ମେଷ – ଆପଣଙ୍କ ଉନ୍ନତିରେ ପଡୋଶୀ ଈର୍ଷାପରାୟଣ ହୋଇ ବିଭିନ୍ନ ପ୍ରକାର ସମସ୍ୟାସୃଷ୍ଟି କରିପାରନ୍ତି । ପରକଥା ରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି । ଆକସ୍ମିକଆବଶ୍ୟକତା ପୁରଣ କରିବା ସକାଶେ ଧାର ଉଧାର କରିବାକୁ ପଡିପାରେ । ଆକସ୍ମିକଅନିତୁ ଦୂରକୁ ଯାତ୍ରା, ପଡୋଶିନୀଙ୍କ ସହ ମତାନ୍ତର, ଆନୁଷ୍ଠାନିକ କାର୍ଯ୍ୟରେ ପ୍ରେରଣା ପାଇବେ ।
ବୃଷ – ଆର୍ଥିକ ସ୍ୱଚ୍ଛଳତା ଉଣା ନହେଲେ ମଧ୍ୟ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ଅଫିସରେବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବା ଆଶା ରହିଛି। ଦୀର୍ଘ ଦିନରୁ ଚିନ୍ତା କରିଥିବାକାମଟି ହଠାତ୍ ବନ୍ଧୁଙ୍କ ସହାୟତାରେ ସମ୍ପନ୍ନ ହୋଇଯିବ। ଆଜି ଘରେ ଯେମିତି ବାହାରେ ମଧ୍ୟ ସେମିତି ସବୁଠି ଆଦର ଓ ସମ୍ମାନ, ପ୍ରଶଂସା ମଧ୍ୟରେ ମନ ଖୁସି ହୋଇଯିବ।
ମିଥୁନ -ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ପ୍ରତିଯୋଗିତା ଲାଗି ରହିବ। ଆଜିର କାମ ସାଧନକରିବାରେ କିଛି ଅସୁବିଧା ହେବ ନାହିଁ। ସାମାଜିକ କ୍ଷେତ୍ରରେ ନୀଚବ୍ୟକ୍ତି ଦ୍ୱାରାପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। କଳହ ଠାରୁ ନିଜକୁ ମୁକ୍ତ ରଖି ପାରନ୍ତି।କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।
କର୍କଟ – ଆପଣଙ୍କ ମିତ୍ରମାନେ ସୁପରାମର୍ଶ ନ ଦେଇ କିଛି ସମ୍ୟାମୂଳକ କାମ ପ୍ରତି ପ୍ରଲୋଭିତ କରାଇପାରନ୍ତି । ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଅଭାବ ନ ଥିଲେ କ’ଣ ହେଲା ହାତ ଖାଲି ରହିବା ଫଳରେ କିଣିବାକୁ ଇଚ୍ଛା ଥିଲେ ମଧ୍ୟ କିଣି ପାରିବେ ନାହିଁ । ପରିସ୍ଥିତି ବଶତଃ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡିପାରେ।
ସିଂହ – କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ହେବେ। ଅସମର୍ଥିତ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଶତ୍ରୁତା କରୁଥିବାବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ବହୁତ କଥା କହିପାରନ୍ତି। ପରୋପକାରୀ ,ତ୍ୟାଗଶୀଳ ଓ ନୀତିଜ୍ଞ ହେବେ ।
କନ୍ୟା –ପାରିବାରିକ ସ୍ତରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱ ରେପଡିପାରନ୍ତି । ଆଜି ବାଣିଜ୍ୟ, ଲେଖାପଢା, ଆଲୋଚନା, ମନୋରଞ୍ଜନ ରୁ ଖୁସି ରହିବେ।ବହୁ ଶୁଭଫଳ ଆଶା କରାଯାଏ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ଏବଂ ଉତ୍ତମ ଭୋଜନରେଆପ୍ୟାୟିତ ହେବେ।
ତୁଳା–ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭକରିବେ । ଆଲୋଚନା କାଳରେ ନିଜର ସିଦ୍ଧାନ୍ତ ବଦଳାଇବାକୁ ପଡିପାରେ। ଅଧିକ ବ୍ୟୟର ସମ୍ମୁଖୀନହୋଇପାରନ୍ତି। କାର୍ଯ୍ୟରେ ବାଧା-ବିଘ୍ନ ଉପୁଜି ପାରେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ ।
ବିଛା – କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇପାରେ । ଆଜି ପ୍ରତ୍ୟେକ କାମଯଥା ସମୟରେ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ବନ୍ଧୁମାନେଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି । ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି ।
ଧନୁ – ଆଜି ପ୍ରିୟ ବନ୍ଧୁମାନଙ୍କ ସହ ବିଭିନ୍ନ ସ୍ଥାନ ପରିଦର୍ଶନର ମଉକା ଜୁଟିବ ।କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ଓ କାମ ହାସଲ କରିବେ। ଯାହା ଇଚ୍ଛାକରିବେ; ତାହା ପାଇପାରନ୍ତି। କର୍ତ୍ତବ୍ୟନିଷ୍ଠ ହେବେ। ଶୁଭ ଖବରରେ ମନ ଉଲ୍ଲସିତ ହୋଇପାରେ।କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ।
ମକର – ସ୍ୱାସ୍ଥ୍ୟ, ପରିବାର, କର୍ମକ୍ଷେତ୍ର, ଅର୍ଥ ସମ୍ପର୍କିତ କଥା ଆଲୋଚନା ପାଇଁ ସମୟପ୍ରାୟତଃ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ପ୍ରତିଟି ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନହୋଇ ସମାଧାନ କରିବେ। ସେବା-ପୂଜାକୁ ଆଦରି ନେଇପାରନ୍ତି। କ୍ଷମତାରେ ଅଭିବୃଦ୍ଧିଘଟାଇ ତା’ର ସଦ୍ବ୍ୟବହାର କରିବେ।
କୁମ୍ଭ – ଅଟକି ରହିଥିବା କାମଟି ଉପରିସ୍ଥଙ୍କ ସୌଜନ୍ୟରୁ ହୋଇଯିବ। ସାମାଜିକ ସ୍ତରରେ ,ଶୁଭକାର୍ଯ୍ୟରେ କିମ୍ବା ଆନୁଷ୍ଠାନିକ କାମରେ ଯୋଗ ଦେଇ ପ୍ରଶଂସିତ ହୋଇପାରନ୍ତି।ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ପଡିବ।
ମୀନ – ଦୃଢ ପଦକ୍ଷେପ ନେଇ ବକେୟା ଅର୍ଥ ହାସଲ କରିବାରେ ବନ୍ଧୁ ସାହାର୍ଯ୍ୟ କରିବେ। ନିଜ ମତକୁସାବ୍ୟସ୍ତ କରିବାକୁ ଯାଇ ସମାଲୋଚିତ ହୋଇପାରନ୍ତି।ଆଜି ଅବୁଝା ସନ୍ତାନ, ଅନାଦରଆମନ୍ତ୍ରଣ , ଅଯଥା ତର୍କ ଜନିତ ବ୍ୟସ୍ତତା ବୃଦ୍ଧି ପାଇବ। କିନ୍ତୁ ମଙ୍ଗଳଙ୍କ ସୁପ୍ରଭାବରୁଆର୍ଥିକ ଉନ୍ନତି ହେବ।
