ଆଜି ମଙ୍ଗଳବାର : ଏହି ସହଜ ଉପାୟରେ ସନ୍ତୁଷ୍ଟ ହୋଇ ଥାଆନ୍ତି ହନୁମାନ, ଋଣ ମୁକ୍ତ ପାଇବା ସହିତ ପୂର୍ଣ୍ଣ ହୋଇଥାଏ ସମସ୍ତ ମନସ୍କାମନା
ମଙ୍ଗଳବାର ଦିନ ଟି ଭଗବାନ୍ ହନୁମାନଙ୍କୁ ଅର୍ପଣ କରାଯାଇଥାଏ । ହନୁମାନଙ୍କୁ ବିଧି ବିଧାନ ଅନୁସାରେ ପୂଜା କରିବା ଦ୍ୱାରା ପୂର୍ଣ୍ଣ ହୋଇଥାଏ ସମସ୍ତ ମନସ୍କାମନା । ମଙ୍ଗଳବାର ଦିନ ଗ୍ରହ ମାନଙ୍କର ସ୍ଥିତି ଠିକ୍ କରିବା ପାଇଁ ପୂଜା କରାଯାଇଥାଏ । ମଙ୍ଗଳବାର କୁ ଶକ୍ତି ଦାୟକ ବାର ଭାବରେ ଆଲୋଚନା କରା ଯାଇଥାଏ ।
– କୁହାଯାଏ ଯେ ମଙ୍ଗଳବାର ଦିନ ରାମ୍ ମନ୍ଦିର ନିହାତି ଯିବା ଆବଶ୍ୟକ । ଶ୍ରୀ ରାମ ଙ୍କ ସହିତ ମାତା ସୀତାଙ୍କୁ ଦର୍ଶନ କରିବା ଦ୍ୱାରା ବଜରଙ୍ଗ ବାଲୀ ସମସ୍ତ ମନୋସ୍କାମନା ପୁରଣ କରି ଥାଆନ୍ତି ।
– ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ମଙ୍ଗଳବାର ଦିନ ନାଲି ମନ୍ଦାର ସହିତ କେତକୀ ଫୁଲ ଅର୍ପଣ କରିବା ଉଚିତ୍ ।
– ହନୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଙ୍ଗଳବାର ଦିନ ରାମ ରକ୍ଷା ସ୍ତୋତ୍ର ପାଠ କରିବା ଉଚିତ୍ । କୁହାଯାଏ ଯେ ଏପରି କରିବା ଦ୍ବାରା ସମସ୍ତ ଋଣ ରୁ ମୁକ୍ତି ମିଳିଥାଏ ।
– ପ୍ରତି ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ହନୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଶିତେଲ ର ଦୀପ ଜଳାଇ ହନୁମାନ ଚାଳିଶା ପାଠ କଲେ ଜୀବନରୁ ସମସ୍ତ ଅସୁବିଧା ଦୂରେଇ ଯାଇଥାଏ ।
– ମାନ୍ୟତା ରହିଛି ଯେ ମଙ୍ଗଳବାର ଦିନ ଓସ୍ତ ବୃକ୍ଷ କୁ ପୂଜା କରିବା ଦ୍ୱାରା ଜୀବନରେ ସଫଳତା ହାସଲ ହୋଇଥାଏ ।
– ମଙ୍ଗଳବାର ଦିନ ହନୁମାନଙ୍କୁ ନାଲି ବସ୍ତ୍ର ଅର୍ପଣ କଲେ ସନ୍ତାନ ମାନଙ୍କ ଉପରୁ ସମସ୍ତ ବିପତି ଦୂରେଇ ଯାଇଥାଏ ।
– କେବେବି ମଙ୍ଗଳବାର ଦିନ କାହାକୁ ଭୋକିଲା ଯିବାକୁ ଦେବେ ନାହିଁ । କାରଣ ମାନ୍ୟତା ଅନୁସାରେ ଅନ୍ୟକୁ ଯଦି ଅନ୍ନ ଖୁଆଇବା ତେବେ ଧନର ଅଭାବ ରୁହେ ନାହିଁ ।