ହାଟଡ଼ିହି : ନନ୍ଦିପଦା ଥାନା ଇଞ୍ଚୋଳ ଗ୍ରାମରେ ଜଣେ ୧୪ବର୍ଷୀୟ ନାଁ ବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିବାଳେ ପରିବାର ଲୋକେ ତାକୁ ଏକ ବିଲ ଭିତରୁ ଅଚେତ ଅବସ୍ଥାରେ ଉଦ୍ଧାର ଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି । ଅଭିଯୋଗରୁ ଜଣାଯାଇଛି ଯେ ଜଣେ ଗ୍ରାମର ୧୪ବର୍ଷୀୟ ନାଁ ବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଗତକାଲି ରାତିରେ ଘରପାଖରୁ ନିକଟସ୍ଥ ଏକ ବିଲକୁ ଟେକିନେଇ ଦୁଷ୍କର୍ମ କରିଥିଲା ।
ନାଁ ବାଳିକା ଜଣକ ଅଚେତ ହୋଇପଡିବାରୁ ଯୁବକ ଜଣକ ତାକୁ ଛାଡି ଘରକୁ ପଳାଇ ଆସିଥିଲା । ନାଁ ବାଳିକାଙ୍କ ପରିବାର ଲୋକେ ଗତକାଲି ରାତିରେ ବହୁତ ସମୟ ଖୋଜାଖୋଜି କଲାପରେ କିଛି ସନ୍ଧାନ ପାଇ ନଥିଲେ । ଆଜି ବଢ଼ି ଭୋର ସମୟରେ ସ୍କୁଲ ପଛପଟ ଏକ ବିଲ ଭିତରେ ନାଁ ବାଳିକା ଜଣକ ଅଚେତ ଅବସ୍ଥାରେ ପଡିଥିବା ଶୁଣିବାପରେ ପରିବାର ଲୋକେ ଯାଇ ଝିଅକୁ ଉଦ୍ଧାର କରିବା ସହିତ ଆନନ୍ଦପୁର ଡାକ୍ତରଖାନାରେ ନେଇ ଚିକିତ୍ସା କରାଉଛନ୍ତି ।
ନାଁବାଳିକାର ପରିବାର ଲୋକଙ୍କ ପାଖରୁ ଖବରପାଇ ନନ୍ଦିପଦା ପୁଲିସ ଆଜି ସକାଳେ ଅଭିଯୁକ୍ତ ଯୁବକଙ୍କ ଘରେ ଚଢ଼ାଉକରି ଯୁବକ ଜଣକୁ ଥାନାକୁ ନେଇଆସି ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।