Odisha news

ଶାଳଣିଆଁ ଅଞ୍ଚଳରେ ମିଳୁନି ସବସିଡ କୀଟନାଶକ

0

ହାଟଡିହି ୧୮ । ୯ : ଶାଳଣିଆଁ ଅଞ୍ଚଳରେ ସବସିଡ ଯୁକ୍ତ କୀଟନାଶକ ମିଳୁନଥିବାରୁ ଚାଷୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶାଳଣିଆଁ ଅଞ୍ଚଳର ଯଥା ହାବଳେଶ୍ୱର, ଅଁରା, କଳିଗାଁ, ଆୟତପୁର, ଗେଡମା, ଷଡଙ୍ଗ, ଡଅଁର, ଶାଳଣିଆଁ ଆଦି ପଞ୍ଚାତର ଚାଷୀମାନେ ସବସିଡ କୀଟନାଶକ ପାଇଁ ମରୈଗାଁ ଓ ବଡରମ୍ପାସକୁ ଆସିବାକୁ ପଡୁଥିବାରୁ ସେମାନେ ଅନେକ ସମୟରେ ଆସି କୀଟନାଶକ ନପାଇ ନିରାଶରେ ଫେରୁଛନ୍ତି ।

ଏହି କୀଟନାଶକ ପାିଁ ଦୀର୍ଘ ୧୫/୨୦କିଲୋମିଟର ଦୁର ଆସିବାଦ୍ୱାରା ସେମାନେ ନାନା ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି । ତେଣୁ ଶାଳଣିଆଁ ଠାରେ ଏହି କୀଟନାଶକ ଯୋଗାଇ ଦେବାକୁ ଅନିଦି ଚରଣ ନାୟକ, ହିମାଂଶୁ ସେଠୀ, ପତିତ ପାବନ ପହି, ରବିନ୍ଦ୍ର ବେହେରା, ଆଲୋକ କୁମାର ବେହେରା, ଗୋଲେଖ ଚନ୍ଦ୍ର ବେହେରା, ସୁବାସ ଜେନା, ରମାକାନ୍ତ ପହି, ଦଞ୍ଜନ ପହି, ନଳିନୀକାନ୍ତ ରାଉତ, କୈଳାଶ ଜେନାଙ୍କ ସମେତ ଶତାଧିକ ଚାଷୀ ବ୍ଲକ କୃଷି ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।

Nalco
Leave A Reply