Odisha news

ଆସନ୍ତୁ ଜାଣିବା ଆଜି ଦିନଟି କେମିତି କଟିବ

0

ମେଷ – ସାଧାରଣ କଥାକୁ କେନ୍ଦ୍ର କରି ପାରିବାରିକ କ୍ଷେତ୍ର ରେ ଅସ୍ଥିରତାର ସମ୍ଭାବନା ରହିଛି । ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ

ହୋଇପାରେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ବୁଝି-ବିଚାରି କାର୍ଯ୍ୟ କରିବାକୁ ପଡିବ । ପରଚର୍ଚ୍ଚାରୁ ବିରତ ହେବା ଉଚିତ ।

ବୃଷ – ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରା ରୁ ସୁଫଳ ପାଇବେ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି । ସାହାର୍ଯ୍ୟ କରିବାକୁ ଯାଇ ପର ପାଇଁ ନିଜେ

ହଇରାଣରେ ପଡିପାରନ୍ତି । ଆର୍ଥିକ ସମସ୍ୟା ଯୋଗୁଁ ଅର୍ନ୍ତଦ୍ୱନ୍ଦ୍ୱ ଉପୁଜି ପାରେ । ଉଚ୍ଚ ଆଶା ଫଳବତୀ ହେବ । ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି ।

ମିଥୁନ – କଠୋର କଥା କହିବା କାରଣରୁ ନିଜ ନିଜର ସାଙ୍ଗସାଥୀଙ୍କ ମଧ୍ୟ ରେ ସାମୟିକ ଅଶାନ୍ତି ଦେଖା ଦେଇପାରେ । ପାରିବାରିକ କ୍ଷେତ୍ରରେ ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ଦିନଟି ଶୁଭଫଳ ଦାୟକ ହେବ । ପରିବାରରେ ବୁଝାମଣାକୁ ସଜାଡି ନେଇ ପାରିବେ । ଆର୍ôଥକ ସ୍ଥିତି ସ୍ୱଚ୍ଛଳ ରହିବ । ଲୋକ କଲ୍ୟାଣକର କାର୍ଯ୍ୟରେ ଅଭିରୁଚି ବଢିବ ।

କର୍କଟ – ଆଶା କରିଥିବା ଖବର ପାଇ ଖୁସି ହୋଇଯିବେ । ଆଜି ମାନସିକ ସ୍ଥିରତା କେତେ ମାତ୍ରାରେ କ୍ଷୁଣ୍ଣ ହୋଇପାରେ । ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ । ଖର୍ଚ୍ଚାନ୍ତ ଯୋଗ ଅଛି । ଯାନବାହନ ଯୁକ୍ତ ହୋଇପାରନ୍ତି । ରାଜପୂଜିତ ଓ ପରାକ୍ରମଶାଳୀ ହେବେ । ବିବାଦୀୟ ବିତର୍କ ଶୁଣିବେ, ମାତ୍ର ଭାଗ ନେବେ ନାହିଁ ।

ସିଂହ – କର୍ମକ୍ଷେତ୍ରରେ ସମସ୍ୟା ହଠାତ୍ ଦେଖା ଦେଇଥିବା କାରଣରୁ ମନ ବିଚଳିତ ରହିବ । ଆଜି ଦିନଟିରେ ବିବାଦିୟ କଥାରେ ମୁଣ୍ଡ ନ ପୂରାଇବା ଭଲ ହେବ । ଧର୍ମ ଧାରଣା ବଢିବ । ଅନ୍ତଃକରଣ ପବିତ୍ର ରହିବ । ଆହାର ବିହାରରେ ନିୟମିତ ନ ହେଲେ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ସଜ୍ଜନ ସଂପର୍କ, କାର୍ଯ୍ୟ ଶୃଙ୍ଖଳା, ସହଯୋଗ ଓ ଉତ୍ତମ ପାରିବାରିକ ବୁଝାମଣା ରହିବ ।

କନ୍ୟା – ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ରାଜନୈତିକ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ । ବାରମ୍ବାର କାନକୁହା କଥା ଶୁଣି ଆପଣଙ୍କ

ପ୍ରିୟଲୋକଟିର ମନୋଭାବ ବଦଳିଯାଇପାରେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସାମାନ୍ୟ ଶାରିରୀକ କ୍ଳେଶ ଭୋଗ କରିପାରନ୍ତି ।

