Odisha news

ସୁଖ ଓ ସମୃଦ୍ଧି ପାଇବା ପାଇଁ ସଙ୍କଟ ମୋଚନଙ୍କଙ୍କୁ ଏହି ଭଳି ଭାବରେ ପୂଜା କରନ୍ତୁ

0

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ମହତ୍ତ୍ୱ ରହିଛି। ଠିକ ସେହିଭଳି ମଙ୍ଗଳବାର ଦିନ ହନୁମାନଙ୍କୁ ସମର୍ପିତ। ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ନିଜ ଭକ୍ତଙ୍କ ସବୁ କଷ୍ଟ ଦୂର କରିଥାନ୍ତି। ହନୁମାନ ଖୁବ ସହଜରେ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ସଚ୍ଚୋଟ ମନରେ ହନୁମାନଙ୍କୁ ଆରାଧନା କଲେ ସେ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି। ସେଥିପାଇଁ ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଉଚିତ। ହିନ୍ଦୁ ଧର୍ମରେ ସୁନ୍ଦରକାଣ୍ଡ ପାଠର ବିଶେଷ ମହତ୍ତ୍ୱ ରହିଛି। ସୁନ୍ଦରକାଣ୍ଡ ପାଠରେ ଭଗବାନ ହନୁମାନଙ୍କ ସମ୍ପର୍କରେ ବିସ୍ତୃତରେ ଦର୍ଶାଯାଇଛି। ତୁଳସୀ ଦାସଙ୍କ ଦ୍ୱାରା ରଚିତ ସୁନ୍ଦରକାଣ୍ଡ ସବୁଠାରୁ ଲୋକପ୍ରିୟ ଏବଂ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ। ନିୟମିତ ଅନ୍ତରାଳରେ ଘରେ ସୁନ୍ଦରକାଣ୍ଡ ପାଠ କଲେ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଜାଣନ୍ତୁ ସୁନ୍ଦରକାଣ୍ଡ ପାଠର ମହତ୍ତ୍ୱ ଓ ବିଧି :

ହନୁମାନ ନିଜ ଭକ୍ତଙ୍କୁ ବଳ, ବୁଦ୍ଧି ଓ କୃପା ପ୍ରଦାନ କରିଥାନ୍ତି। ସୁନ୍ଦରକାଣ୍ଡ ପାଠ କଲେ ବ୍ୟକ୍ତି ମଧ୍ୟରେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖାଦେଇଥାଏ। ଯେଉଁମାନେ ପ୍ରତିଦିନ ସୁନ୍ଦରକାଣ୍ଡ ପାଠ କରନ୍ତି ସେମାନଙ୍କ ଏକାଗ୍ରତା ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ସୁନ୍ଦରକାଣ୍ଡ ପାଠ କଲେ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ ଏବଂ ନକାରାତ୍ମକ ଭାବନା ଦୂର ହୋଇଥାଏ। ଏହାଦ୍ୱାରା ସକାରାତ୍ମକ ପରିଣାମ ମଧ୍ୟ ମିଳିଥାଏ।

ଯଦି ଆପଣ ବିଶେଷ ଫଳ ପ୍ରାପ୍ତି ପାଇଁ ସୁନ୍ଦରକାଣ୍ଡ ପାଠ କରୁଛନ୍ତି ତାହେଲେ ମଙ୍ଗଳବାର କିମ୍ବା ଶନିବାରରୁ ଆରମ୍ଭ କରନ୍ତୁ..–1.ସୁନ୍ଦରକାଣ୍ଡ ପାଠ କରିବା ପୂର୍ବରୁ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ 2. ସୁନ୍ଦରକାଣ୍ଡ ପାଠ କରିବା ପୂର୍ବରୁ ପୂଜାସ୍ଥାନରେ ଥିବା ହନୁମାନଙ୍କ ପ୍ରତିମା ବିଶେଷ ରୂପେ ପୂଜା କରିବା ଉଚିତ 3. ହନୁମାନଙ୍କ ପାଖରେ ଶ୍ରୀରାମ ଓ ମାତା ସୀତାଙ୍କ ପ୍ରତିମା ନିଶ୍ଚୟ ସ୍ଥାପିତ କରନ୍ତୁ 4. ଫୁଲ, ଫଳ, ସିନ୍ଦୁର ଓ ମିଠା ଅର୍ପଣ କରି ହନୁମାନଙ୍କ ପୂଜା କରନ୍ତୁ 5. ସୁନ୍ଦରକାଣ୍ଡ ପାଠ କରିବା ପୂର୍ବରୁ ଗଣେଶ ବନ୍ଦନା ନିଶ୍ଚୟ କରନ୍ତୁ 6.ସୁନ୍ଦରକାଣ୍ଡ ପାଠ କରିବା ସମୟରେ ତୁଳସୀ ଦାସ ଦ୍ୱାରା ରଚିତ ରାମଚରିତମାନସ ପୂଜା ମଧ୍ୟ କରିବା ଉଚିତ ।

Nalco
Leave A Reply