ଚଳିତ ମାସ ୨୪ ତାରିଖ ଠାରୁ ଜ୍ୟେଷ୍ଠ ମାସ ଆରମ୍ଭ ହୋଇ ସାରିଛି l ଜ୍ୟେଷ୍ଠ ମାସ ମଙ୍ଗଳବାର ର ରହିଛି ଅନେକ ମହତ୍ୱ, ଏହିମାସ ର ମଙ୍ଗଳବାର ଗୁଡିକ ରେ ହନୁମାନ ଙ୍କୁ ପୂଜା କରିବା ଦ୍ୱାରା ଖୁବ ପ୍ରଭାବଶାଳୀ ହୋଇଥାଏ l ମାନ୍ୟତା ରହିଛି ଏହି ମାସର ମଙ୍ଗଳବାର ରେ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ସମସ୍ତ କଷ୍ଟ ରୁ ମୁକ୍ତି ମିଳିଥାଏ l
– ଜ୍ୟେଷ୍ଠ ମାସ ମଙ୍ଗଳବାର କୁ ବଡ଼ ମଙ୍ଗଳବାର ବୋଲି କୁହାଯାଇ ଥାଏ l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଜ୍ୟେଷ୍ଠ ମାସର ପ୍ରଥମ ମଙ୍ଗଳବାର ମଇ ମାସ ୨୮ ତାରିଖରେ ପାଳିତ ହେବାକୁ ଯାଉଛି l ଧାର୍ମିକ ମାନ୍ୟତା ଅନୁସାରେ ଜ୍ୟେଷ୍ଠ ମାସର ପ୍ରତ୍ୟେକ ମଙ୍ଗଳବାର ବୁଢା ମଙ୍ଗଳବାର କୁହାଯାଇ ଥାଏ l
– ଜ୍ୟେଷ୍ଠ ମାସ ମଙ୍ଗଳବାର ଦିନ ଯଦି ଆପଣ ହନୁମାନ ଚାଳିଶା ପାଠ କରିବେ ପୁରୁଷ ହୁଅନ୍ତୁ କିମ୍ବା ନାରୀ ଉଭୟ ସିନ୍ଦୁର ଲଗାଇବା ଆବଶ୍ୟକ l ଯାହାଦ୍ୱାରା ବିଘ୍ନ ନାଶ ହୋଇଥାଏ l
– ଏହିଦିନ ହନୁମାନ ଙ୍କ ନିକଟରେ କିଛି ଯାଚଣ ଯାଚି କୌଣସି କାର୍ଯ୍ୟ ଆରମ୍ଭ କରିବା ଦ୍ୱାରା ଉକ୍ତ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହୋଇଥାଏ ଏବଂ ଉକ୍ତ କାର୍ଯ୍ୟ ସୁରୁଖୁରୁ ରେ ହେବାରେ ସଫଳ ହୋଇଥାଏ l
– ଏହି ମାସର ଯେକୌଣସି ମଙ୍ଗଳବାର ଦିନ ହନୁମାନଙ୍କ ନିକଟରେ ଖଣ୍ଡିଏ ନାଲି ବସ୍ତ୍ର ସହିତ ନଡ଼ିଆ ଟିଏ ଅର୍ପଣ କଲେ ଅଟକି ଥିବା କାର୍ଯ୍ୟ ଠିକ ଭାବରେ ହୋଇଯାଇଥାଏ ଏବଂ ଧନ ସମ୍ବନ୍ଧିତ କୌଣସି ଅସୁବିଧା ଥିଲେ ଦୂର ହୋଇଥାଏ l
– ଜ୍ୟେଷ୍ଠ ମାସ ମଙ୍ଗଳବାର ଦିନ ନିହାତି ସିନ୍ଦୁର ଓ ଫଳ ହନୁମାନ ଙ୍କ ନିକଟରେ ଅର୍ପଣ କରନ୍ତୁ , ଏହାଦ୍ୱାରା ଜୀବନ ସୁଖମୟ ହୋଇଥାଏ ଏବଂ ଜାତକ ସମ୍ବନ୍ଧିତ ସମସ୍ତ ଅସୁବିଧା ମଧ୍ୟ ଦୂର ହୋଇଥାଏ l
