Odisha news

ହାଟଡ଼ିହି : ବଞ୍ଚୋରେ ଦଧିବାବନଜୀୟୁଙ୍କ ସସୁନାବେଶ

0

ହାଟଡ଼ିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋ ଦଧିବାବନଜୀୟୁଙ୍କ ସୁନାବେଶ ନିରାଡମ୍ବର ଭାବେ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ସମସ୍ତ ରିତୀନୀତି ଅନୁଯାଇ ପ୍ରଭୁଙ୍କର ପୂଜାର୍ଚ୍ଚନା କରାଯିବାପରେ ଅପରାହ୍ନରେ ମନ୍ଦିର ପରିସରରେ ସୁନାବେଶ ଅନୁଷ୍ଠିତ ହୋଇଥିଲା ।

କର୍ତ୍ତା ଭାବେ ସୁଧାଶଂ ରାଉତ ଓ ସୂର୍ଯ୍ୟମଣୀ ରାଉତ ସାମିଲ ହୋଇଥିବାବେଳେ ପଣ୍ଡିତ ପ୍ରାଣବଲ୍ଲବ ପାଢ଼ୀ, ଶ୍ରୀଧର ପାଢ଼ୀ, ସନାତନ ପଣ୍ଡା, ଅକ୍ଷୟ ପଣ୍ଡା, ବୀରବର ପାଢ଼ୀ, ଆନନ୍ଦ ଚନ୍ଦୟ ଦାଶ, ମଧୁସୁଦନ ଦାଶ ପ୍ରମୁଖ ପ୍ର୍ରଭୁଙ୍କ ସୁନାବେଶ କରାଇଥିଲେ ।

କୋଭିଡ-୧୯ କଟକଣା ଦୃଷ୍ଟିରେ ରଖି ସାମାଜିକ ଦୁରତା ଅବଲମ୍ବନ କରାଯାଇ ବିନା ଭକ୍ତରେ ଏହି ସୁନାବେଶ କରାଯାଇଥିଲା । ସମସ୍ତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply