Odisha news

ଆଜି ପବିତ୍ର ଗୁରୁ ପୂର୍ଣିମା : ନିଜ ଜୀବନ ରେ ସୁଖ ଓ ଶାନ୍ତି ପାଇଁ କରନ୍ତୁ ଏହି ଉପାୟ 

0
ଶାସ୍ତ୍ରରେ କୁହାଯାଇଛି ଗୁରୁଙ୍କ ବିନା ଭଗବାନ ଙ୍କୁ ମଧ୍ୟ ପାଇ ପାରିବା ନାହିଁ l ସେଥି ପାଇଁ ଗୁରୁ ଙ୍କ ସମ୍ମାନ ରେ ପ୍ରତ୍ୟେକ ବର୍ଷ ଆଷାଢ଼ ପୂର୍ଣିମା ରେ ଗୁରୁ ପର୍ବ ପାଳନ କରାଯାଇ ଥାଏ l ଗୁରୁ ଙ୍କ ପ୍ରତି ଏହା ସମ୍ମାନ ବ୍ୟକ୍ତ କରିବାର ଦିନ ହୋଇଥାଏ l ଗୁରୁ ହିଁ ଶିଷ୍ୟର ମାର୍ଗ ଦର୍ଶକ ହୋଇ ଥାଆନ୍ତି l ଗୁରୁ ଦ୍ରୋହୀ ଜୀବନ ରେ ସର୍ବଦା ଦୁଃଖ କଷ୍ଟ ଭୋଗ କରିଥାଏ l
ଚଳିତ ଥର ଗୁରୁ ପୂର୍ଣିମା ଜୁଲାଇ ୩ ତାରିଖ ଦିନ ପାଳିତ ହେବ l ଗୁରୁ ଙ୍କ ବିନା ଜ୍ଞାନ ଓ ମୋକ୍ଷ ଉଭୟ ଲାଭ କରିବା ଅସମ୍ଭବ l ଆମେ ଏହା ଜାଣିଚୁ ଯେ ଗୁରୁ ପୂର୍ଣିମା ଦିନ ବେଦ ବ୍ୟାସ ଙ୍କ ଜନ୍ମ ହୋଇଥିଲା , କିନ୍ତୁ ଗୁରୁ ପୂର୍ଣିମା ଦିନ ଟି ର ବୁଧ ଙ୍କ ସହିତ ଖାସ ସମ୍ବନ୍ଧ ରହିଛି l
* ମାନ୍ୟତା ଅନୁସାରେ ଗୁରୁ ପୂର୍ଣିମା ଦିନ ଗୌତମ ବୁଦ୍ଧ ଙ୍କ ସହିତ ବିଶେଷ ସମ୍ପର୍କ ରହିଛି l ବୌଦ୍ଧ ଧର୍ମର ମାନ୍ୟତା ଅନୁସାରେ ଗୁରୁ ପୂର୍ଣିମା ଦିନ ଗୌତମ ବୁଦ୍ଧ ଭାରତର ଉତ୍ତର ପ୍ରଦେଶ ର ସାରନାଥ ଠାରେ ନିଜର ପ୍ରଥମ ଉପଦେଶ ଦେଇଥିଲେ l
* ଶାସ୍ତ୍ର ଅନୁସାରେ ଆଜିର ଦିନରେ ଗୁରୁ ବୃହସ୍ପତି ଙ୍କୁ ବିଧିବିଧାନ ଭାବରେ ପୂଜା କରିବା ଦ୍ୱାରା ହଳଦୀ ର ପ୍ରୟୋଗ କରିବା ଖୁବ ଶୁଭ ହୋଇଥାଏ l
– ଏହିଦିନ ୭ ଟି ଖଣ୍ଡ ହଳଦୀ ନେଇ ତାହାକୁ ମା ଲକ୍ଷ୍ମୀ ଙ୍କ ନିକଟରେ ଅର୍ପଣ କରି ଗୋଟିଏ ଧଳା କପଡା ରେ ବାନ୍ଧି ନିଜ ଅଲମାରି ରେ ରଖନ୍ତୁ l ଏହାଦ୍ୱାରା ଧନ ସମସ୍ୟା ଦୂର ହୋଇଥାଏ l
– ଆଜିର ଦିନରେ ସୂର୍ଯ୍ୟ ଦେବ ଙ୍କୁ ହଳଦୀ ପାଣି ରେ ଅର୍ଘ୍ୟ ଦେବା ଦ୍ୱାରା ଘରର ସମସ୍ତ ଦୁଃଖ କଷ୍ଟ ଓ ରୋଗ ବୈରାଗ ଦୂର ହୋଇଥାଏ l
– ଆଜିର ଦିନରେ ମହାଦେବ ଙ୍କ ନିକଟରେ ହଳଦୀ , ମହୁ , ଗଙ୍ଗଜଳ ଓ ଘିଅ ରେ ଅଭିଷେକ କରିବା ଦ୍ୱାରା ବିଭିନ୍ନ ରିଷ୍ଟ ଖଣ୍ଡନ ହୋଇଥାଏ l
– କୁହାଯାଏ ଯେ ଯେଉଁ ବ୍ୟକ୍ତି ଆଜିର ଦିନରେ ଦାନ ଧର୍ମ କରି ଥାଆନ୍ତି ସେମାନଙ୍କ ପାଇଁ ସେମାନଙ୍କୁ ଗୁରୁ ଙ୍କ କୃପା ଲାଭ ହୋଇଥାଏ l
ଆଜିର ଦିନରେ ଗୁରୁଙ୍କୁ ବିଶେଷ ପୂଜାର୍ଚନା କରାଯାଇ ଥାଏ ଫ ପାଶ୍ଚାତ୍ୟ ସନାତନ ସଭ୍ୟତା ରେ ଗୁରୁ ହେଉଛନ୍ତି ଈଶ୍ୱର ଙ୍କ ର ରୂପ ତେଣୁ ତାଙ୍କୁ ଈଶ୍ୱର ଙ୍କ ସ୍ଥାନ ରେ ରଖି ପୂଜା କରାଯାଉ ଥିଲା l
କୁହାଯାଏ ଯେ ଗୁରୁ ନିନ୍ଦା ମଣିଷ କୁ ବିପଥ ଗାମୀ କରାଇ ଥାଏ l ତେଣୁ ଗୁରୁ ହେଉଛନ୍ତି ସର୍ବଦା ପୂଜ୍ୟ ଓ ନମସ୍ୟ l
IEC 2 years
Leave A Reply