାଇନରେ ରଖାଯାଇଥିବା ସରପଞ୍ଚ ସୁଚନା ଦେଇଛନ୍ତି ।  ଆଜିକୁ ମିଶାଇ ବ୍ଲକରେ ମୋଟ  ୪୬ଜଣ ଆକ୍ରାନ୍ତ ମଧ୍ୟରୁ ୪୦ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏବେ ମୋଟ ୬ଜଣ ଚିକିତ୍ସିତ ହେଉଛନ୍ତିି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁତ୍ରରୁ ଜଣାଯାଇଛି ।

Leave A Reply