ଉକ୍ରଳାନନ୍ଦ ଅଜୟ କୁମାର ବେହେରା : ସାରସ୍ୱତ ପ୍ରଦାୟିନୀ ଶକ୍ତି ସରସ୍ୱତୀ ହେଲେ ସେ ଅଦୃଶ୍ୟା ସର୍ବବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମାତ୍ର ଏକ ଉପରେ ସେ ସବୁ ବିଦ୍ୟା ପ୍ରଦାୟିନୀ କେବେ ହେବାକୁ ଚେଷ୍ଟିତ ବାରମ୍ବାର ହୋଇନାହାନ୍ତି । ସେ ସମୟାନ୍ତରକୁ ଅଳ୍ପ ଅଳ୍ପ କରି ବିଦ୍ୟା ପ୍ରଦାୟନ କରିଚାଲନ୍ତି । କେହି ବିଦ୍ୟାରମ୍ଭ ଶ୍ରୀସିଦ୍ଧିରସ୍ତୁରୁ “ଶ୍ରୀ’ରୁ ଆରମ୍ଭ କରନ୍ତି, ଏହି “ଶ୍ରୀ’ ହିଁ ମାଆ ସରସ୍ୱତୀ ମାଆ ବିଦ୍ୟାଲକ୍ଷ୍ମୀ । ଏହାପରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ନାମ ଉଚ୍ଚାରଣରେ ତ୍ରିଶୂନ୍ୟ ମୁଣ୍ଡଳା ବିଦ୍ୟାର୍ଥୀର ଆରମ୍ଭ କରାଯାଏ । ମାଆ ସରସ୍ୱତୀ ବିଦ୍ୟାପ୍ରଦାୟିନୀ ମାତ୍ର ତାଙ୍କର କଥିତ ଭାଷାକୁ ଲେଖିବା ଆବଶ୍ୟକ ଦୃଷ୍ଟେ ସଂସାରରେ ଖୋଜାପଡ଼ିଛି ଶେଷରେ ଗଣେଶ ହିଁ ଲିପି ଲେଖନ ବାର୍ତ୍ତା ରୂପେ ବଛା ଯାଇଛନ୍ତି । ସରସ୍ୱତୀ ଦେବଭାଷା ସଂସ୍କୃତ ବାଟେ ଶାସ୍ତ୍ର ଲେଖନ ପାଇଁ ବ୍ୟାସ ମାନଙ୍କୁ ବାଛିଛନ୍ତି ।
ଏ ପାଇଁ ସେ ଦ୍ୱାପର ଯୁଗର ବ୍ୟାସ ପଦବୀର ମାଧ୍ୟମ ନେଇଛନ୍ତି । ଅନେକ ଶାସ୍ତ୍ର ଜଣଙ୍କ ଦ୍ୱାରା କେବେ ସଂକଳନ କରିହେବା ସମ୍ଭବ ନୁହେଁ । ପ୍ରତ୍ୟେକ ଗଣିତ ପଢ଼ନ୍ତି, ଗଣତିରେ ସୂତ୍ର ମନେରଖିଲେ ବୀଜଗଣିତ, ଜ୍ୟାମିତି, ପରିମିତି, ତି୍ରକୋଣମିତିରେ ସୂତ୍ରାବଳୀ ମନେରଖିଲେ ମହା ମହା ଗାଣିତିକ ଜଟିଳତା ସେମାନେ ପରେ ସମାଧାନ କରିପାରନ୍ତି । ସେପରି ବ୍ୟାକରଣ ଭଲ ଭାବରେ ଜାଣିଲେ, ସାହିତି୍ୟକ ଜ୍ଞାନ ସୃଷ୍ଟି ସମ୍ଭବ । ଶାସ୍ତ୍ରଗୁଡ଼ିକ ବୋଧ କରିହେବ । ଏସବୁ ସବୁ ଶାସ୍ତ୍ର ମୂଳଭିତ୍ତିରେ ରହିଛି ଏମିତି ମାଆ ସରସ୍ୱତୀ ବାଛି ବାଛି ଏଇ “ବ୍ୟାସ’ ମାନଙ୍କୁ ଶିକ୍ଷା ପ୍ରଥମେ ଦେଇ ଏମାନଙ୍କ ଶାସ୍ତ୍ରଜ୍ଞାନରୁ ପରେ ଚେନ ପ୍ରକ୍ରିୟାରେ ବହୁଜ୍ଞାନୀ ବେଳକୁ ବେଳ ଆଗକୁ ବଢ଼ିବା ପ୍ରକ୍ରିୟା କରାଇଛନ୍ତି । ଏହି ବ୍ୟାସ ମଣ୍ଡଳୀ ଶ୍ୱେତ ବରାହକୂଳର ବୈବସ୍ୱତମନୁର ୨୮ ମହାଯୁଗର, ୨୮ ଦ୍ୱାପରରେ, ୨୮ ବ୍ରାସ ପଦ ରଞ୍ଜିତରେ ରହିଛନ୍ତି ।
କ୍ରମାନ୍ୱୟ ୧ରୁ ୨୮ ଦ୍ୱାପର ମଧ୍ୟରେ, ୧ମ ବ୍ରହ୍ମା, ୨ୟ ପ୍ରଜାପତି, ୩ୟ ଶୁକ୍ରାଚାର୍ଯ୍ୟ, ୪ର୍ଥ ବୃହସ୍ପତି, ୫ମ ସବିତାଦେବତା, ୬ଷ୍ଠ ମୃତୁ୍ୟଦେବତା ଯମ, ୭ମ ଇନ୍ଦ୍ର, ୮ମ ବିଶିଷ୍ଟ, ୯ମ ସାରସ୍ୱତ, ୧୦ମ ତି୍ରଧାମା, ୧୧ଶ ତ୍ରିବୃଷ, ୧୨ଶ ଭରଦ୍ୱାଜ, ୧୩ଶ ଅନ୍ତରୀକ୍ଷ, ୧୪ଶ ଧର୍ମ, ୧୫ଶ ପର୍ଯ୍ୟାଚାଣୀ, ୧୬ଶ ଧନଞ୍ଜୟ, ୧୭ଶ ଶେଧାତିଥି, ୧୮ଶ ବ୍ରତୀ, ୧୯ଶ ଅତ୍ରୀ, ୨୦ଶ ଗୌତମ, ୨୧ ଉତ୍ତମ, ୨୨ ବେଶ, ୨୩ ସୋମ, ୨୪ ତୃଣବିନ୍ଦୁ, ୨୫ ଭାର୍ଗବ, ୨୬ ଶକ୍ତି, ୨୭ ଯାତୁକର୍ଣ୍ଣ, ୨୮ କୃଷ୍ଣଜ୍ୱୈଗାୟନ । ୨୮ତମ ବ୍ୟାସଙ୍କର ସ୍ଥିତି ଆମ ବର୍ତ୍ତମାନ ଯୁଗ ଭୋଗ କଳିଯୁଗ ଠାରୁ ମାତ୍ର ୫୧୨୦ ବର୍ଷ ଆଗର ଯୁଗ ଶେଷ ସମୟ, ହେତୁ ଏହି ବ୍ୟାସଙ୍କର ଜନ୍ମଦିନକୁ ଆମେ ପାଳନ କରୁଛେ । ହେଲେ ସବୁ ବ୍ୟାସଙ୍କର ଯେ ଏହା ସ୍ମରଣ, ମନନ, ପାଳନ ଦିବସ ଏହାକୁ ଧରାଯାଇପାରେ ।
