ନୂଆଦିଲ୍ଲୀ :ଇଛାଶକ୍ତି ଆଗରେ ବାଧକ କେବେବି ସାଜି ପାରିବ ନାହିଁ କୌଣସି ଅସୁବିଧା l ଯେତେବଡ଼ ଅସୁବିଧା ଆସିଲେ ମଧ୍ୟ ମଣିଷକୁ ତାର ଇଛାଶକ୍ତି ଆଗକୁ ଆଗେଇ ନେଇ ଥାଏ l ଏହି ଉଦେଶ୍ୟର ଜ୍ୱଳନ୍ତ ଉଦାହରଣ ହେଉଛି ଆମ୍ବିକାପୁରର ଡିଗାମା ପଞ୍ଚାୟତର ଦିବ୍ୟାଙ୍ଗ ଛାତ୍ର ମହେଶ ,ଯିଏ ହାତରେ ଲାଚାର ହେବା ପରେ ପାଦରେ ଲେଖି ଚଳିତ ବର୍ଷ ଦଶମ ଶ୍ରେଣୀର ପରୀକ୍ଷା ଦେବେ l ମହେଶ ପିଲ୍ଲାଟି ବେଳରୁ ଦିବ୍ୟାଙ୍ଗ ଅଟନ୍ତି l ତାଙ୍କର ଗୋଟିଏ ହାତ ନାହିଁ ଓ ଅନ୍ୟ ହାତଟି ଅଳ୍ପ ବିକଶିତ ଅଟେ l
ତଥାପି ନିଜର ପାଠ ପଢାକୁ ନେଇ ଏତେ ପରିମାଣରେ ସଜାଗ ଅଟନ୍ତି ଯେ ପିଲାଟି ବେଳରୁ ଗୋଡ଼ ସାହାଯ୍ୟରେ ଲେଖି ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି l ମହେଶଙ୍କ ପିତାମାତା ଦୁଇ ବର୍ଷ ପୂର୍ବରୁ ସ୍ୱର୍ଗବାସ ଲାଭ କରିଛନ୍ତି l ତଥାପି ସେ ହାର ମାନି ନାହାନ୍ତି l ମହେଶ ଭବିଷ୍ୟତରେ ଜଣେ ଶିକ୍ଷକ ହେବାର ଆସ ରଖିଛନ୍ତି l କରୋନା ମହାମାରୀ କାରଣରୁ ବିଦ୍ୟାଳୟ ଗୁଡିକ ବନ୍ଦ ଥିବା ସମୟରେ ମହେଶ ମଧ୍ୟ ଅନ୍ୟ ଛାତ୍ର ଛାତ୍ରୀଙ୍କ ଭଳି ଅନ୍ଲାଇନିରେ ପାଠ ପଢି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଛନ୍ତି l
ଦିବ୍ୟାଙ୍ଗ ହୋଇଥିବା କାରଣରୁ ମହେଶ ପାଠପଢାକୁ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ,କିନ୍ତୁ ତାଙ୍କର ଇଛାଶକ୍ତି ଆଗରେ ଅସୁବିଧା ମଧ୍ୟ ହାର ମାନିଛି l ଗୋଡ ସାହାଯ୍ୟରେ ନିଜ ଖାତାରେ ଏପରି ସୁନ୍ଦର ଭାବରେ ଲେଖିଥାନ୍ତି ଯେପରି ଲାଗିଥାଏ କେହି ଯେମିତି ହାତରେ ଲେଖି ଦେଇଛି l ସେ ନିଜ ପାଇଁ କହିଛନ୍ତି ହାତ ନଥିଲେ ମଧ୍ୟ ମୋର ଗୋଡ ଥିବା କାରଣରୁ ମୁଁ ନିଜକୁ ଭାଗ୍ୟବାନ ମାନେ କରିଛି l
Comments are closed.