ତୁଳା – ପ୍ରଶାସନିକ ସ୍ତରରେ କାରଣ ନ ଥାଇ ଦୋଷୀ ସାବ୍ୟସ୍ତ ହେବେ । ବ୍ୟବସାୟରେ ସମସ୍ୟା ଗୁରୁତର ଆକାର ଧାରଣ କରିବ ଓ କ୍ଷତିରେ ପଡିପାରନ୍ତି । ଶ୍ରମ ସାର୍ଥକ ହେବ । ଆନନ୍ଦ,ଉତ୍ସବ ଲାଗି ରହିବ । ଧୈର୍ଯ୍ୟବାନ୍ ହେବେ । ମନ ପ୍ରସନ୍ନ ରହିବ । ସୁଖ-ଶାନ୍ତି ପାଇଁ ପୂଜାର୍ଚ୍ଚନା କରିପାରନ୍ତି । ସରକାରୀ ଅର୍ଥ ମିଳିପାରେ । ଶୁଭ ରଙ୍ଗ କ୍ରୀମ୍ ।

ବିଛା – ସ୍ୱାସ୍ଥ୍ୟ ସମସ୍ୟା ପୂର୍ଣ୍ଣମାତ୍ରାରେ ଉପଶମ ନ ହେଲେ ମଧ୍ୟ କେତେକାଂଶ ରେ ନିୟନ୍ତ୍ରଣ ମଧ୍ୟରେ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିବେ । ଦୈହିକ କ୍ଳାନ୍ତି ଅବସାଦ ବଢିବ । ଉତ୍ସବାନୁଷ୍ଠାନରେ ସକ୍ରିୟ ଅଂଶ ଗ୍ରହଣ କରିବେ । କର୍ମ ପ୍ରେରଣା ଲାଭ, ଉତ୍ତମ ଭୋଜନ, ପାରିବାରିକ ସୁଖ, ଯାନ ବାହନରେ ବ୍ୟୟ ଓ ଆଇନ ଅଦାଲତରୁ ଶୁଭଫଳ ପାଇପାରନ୍ତି ।

ଧନୁ – ଆର୍ଥିକ ସ୍ଥିତି କ୍ରମଶଃ ଦୁର୍ବଳ ରହିବା କାରଣରୁ ସାମୟିକ ଚିନ୍ତା କରିବାକୁ ପଡିବ । ବିଗତ ଦିନରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ସମାଧାନ ହୋଇଯିବ । ମିଳିଥିବା

ସୁଯୋଗକୁ ହାତ ଛଡା କରିବେ ନାହିଁ । ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିପାରନ୍ତି । ପାରିବାରିକ ଜୀବନ ସୁଖପ୍ରଦ ହେବ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ ।

ମକର – ଶିଳ୍ପ,ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ । ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ । କର୍ମ କ୍ଷେତ୍ରରେ ମନୋମାଳିନ୍ୟ ଅଧିକ ରହିବ । କାର୍ଯ୍ୟ ବ୍ୟସ୍ତତା, କିଛି ସ୍ୱାସ୍ଥ୍ୟ ସମସ୍ୟା ଆଣିପାରେ । ମାନସିକ ଭୟ ଓ ଉଦବେଗ ବଢିପାରେ, ବନ୍ଧୁମାନେ ପରୋକ୍ଷରେ ଶତ୍ରୁତା ଆଚରଣ କରିବେ ।

କୁମ୍ଭ – ପାରିବାରିକ କ୍ଷେତ୍ରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଜିର ଜୀବନଚର୍ଯ୍ୟା ରେ ବାଧ୍ୟ ବାଧକତାରେ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ । ମନ୍ତ୍ରଣାଦାତା ଓ ଶତ୍ରୁଦମନରେ ସଫଳ ହେବେ । ସର୍ବ ସୁଖ ମିଳିପାରେ । ନୀତିବାଦୀ ଓ ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି ।

ମୀନ – ନିଜ ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ରକ୍ତ ପ୍ରଦୂଷଣ ସମସ୍ୟା ଆସିପାରେ । ପାରିବାରିକ ବୁଝାମଣା ରହିବ। ଏକାଧିକ କାର୍ଯ୍ୟରେ ହାତ ଦେଇ ହଇରାଣ ହେବେ ।

 

Nalco
Leave A Reply