ଏହି ବ୍ୟାସମାନେ ଯାହା ରଚନା କରିଛନ୍ତି ତହିଁରୁ ଶାଖା ପ୍ରଶାଖା ଲମ୍ବୀ ଲମ୍ବୀ ଏହା ମଧ୍ୟରେ ଅନେକ ପ୍ରବର୍ତ୍ତନକାରୀ ପୁଣି ହୋଇଗଲେଣି । ମୂନୀ ଓ ଋଷି ଦୁଇ ଧାରା ଅଛି । ଶାସ୍ତ୍ରକୁ ଯାହା ଅଛି ତାକୁ ମାନି ଦେଇ ବୟାନକାରୀମାନେ ମୂନୀ ପର୍ଯ୍ୟାୟର ଓ ଶାସ୍ତ୍ରର ନିୟମରେ ଯେ ବିପ୍ଳବ ଆଳ ସଂସ୍କାର ପନ୍ଥୀ ସେମାନେ ଋଷି ପର୍ଯ୍ୟାୟରେ । ଏହି ଋଷିମାନେ ହିଁ ଆଜି କାଲିକାର ବୈଜ୍ଞାନିକ । ନୂଆ ନୂଆ ଉପାୟ ଦ୍ରଷ୍ଟା । ଏମାନେ ସବୁ “ଗୁରୁ’ ପର୍ଯ୍ୟାୟ ଗୁରୁ ଶବ୍ଦ ତଃ ଅନ୍ଧକାର ହଟାଇବା ବ୍ୟକ୍ତିକୁ ବୁଝାଏ, ଆଲୋକଦାତା ବୁଝାଏ । ଟ୍ରାଫିକ ପୋଲିସ ୧ଜଣ ଗୁରୁ ଯେ ଆମର ଦୁର୍ଘଟଣାରୁ ରକ୍ଷା ପାଇଁ ସଙ୍କେତ ଦେଖାଇ ଯାନଚାଳକ ଓ ପାନ୍ଥ ମାନଙ୍କୁ ସତର୍କ କରାଉଛନ୍ତି । କାନୁନ ହାତକୁ ନିଅନାହିଁ ଏକଥା ପୋଲିସ ଦର୍ଶାଉଛନ୍ତି । ଡାକ୍ତର ରୋଗରେ ନପଡ଼ିବା ପାଇଁ ଉପଦେଶ ଦେଉଛନ୍ତି । ରୋଗରେ ପଡ଼ିଲେ ଆରୋଗ୍ୟ କରୁଛନ୍ତି । ଆଇନ ଜାଲରେ ପଡ଼ି ଦଣ୍ଡ ପାଉଥିଲେ ଓକିଲମାନେ ମୁକ୍ତ କରିପାରୁଛନ୍ତି । ଆଇନ ସମୟ ଅନୁସାରେ ତିଆରି କରିବା ପୁଣି ପୂର୍ବ କାନୁନକୁ ସଂସ୍କାର କରିବାରେ ଲିପ୍ତ ବ୍ୟକ୍ତିମାନେ ସମାଜରେ ଏଇ ଗୁରୁ ପଦବୀରେ ରହିଛନ୍ତି । ଶିକ୍ଷାଦାନ କ୍ଷେତ୍ରରେ ଯେଉଁମାନେ ଅଛନ୍ତି ବିଭିନ୍ନ ଧର୍ମ ସମ୍ପ୍ରଦାୟ ଗୁରୁମାନେ ଓ ପୁରୋହିତ ବ୍ରାହ୍ମଣମାନେ, ସମାଜ ସୁଧାରକମାନେ ଗୁରୁପଦରେ ଅଧିକାରୀ ।
