‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ ଏବଂ ଆଉ ୨ଟି ଟୁଇଟର୍ ଆକାଉଣ୍ଟ୍ ହ୍ୟାକ୍ କରି ‘ଏଲନ୍ ମସ୍କ୍’ ନାଁ ଦେଲେ ହ୍ୟାକର୍
ନୂଆଦିଲ୍ଲୀ: ‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ୱାର୍ଲଡ୍ ଆଫେୟାର୍ସ’ (ଆଇ.ସି.ଡବ୍ଲୁ.ଏ.), ‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ (ଏମ୍.ଡି.ଏମ୍.ବି.) ଏବଂ ‘ମାନ୍ ଦେଶୀ ମହିଳା ବ୍ୟାଙ୍କ୍ର (ମାଇକ୍ରୋ ଫାଇନାନ୍ସ୍ ବ୍ୟାଙ୍କ୍) ଟୁଇଟର୍ ଆକାଉଣ୍ଟ୍ଗୁଡ଼ିକୁ ରବିବାର ଦିନ ହ୍ୟାକ୍ କରାଯାଇଥିଲା। ଅଭିଯୁକ୍ତ ହ୍ୟାକର୍ମାନେ ଉପରୋକ୍ତ ଟୁଇଟର୍ ହ୍ୟାଣ୍ଡ୍ଲ୍କୁ ‘ଏଲନ୍ ମସ୍କ୍’।
ଏଥିରେ ପୋଷ୍ଟ୍ ହୋଇଥିବା କେତେକ ଟୁଇଟ୍ରେ ‘କ୍ରିପ୍ଟୋକରେନ୍ସି’ର (ଅଦୃଶ୍ୟ ମୁଦ୍ରା) ପ୍ରଚାର ମଧ୍ୟ କରାଯାଇଥିଲା। ସୂଚନାଯୋଗ୍ୟ, ଡିସେମ୍ବର ୧୨ ତାରିଖରେ ସ୍ବଳ୍ପ ସମୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆକାଉଣ୍ଟ୍ ହ୍ୟାକ୍ କରାଯାଇ ଅନୁରୂପ ପୋଷ୍ଟ୍ ହୋଇଥିଲା।

ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ପାସ୍ୱାର୍ଡ ହ୍ୟାକ୍ କରାଯାଇ କିଂବା ବିଦ୍ବେଶାତ୍ମକ ଲିଙ୍କ୍କୁ ଉପରୋକ୍ତ ଆକାଉଣ୍ଟ୍ଗୁଡ଼ିର ହ୍ୟାଣ୍ଡ୍ଲର୍ମାନେ ‘କ୍ଲିକ୍’ କରିବାରୁ ଏଭଳି ହୋଇଥାଇ ପାରେ।
‘ଆଇ.ସି.ଡବ୍ଲୁ.ଏ.’ର ଟୁଇଟର୍ ଆକାଉଣ୍ଟ୍ ‘ରିକଭର୍’ ହୋଇଥିବା ବେଳେ ‘ଆଇ.ଏମ୍.ଏ.’ ଓ ‘ଏମ୍.ଡି.ଏମ୍.ବି.’ର ଟୁଇଟର୍ ଆକାଉଣ୍ଟ୍ରେ ବିଦ୍ବେଶାତ୍ମକ ଟୁଇଟ୍ଗୁଡ଼ିକ ଦେଖାଯାଉଥିଲା। ସୂଚନାଯୋଗ୍ୟ, ‘ଆଇ.ସି.ଡବ୍ଲୁ.ଏ.’ ହେଉଛି ଜାତୀୟ ଗୁରୁତ୍ବ ଥିବା ଏକ ପ୍ରତିଷ୍ଠାନ, ଯାହାର ଅଧ୍ୟକ୍ଷ ହେଉଛନ୍ତି ଉପରାଷ୍ଟ୍ରପତି।
‘ବୈଦ୍ୟୂତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ’ର ‘ଆଇଟି ସିକ୍ୟୁରିଟି ଗ୍ରୁପ୍’ ‘ସିଇଆର୍ଟି-ଇନ୍’ ଏହି ହ୍ୟାକ୍ ଘଟଣାର ତଦନ୍ତ କରୁଛନ୍ତି।