ଶୀତଋତୁ ଆରମ୍ଭ ହେଉଛି , ବର୍ତ୍ତମାନ୍ ଧୀରେ ଧୀରେ ଥଣ୍ଡା ପଡୁଛି । ଏହି ଋତୁରେ ପ୍ରଦୂଷଣ ଓ ସଂକ୍ରମଣ ମଧ୍ୟ ବଢ଼ିଥାଏ । ଆମେ ବିଶେଷ ଭାବରେ ବିଭିନ୍ନ ଥଣ୍ଡା ଜନିତ ସମସ୍ୟା ଦ୍ଵାରା ଆକ୍ରାନ୍ତ ହୋଇ ଥାଉ । ସେହିଭଳି ଶୀତଋତୁ ରେ ତ୍ବଚା ଶୁଷ୍କ ହେବା , ଓଠ ଫାଟିବା , ପାଦ ଫଟିବ ସହିତ କେଶ ଝଡ଼ିବା ସମସ୍ୟା ମଧ୍ୟ ଦେଖାଦିଏ ।
କେଶ ମଣିଷର ମୁଖ ମଣ୍ଡଳ ର ସୋନ୍ଦର୍ଯ୍ୟ କୁ ବୃଦ୍ଧି କରିଥାଏ । ମୁଣ୍ଡରେ ଯଦି କେଶ ନଥାଏ ଲୋକ ଙ୍କ ନିକଟରେ ନିଜକୁ ଆମେ ଲଜ୍ଜିତ ମନେ କରିଥାଉ । କେଶ ଥିବା ମଣିଷ ର ସୌନ୍ଦର୍ଯ୍ୟ ଦ୍ଵିଗୁଣିତ ହୋଇଥାଏ । ଶୀତ ଋତୁରେ ଆମେ କେଶର ଠିକ୍ ଭାବରେ ଯତ୍ନ ନେଇ ପାରି ନଥାଉ ଯେଉଁ କାରଣରୁ କେଶ ନଷ୍ଟ ହେବା ସମସ୍ୟା ଦେଖା ଦେଇଥାଏ ।
ଶୀତଋତୁରେ କିପରି ନେବେ କେଶର ଯତ୍ନ -:
* ଆମେ ଥଣ୍ଡା ଦିନେ ଖୁବ୍ କମ୍ କେଶ ଧୋଇ ଥାଉ ବା ସଫା କରିଥାଉ । ଯାହାଦ୍ଵାରା ପ୍ରଦୂଷଣ ଯୋଗୁଁ କେଶ ମୂଳରେ ମଳି ଜମି ଅଧିକ କେଶ ଝଡିଥାଏ । ତେଣୁ ଶୀତଋତୁରେ ଆପଣ ସୋରିଷ ତେଲ କୁ ଉଷୁମ କରି ସେଥିରେ ସାମାନ୍ୟ ଲେମ୍ବୁ ରସ ମିଶାଇ ନିଅନ୍ତୁ । ଏହାପରେ ତାହାକୁ କେଶ ମୂଳରେ ମାଲିଶ୍ କରି ଉଷୁମ ପାଣିରେ କେମିକାଲ ବିହୀନ ସାମ୍ପୁ ସାହାଯ୍ୟରେ ଧୋଇ ନିଅନ୍ତୁ । କେଶ କୋମଳ ହେବା ସହ ରୁପି ମଧ୍ୟ ହେବ ନାହିଁ । ଏଭଳି ସପ୍ତାହକୁ ଦୁଇ ଥର କଲେ ଭଲ ଲାଭ ମିଳିବ ।
* ଯେଉଁ ମାନଙ୍କ କେଶ ଅଧିକ ରୁକ୍ଷ ସେମାନେ ଶୀତଋତୁ ରେ ଦହି ଓ ମହୁ ରେ ମିଶ୍ରିତ ପ୍ୟାକ କେଶ ପାଇଁ ବ୍ୟବହାର କରିବା ଆବଶ୍ୟକ । ମହୁ ଓ ଦହି କୁ ମିଶାଇ କେଶ ମୂଳରେ ମାଲିସ କରି ୩୦ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହାପରେ ତାହାକୁ ଉଷୁମ ପାଣି ଓ ଶାମ୍ପୁ ସହିତ ସଫା କରନ୍ତୁ ।
* ଶୀତଋତୁ ରେ ରୁପି ଯୋଗୁଁ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ଦେଖା ଦେଇଥାଏ । ଏଭଳି ସମସ୍ୟା ଯଦି ଦେଖା ଯାଉଛି ତେବେ ସପ୍ତାହ କୁ ଥରେ ଭୃଷୁଙ୍ଗ ପତ୍ର ଓ ମେଥି ଦାନା କୁ ମିଶାଇ ଭଲରେ ବାଟି ନିଅନ୍ତୁ । ଏହାପରେ ଏଥିରେ ଲେମ୍ବୁ ରସ ମିଶାଇ କେଶ ମୂଳରେ ଭଲରେ ଲଗାଇ ନିଅନ୍ତୁ । ମାତ୍ର ୩୦ ମିନିଟ୍ ମଧ୍ୟରେ ଉଷୁମ ପାଣି ରେ କେଶ କୁ ଧୋଇ ନିଅନ୍ତୁ, ଏହାପରେ ସାମ୍ପୁ ସାହାଯ୍ୟରେ ସଫା କରନ୍ତୁ ।
* ଶୀତଋତୁ ରେ ରୀଠା ଫଳ ଗୁଣ୍ଡ , ଅଁଳା ଗୁଣ୍ଡ ଓ ସିକାକାଇ ଗୁଣ୍ଡକୁ ରାତି ରେ ଗୋଟିଏ ଲୁହା କଡ଼େଇ ରେ ଭିଯାଇ ନିଅନ୍ତୁ । ଏହାପରେ ସକାଳୁ ଏହାକୁ ଭଲରେ ଚୁଲି ରେ ଗରମ୍ କରି ନିଅନ୍ତୁ । ଏହି ପାଣି କୁ ଠିକ୍ ଭାବରେ ଛାଣି ନେଇ କେଶ ରେ ଲଗାଇ ନିଅନ୍ତୁ । କେଶ ଶୁଖି ଯିବା ପରେ ଭଲରେ ଧୋଇ ନିଅନ୍ତୁ । ଏହାକୁ ଲଗାଇଲେ ଆଦୌ ସମ୍ପୁ ର ବ୍ୟବହାର କରିବେ ନାହିଁ । ଏଭଳି ମାସକୁ ୪ଥର କରିବା ଦ୍ୱାରା କେଶ ଘନ ହେବା ସହ ଝଡ଼ିବା ମଧ୍ୟ କମି ଯିବ ।