ସେମିତି ପିତା-ମାତା, ଶାଶୁ-ଶ୍ୱଶୁର ଏପରି ଗୁରୁଜନମାନେ ଗୁରୁ ପଦବୀରେ ଆସୁଛନ୍ତି । ଅନେକ ଗ୍ରନ୍ଥ ଯାହାକୁ ଅତି ସମ୍ମାନ ଦିଆଯାଏ । ସେସବୁ ଗ୍ରନ୍ଥ ଗୁରୁ ପଦରେ ସଦା ଅଧିଷ୍ଠିତ । ଶିଖ୍ ଧର୍ମଗ୍ରନ୍ଥର ନାମ “ଗୁରୁଗ୍ରନ୍ଥ ସାହେବ’ । ଆମର ଗାଦୀ ସଭ୍ୟତା ଅଛି । ଏଥିରେ “ଭାଗବତ’ ପରି ପୁରାଣ ଶାସ୍ତ୍ର ସଂରକ୍ଷିତ ରହି, ସମ୍ମାନୀୟ ସଦା ହୋଇ ଆସୁଛନ୍ତି, ଏହାବି ଗୁରୁସ୍ଥାନ ଗୁରୁ । ତୀର୍ଥରେ ତୀର୍ଥଗୁରୁ ଅଛନ୍ତି ତୀର୍ଥଫଳ ତାଙ୍କର ସେବା ଦ୍ୱାରା ମିଳେ ନିଜର ଆୟ ପାଇଁ କିଛି ତୀର୍ଥରେ ଦାନ କଲେ ତୀର୍ଥ ସ୍ନାନ ଦର୍ଶନର ଫଳ ମିଳେ । ତୀର୍ଥ ଧର୍ମ ସ୍ଥାନ ଏକ ଏକ ଗୁରୁସ୍ଥାନ । ରାଷ୍ଟ୍ରପତି, ପ୍ରଶାସକ, ବିଚାରପତି, ରାଜ୍ୟପାଳ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏମାନେ ପଦବୀଧାରୀ ଏମାନେ ଗୁରୁ । ଉଦ୍ଧାରକର୍ତ୍ତା ମାନେ ବି ଗୁରୁ ଜଟିଳ ରୋଗରୁ ପ୍ରବଳ ଅବିଦ୍ୟାରୁ ପାପ କାର୍ଯ୍ୟରୁ ନିବୃତ୍ତକାରୀ । ମୁର୍ଖାମୀରୁ ଦଣ୍ଡରୁ, ରାଜକୋପରୁ, ଦେବକୋପରୁ, ପିତୃ ଅସନ୍ତୋଶରୁ, ମୃତ ଆତ୍ମାକୁ ସ୍ୱଧାମ ଗତି ପାଇଁ ଚେଷ୍ଟାଶୀଳଙ୍କୁ, ବସତି ବସାଇ ସ୍ଥାୟୀ କରିବାରେ, ଦାମ୍ପତ୍ୟ ଜୀବନ ସୁଖରେ ବିତାଇବା ପାଇଁ ସଂକଳ୍ପ କରାଇବାରେ, ବୃତ୍ତି ପାଇଁ ଶିକ୍ଷା ଦେବାରେ, ଯେଉଁମାନେ ଲିପ୍ତ ସେମାନେ ସମସ୍ତେ ଗୁରୁ ।
ମନ ମୋହର ନିଜ ଗୁରୁ – ଏକଥା ଶ୍ରୀକୃଷ୍ଣ କହିଛନ୍ତି ଅତଏବ ମନର ସ୍ଥିରତା ଆୱାଜକୁ ଗୁରୁ ମନନ କରାଯାଇପାରେ । ବ୍ୟାସ ମାନଙ୍କର ପୁଞ୍ଜିଭୂତ ବିଦ୍ୟାରେ ଏସବୁର ମର୍ମଜଡ଼ିତ । ମାଆ ସରସ୍ୱତୀଙ୍କର ତୟାର ଗୁରୁମାନେ ଜ୍ୟୋଷ୍ଠପୁତ୍ର ବା ବରପୁତ୍ର । ଏମାନଙ୍କୁ ସମ୍ମାନ ଜଣାଇବା ପାଇଁ ଗୁରୁପୂର୍ଣ୍ଣିମା ଏକ ବିଶେଷ ଦିନ । ଗୁରୁ ବିଦ୍ୟା ଦେଇ ଶିଷ୍ୟକୁ ଠିଆ କରାନ୍ତି । ଶିଷ୍ୟ ବିଦ୍ୟାବନ୍ତ ହୋଇ ସିଦ୍ଧି ହାସଲ କରନ୍ତି । ଗୁରୁ ସର୍ବଦା ଶିଷ୍ୟଠାରୁ ଋଦ୍ଧିରେ ଭାଗୁଆଳୀ ନୁହଁନ୍ତି ସିଦ୍ଧିରେ ଭାଗୁଆଳୀ । ସିଦ୍ଧିପ୍ରାପ୍ତ ଶିଷ୍ୟ ହିଁ ପରେ ଗୁରୁ ପର୍ଯ୍ୟାୟ ଆସିପାରନ୍ତି । ଗୁରୁ ମନ୍ତ୍ର ଦିଅନ୍ତି ମନ୍ତ୍ର ସର୍ବଦା ମନନ କରିବା ଦିଗ ସ୍ଥିର ହେଲେ ଗୁରୁ ଶକ୍ତିପାତ୍ କରନ୍ତି, ଶକ୍ତିପାତରେ ଶିଷ୍ୟ ବିଦ୍ୟା ସମୃଦ୍ଧ ହୁଏ । ଋଦ୍ଧି ସିଦ୍ଧି ପ୍ରାପ୍ତ ହୁଏ । ଗୁରୁଙ୍କର ଦେବ ଉପଚାର, ରାଜଉପଚାରରେ ପୂଜା ହୁଏ । ଯାହା ଦର୍ଶାଏ ଗୁରୁ ଦେବତା ଠାରୁ କମ ନୁହଁନ୍ତି ।
ରାଜାଙ୍କ ଠାରୁ ବି କମ ନୁହଁନ୍ତି । ଅତଏବ ସମସ୍ତେ ଗୁରୁଙ୍କୁ ଏହି ୨ଙ୍କ ଠାରୁ ଅଗ୍ରପୂଜା କରନ୍ତୁ । ଗୁରୁଙ୍କ ପାଦ ପୂଜା, ପାଦସ୍ମରଣ ନିହାତି ଆବଶ୍ୟକ । ମନ୍ତ୍ର ମୂଳମ୍ ଗୁରୁପାଦମ୍ । ମନେରଖିବାକୁ ହେବ । ପାଦ କାହାରି ବେଶ୍ୟାଳୟ, ମଦ ଦୋକାନ, କଂସାଇଖାନା ପରି ଧର୍ମରେ ନିନ୍ଦାକରା ସେ ସବୁକୁ ଗଲେ ପାଦ ଧାରୀର କେବେ ସମ୍ମାନ ବଢ଼େନାହିଁ । ଯଦି ଦେବସ୍ଥାନ, ତୀର୍ଥସ୍ଥାନ, ଗୁରୁସ୍ଥାନକୁ ଯାଇଥାଏ ସେ ପାଦଧାରୀ ନିଶ୍ଚେ ଜଗତରେ ସମ୍ମାନ ପାଏ । ଏକଥା କେହି ଭୁଲନ୍ତୁ ନାହିଁ । ଭାରତ ଶ୍ରୀରାମଙ୍କ ପାଦୁକା ମାଡ଼ିକରି ଫେରି ନଥିଲେ ମୁଣ୍ଡରେ ମୁଣ୍ଡାଇ ଫେରିଥିଲେ । ଅତଏବ ଗୁରୁଜନଙ୍କ ପାଦ ସମ୍ବନ୍ଧ ଏପରି ସ୍ତରରେ ରଖନ୍ତୁ । ବୋଲ ବେଦବ୍ୟାସଙ୍କ ଜୟ, ଗୁରୁଙ୍କର ଜୟ, ଧର୍ମର ଜୟ ।