Odisha news

ହାଟଡ଼ିହି : ଅଁରାରେ ମହିଳାଙ୍କୁ ଆକ୍ରମଣ ଘଟଣା, ଡିଜିଙ୍କୁ ଭେଟିଲେ ମହିଳା

0

ହାଟଡ଼ିହି : ହାଟଡିହି ବ୍ଲକ ଅଁରା ଗ୍ରାମରେ ଏକ ସରକାରୀ ଜମି ବିବାଦକୁ ନେଇ ଗତ ୯ତାରିଖରେ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଥିବା ଘଯଣାରେ ପୁଲିସ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରି ମହିଳା ଜଣକ ପୁଲିସ ମହା ନିଦେ୍ର୍ଦଶକଙ୍କୁ ଭେଟି ଅଭିଯୋଗ କରିଛନ୍ତିି । ଅଭିଯୋଗ ଅନୁଯାଇ ଗ୍ରାମର ମୁଣ୍ଡାସାହି ନିକଟରେ ନାରାୟଣ ପରିଡା ନାମକ ଜଣେ ବ୍ୟକ୍ତି ଘର କରିରହୁଥିବାବେଳେ ନିକଟରେ ଥିବା ଏକ ସରକାରୀ ଜମିକୁ ଜବରଦଖଲ କରିଥିଲେ । କିନ୍ତୁ ଗଡିଆ ସାହିର ଲୋକମାନେ ଏହାକୁ ବିରୋଧକରି ଏହି ଜମି ଜବରଦଖଲରୁ ହଟିଯିବା ପାଇଁ ତାଙ୍କୁ କହୁଥିଲେ ।

ଏପରିକି ତାଙ୍କୁ ସେଥିପାଇଁ ଏକଘରିଆ କରିବା ସହିତ ତାଙ୍କ ଦୋକାନରୁ କେହି କାରବାର ନକରିବାକୁ ମଧ୍ୟ ନିଷ୍ପତି ନେଇଥିଲେ । ତାଙ୍କୁ ବାରମ୍ବାର ସାହିଲୋକେ ଧମକ ଚମକ ଦେଉଥିବା ଓ ତାଙ୍କ ଜୀବନ ପ୍ରତି ବିପଦ ଥିବାନେଇ  ମହିଳା ଜଣକ ସକାଳେ ତାଙ୍କ ପତ୍ନୀ ଦମୟନ୍ତୀ ପରିଡା ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ ।

ପୁଲିସରେ ଅଭିଯୋଗ କରି ଘରକୁ ଆସିବାପରେ ଅପରାହ୍ନରେ ସାହିର ୧୦/୧୨ଜଣ ବ୍ୟକ୍ତି   ତାଙ୍କ ଘର ଉପରେ ଆକ୍ରମଣ କରିବାରୁ ଦମୟନ୍ତୀଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା । ଏନେଇ ଦମୟନ୍ତୀ ନନ୍ଦିପଦା ଥାନାରେ ଅଭିଯୋଗ କରିତôଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଉ ନଥିବା ଓ ପୁର୍ବରୁ ମଧ୍ୟ ସାହି ଲୋକେ ତାଙ୍କ ଘରକୁ  ପୋଡି ଦେଇଥିବା ନେଇ ପୁଲିସ ମହାନିଦେ୍ର୍ଦଶକଙ୍କ ନିକଟରେ ଦମୟନ୍ତୀ ଅଭିଯୋଗ କରିଛନ୍ତି ।

Leave A Reply