ଯଦି ଆପଣ ସୁସ୍ଥ ଓ ନୀରୋଗି ରହିବାକୁ ଚାହୁଁଛନ୍ତି ତେବେ ନିୟମିତ ହଳଦୀ ସହିତ ଲେମ୍ବୁ କରନ୍ତୁ ସେବନ । ଏହା ଶରୀର ପାଇଁ ଖୁବ୍ ପ୍ରଭାବଶାଳୀ , ଏହି ୨ଟି ଟେଷ୍ଟ ଜିନିଷ ଆଣ୍ଟି ଅକ୍ସୀଡ଼ାଣ୍ଟ , ଆଣ୍ଟି ଇମ୍ଫ୍ଲା ମେଟରୀ ଓ ଆଣ୍ଟି ବାୟୋଟିକ ଗୁଣରେ ଭରପୁର ଅଟେ । ଏହାଛଡା ଭିଟାମିନ ସି , ଭିଟାମିନ ଇ , ସୋଡିୟମ , ପୋଟାସିୟମ ସମସ୍ତ ତତ୍ତ୍ଵ ପ୍ରଚୁର ପରିମାଣ ରେ ରହିଥାଏ । ଆସନ୍ତୁ ଜାଣିବା ନିୟମିତ ଲେମ୍ବୁ ଓ ହଳଦୀ ସେବନ କରିବା ଦ୍ୱାରା କେଉଁ ସବୁ ଲାଭ ମିଳିଥାଏ ଓ ଏହାଦ୍ବାରା କଣ ସବୁ ହୋଇଥାଏ ।
* ହାର୍ଟ କୁ ରଖିଥାଏ ସୁସ୍ଥ –
ଯଦି ଆପଣ ହାର୍ଟ କୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ହଳଦୀ ସହିତ ନିୟମିତ ଲେମ୍ବୁ ସେବନ କରନ୍ତୁ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ହାର୍ଟ ରୁ ବ୍ଳକେଜ ଦୂର ହୋଇଥାଏ ।
* ଓଜନ ନିୟନ୍ତ୍ରିତ କରିଥାଏ -:
ଯଦି ଆପଣ ଓଜନ ନିୟନ୍ତ୍ରଣ କରିବା ପାଇଁ ଚାହୁଁଛନ୍ତି ତେବେ ନିୟମିତ ହଳଦୀ ପାଣି ରେ ଲେମ୍ବୁ ମିଶାଇ ସେବନ କରନ୍ତୁ । ଏଥିରେ ସାମାନ୍ୟ ମହୁ ମିଶାଇ ସେବନ କଲେ ଶରୀର କୁ ଅନେକ ଗୁଡ଼ିଏ ଲାଭ ମିଳିଥାଏ ।
* ମାନସିକ ଚାପ ଦୂର ହୋଇଥାଏ:-
ଲେମ୍ବୁ ଓ ହଳଦୀ ଅନେକ ଗୁଡ଼ିଏ ଲାଭ ଦାୟକ ତତ୍ୱରେ ଭରପୁର ଅଟେ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ । ତେଣୁ ଏହାକୁ ନିୟମିତ ସେବନ କରି ପାରିବେ ।
* ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ :-
ଇମ୍ୟୁନିଟି ଷ୍ଟ୍ରଙ୍ଗ ହେଲେ ଶରୀର ବିଭିନ୍ନ ପ୍ରକାର ରୋଗ ଠାରୁ ଦୂରେଇ ରହିଥାଏ । ତେଣୁ ନିୟମିତ ନିଜର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ପାଇଁ ନିଜ ଭୋଜନ ରେ ୩ଗ୍ଲାସ୍ ଲେମ୍ବୁ ହଳଦୀ ପାଣି ସାମିଲ କରନ୍ତୁ ।
ପ୍ରସ୍ତୁତି ପ୍ରଣାଳୀ -:
ଗୋଟିଏ ଗ୍ଲାସ୍ ପାଣିରେ ଗୋଟିଏ ଚାମଚ୍ ସୁଧ ଦେଶୀ ହଳଦୀ ଗୁଣ୍ଡ ମିଶାନ୍ତୁ ଓ ଏହାକୁ ଭଲରେ ଫୁଟାଇ ନିଅନ୍ତୁ । ଏହାପରେ ସେଥିରେ ସାମାନ୍ୟ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ ।
