ନୂଆଦିଲ୍ଲୀ : ବିମାନ ବନ୍ଦରରେ ତସ୍କରୀର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି l ଏହିଭଳି ଗୋଟିଏ ମାମଲା ଚେନାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ସାମ୍ନାକୁ ଆସିଛି l ଦୁବାଇରୁ ଆସିଥିବା ଦୁଇଜଣ ଯାତ୍ରୀଙ୍କର ଯେତେବେଳେ ଯାଞ୍ଚ ଆରମ୍ଭ ହୋଇଥିଲା ସେତେବେଳେ ତାଙ୍କ କାର୍ଯ୍ୟକଳାପ ଦେଖି ସୁରକ୍ଷାକର୍ମୀ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ l ଏହା ପରେ ଉଭୟ ଯାତ୍ରୀଙ୍କୁ ଯେତେବେଳେ ଲଣ୍ଡା କରାଗଲା ସେତେବେଳେ ସମସ୍ତେ ଆଚାର୍ଯ୍ୟ ହୋଇ ଯାଇଥିଲେ l ମିଳିଥିବା ସୂଚନା ଅନୁସାରେ ଉଭୟ ଯାତ୍ରୀ ମୁଣ୍ଡରେ ନକଲି ଛୁଟି ଲଗାଇଥିଲେ ଓ ତାତଳେ ସୁନା ଲୁଚାଇଥିଲେ l
ଯେତେବେଳେ ଉଭୟଙ୍କୁ ଲଣ୍ଡା କରାଗଲା ସେତେବେଳେ ତାଙ୍କ ମୁଣ୍ଡରୁ ସୁନା ଖସିବା ଆରମ୍ଭ ହେଲା l ଏହା ପରେ କଷ୍ଟମ ବିଭାଗ ଅଧିକାରୀ ମାନେ ଅନ୍ୟ ୭ଜଣ ଯାତ୍ରୀଙ୍କୁ ମଧ୍ୟ ଗିରଫ କରିଥିଲେ l ସେମାନଙ୍କୁ ଯେତେବେଳେ ଲଣ୍ଡା କରାଯାଇଥିଲା ତିନିଜଣଙ୍କ ମୁଣ୍ଡରୁ ସୁନା ଓ ଚାରିଜଣଙ୍କ ମୁଣ୍ଡରୁ ବିଦେଶୀ ମୁଦ୍ରା ମିଳିଥିଲା l ଏହି ତସ୍କର ମାନଙ୍କ ନିକଟରୁ ପାଖାପାଖି ୨.୫ କୋଟି ମୂଲ୍ୟର ସୁନା ଓ ୨୪ ଲକ୍ଷରୁ ଅଧିକ ତାଙ୍କର ବିଦେଶୀ ମୁଦ୍ରା ଜବତ ହୋଇଥିଲା l
ଯେଉଁ ଯାତ୍ରୀ ମାନଙ୍କ ମୁଣ୍ଡରୁ ସୁନା ମିଳିଥିଲା ସେମାନେ ସାରଯାହା ଯିବାକୁ ଚାହୁଁଥିଲେ l ଦୁଇ ଯାତ୍ରୀଙ୍କୁ ଯେତେବେଳେ ବିମାନ ବନ୍ଦରରେ ଯାଞ୍ଚ କରାଯାଉଥିଲା ସେତେବେ କଷ୍ଟମ ଅଧିକାରୀ ଦେଖିଥିଲେ ଯେ ସେମାନଙ୍କ କେଶ ଆବଶ୍ୟକତା ଠାରୁ ଅଧିକ ଚମକୁଛି l ଏହା ପରେ କଷ୍ଟମ ଅଧିକାରୀ ପୋଲିସକୁ ଡାକିଥିଲେ l ପୋଲିସ ସେମାନଙ୍କ ମୁଣ୍ଡରୁ ନକଲି ଛୁଟି କାଢ଼ିବ ମାତ୍ରକେ ସୁନା ଖସିବା ଆରମ୍ଭ ହୋଇଥିଲା l ତସ୍କର ମାନଙ୍କର ଏହି ଉପାୟକୁ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛି l
Comments are closed.