Odisha news

ଗୁରୁକୃପା ଆଶ୍ରମରେ ସନ୍ଥ ଶିରୋମଣୀ ମୌନାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ

0

ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ଗୋଡିପାଟିଆ ସ୍ଥିତ ପବିତ୍ର ଆଧ୍ୟାତ୍ମିକ ପୀଠ ଗୁରୁକୃପା ଆଶ୍ରମର ରାମେଶ୍ୱର କ୍ଷେତ୍ରରେ ମହାଶିବରାତ୍ରି ଅବସରରେ ଆଶ୍ରମର ପ୍ରାଣ ପ୍ରତିଷ୍ଠାତା ସନ୍ଥ ଶିରୋମଣୀ ବାବା ମୌନାନନ୍ଦ ସରସ୍ୱତୀ ମହାରାଜଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି!ବାବା ମୌନାନନ୍ଦଙ୍କୁ ସ୍ୱପ୍ନାଦେଶ ହେବାପରେ ଗତ ୨୦୦୦ ମସିହାରେ ସେ ଏଠାରେ ଗୁରୁକୃପା ଆଶ୍ରମ ସ୍ଥାପନ କରି ରାମେଶ୍ୱର ମହାଦେବଙ୍କ ମନ୍ଦିର ନିର୍ମାଣ ଆରମ୍ଭ କରାଇଥିଲେ! ୨୦୧୨ ମସିହାରେ ମନ୍ଦିର ନିର୍ମାଣ ଶେଷ ହେବାପରେ ମହାଦେବଙ୍କ ବିଗ୍ରହ ପ୍ରତିଷ୍ଠା କରି  ବାବାଙ୍କ ତତ୍ତ୍ୱାବଧାନରେ ଆଶ୍ରମ ପରିଚାଳନା ହେଉଥିଲା! ତେବେ ତାଙ୍କର ମହାପ୍ରୟାଣ ହେବାପରେ ଗୁରୁକୃପା ଆଶ୍ରମ ପରିସରରେ ଆଧ୍ୟାତ୍ମିକ ନିତି ଅନୁଯାଇ ତାଙ୍କର ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି! ବର୍ତ୍ତମାନର ଆଶ୍ରମର ବାବା ଗ୍ୟାନାନନ୍ଦ ସରସ୍ୱତୀ ମହାରାଜ ଓ ବାବା ବିଚିତ୍ରାନନ୍ଦ ଦାସଙ୍କ ଉପସ୍ଥିତିରେ ପ୍ରତିଷ୍ପା ପୂଜନ ସମ୍ପର୍ଣ୍ଣ ହେବାପରେ ନବ ନିର୍ମାଣ ମଣ୍ଡପରେ ସ୍ୱାମୀ ମୌନାନନ୍ଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା!ଏଥିରେ ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ,ବୈରୀ ପୋଲିସ ପ୍ରଶିକ୍ଷଣ ସସ୍ଥାର ବରିଷ୍ଠ ଅଧିକାରୀ ମଧୁସ୍ମିତା ମହାନ୍ତି, ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା,ମୂର୍ତ୍ତିର ସ୍ଥପତି ଗୋବିନ୍ଦଚନ୍ଦ୍ର ସାମଲ,ଆଶ୍ରମ ସେବକ ସହଦେବ ସାହୁ,ରାମଚନ୍ଦ୍ର ବାରିକ,ଗଣେଶ୍ୱର ପଣ୍ଡା,ରାମଚନ୍ଦ୍ର ରାଉତ, ଆନନ୍ଦଚନ୍ଦ୍ର ଦାସ,ପିତବାସ ସାହୁ,ଗୋପାଳ ରାଉତ,ଦୁର୍ଯୋଧନ ସାହୁ,କପିଳ ରାଉତଙ୍କ ସହ ବହୁ ଭକ୍ତ  ଊପସ୍ଥିତ ଥିଲେ!

Nalco
Leave A Reply