Odisha news

୧୯୧ଟି ବିଦ୍ୟାଳୟରେ ନାହିଁ ବିଦୁ୍ୟତ ସଂଯୋଗ

0

ହାଟଡ଼ିହି: ରାଜ୍ୟ ସରକାର ଗି ତିନିବର୍ଷ ହେଲା ପ୍ରତ୍ୟେକ ବିଦ୍ୟାଳୟକୁ ବିଦୁ୍ୟତ ସଂଯୋଗ କରିବାଲାଗି ନିଷ୍ପତି ନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହାଟଡିହି ବ୍ଲକର ୧୯୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦୁ୍ୟତ ସଂଯୋଗ ହୋଇପାରିନି । ଫଳରେ ଗ୍ରୀଷ୍ମଦିନରେ ପିଲାମାନେ ପ୍ରବଳ ଗରମରେ ବସି ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ କରିବା କଷ୍ଟକର ହୋଇପଡୁଛି । ସରକାର କମ୍ପୁ୍ୟଟର ମାଧ୍ୟମରେ ଓ ମୋବାଇଲ ଆପ ମାଧ୍ୟମରେ ଶିକ୍ଷାଦାନ କରିବାଲାଗି ପ୍ରଚେଷ୍ଟା ଚଳାଇଥିବାବେଳେ ବିଦୁ୍ୟତ ନଥିବାରୁ ଏହିସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ କିପରି ଏହି ଉନ୍ନତମାନର ଶିକ୍ଷାଲାଭ କରିପାରିବେ ସେନେଇ ଆଶଙ୍କା ଦେଖା ଦେଇଛି । ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତରେ ୪ଟି, ଆମ୍ବୋ ପଞ୍ଚାୟତରେ ୧୦ଟି, ଅଁରା ପଞ୍ଚାୟତରେ ୪ଟି, ଆଇତିପୁର ପଞ୍ଚାୟତରେ ୬ଟି,ବଡରମ୍ପାସ ପଞ୍ଚାୟତରେ୧୨ଟି, ବାଲିବରେଇରେ ୬ଟି, ବଞ୍ଚୋରେ ଗୋଟିଏ, ବାଙ୍ଗୋରରେ ୨ଟି, ଧନୁଜୟପୁରରେ ୫ଟି, ଢ଼େଙ୍କାରେ ୬ଟି, ଡଅଁରରେ ୨ଟି, ଗେଡମାରେ ୫ଟି, ହାବଳେଶ୍ୱରରେ ୬ଟି, ହଦଗଡରେ ୯ଟି ବିଦ୍ୟାଳୟରେ ବିଦୁ୍ୟତ ସଂଯୋଗ ହୋଇନାହିଁ । ସେହିପରି କେ ବାଲିପାଳ ପଞ୍ଚାୟତରେ ଥିବା ୧୦ଟି ଯାକ ବିଦ୍ୟାଳୟ ମଧ୍ୟରୁ ଗୋଟିଏବି ବିଦ୍ୟାଳୟରେ ବିଦୁ୍ୟତ ସଂଯୋଗ ହୋଇନଥିବାବେଳେ ସୁଲଣ ପଞ୍ଚାୟତରେ ୬ଟି ଯାକ ବିଦ୍ୟାଳୟରେ ବିଦୁ୍ୟତ ସଂଯୋଗ ଦିଆଯାଇ ନାହିଁ । ସେହିପରି ହାଟଡିହି ପଞ୍ଚାୟତରେ୩ଟି, ଜମ୍ଭୀରାରେ ୩ଟି, ଇଞ୍ଚୋଳରେ ୩ଟି, କଳିଗାଁରେ ୪ଟି, ମରୈଗାଁରେ ୯ଟି, ଓରାଳିରେ ୪ଟି, ପଞ୍ଚୁଗୋଛିଆରେ ୨ଟି, ପଢ଼ିଆରିପଲ୍ଲୀରେ ୭ଟି, ପନ୍ଦାଡେରେ ୬ଟି, ଷଡଙ୍ଗରେ ୬ଟି, ସଢ଼ାରେ ୯ଟି, ଶାଳଣିଆଁରେ ୧୪ଟି, ସମଣାରେ ୧୬ଟି, ଶାସଙ୍ଗରେ ୪ଟି, ସୋସୋରେ ୫ଟି ବିଦ୍ୟାଳୟରେ ବିଦୁ୍ୟତ ସଂଯୋଗ ନଥିବା ଜଣାଯାଇଛି । ଏ ସମ୍ପର୍କରେ ବିଆରସିସି ବିନୋଦ କୁମାର ରାଉତଙ୍କୁ ପଚାରିବାରେ ଏହି ସବୁ ବିଦ୍ୟାଳୟ ମାନଙ୍କରେ ବିଦୁ୍ୟତ ସଂଯୋଗ ଦେବାପାଇଁ ଏବେ ପ୍ରକ୍ରୀୟା ଆରମ୍ଭ ହୋଇଛି ବୋଲି କହିଥିଲେ । କିନ୍ତୁ ବିଦୁ୍ୟତ ସଂଯୋଗ ଥିବା ବିଦ୍ୟାଳୟ ମାନଙ୍କୁ ବିଦୁ୍ୟତ ବିଲ ପଇଠ ପାଇଁ ଅନୁଦାନ ଆସୁନଥିବାରୁ ସମସ୍ୟା ଦେଖା ଦେଇଛି । ବିଦୁ୍ୟତ ସଂଯୋଗ ଦିଆଯାଇଥିବା ୯୦ଟି ବିଦ୍ୟାଳୟ ଉପରେ ୧୧ଲକ୍ଷ ଟଙ୍କାର ବିଦୁ୍ୟତ ବିଲ ବାକି ଥିବାବେଳେ ଆଜି ମାତ୍ର ଏକଲକ୍ଷ ୨୦ହଜାର ଟଙ୍କା ବିଲ ପଇଠ ହୋଇଛି ବୋଲି ବିଦୁ୍ୟତ ବିଭାଗର ଯନ୍ତ୍ରୀ କହିଛନ୍ତି । ସମସ୍ତ ବିଦ୍ୟାଳୟକୁ ବିଦୁ୍ୟତ ସଂଯୋଗ ସହିତ ବିଦୁ୍ୟତ ବିଲ ପଇଠ ଉପରେ ଶିକ୍ଷା ବିଭାଗ ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି ।

Leave A Reply