ଗୁପ୍ଚୁପ୍ ପ୍ରେମୀଙ୍କ ପାଇଁ ଦୁଃସମ୍ବାଦ । ଗହଳି ଓ ସାମାଜିକ ଦୂରତ୍ୱ ନ ମାନିବା ଯୋଗୁ ଗୁପ୍ଚୁପ୍ କରୋନା ସଂକ୍ରମଣ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ତେଣୁ କାନପୁର ଜିଲ୍ଲା ପ୍ରଶାସନ ଏହାକୁ ବ୍ୟାନ୍ କରିଛି । ଜିଲ୍ଲା ମାଜିଷ୍ଟ୍ରେଟ୍ ଡ. ବ୍ରହ୍ମାଦେଓ ରାମ୍ ତିୱାରି କହିଛନ୍ତି, ଅନ୍ଲକ୍ ୧.୦ରେ ବହୁତ କିଛି କୋହଳ ହେବା ପରେ ଷ୍ଟ୍ରିଟ୍ ଫୁଡ୍ ସଂକ୍ରମଣ ବୃଦ୍ଧିର କାରଣ ହୋଇଛି । ବିଶେଷକରି ଗୁପ୍ଚୁପ୍ ଷ୍ଟଲରେ ନିୟମ ପାଳନ କରାଯାଉନାହିଁ । ଅପରପକ୍ଷରେ ସ୍ୱରୂପନଗରର ଜଣେ ଗୁପ୍ଚୁପ୍ ଭେଣ୍ଡର୍ କହିଛନ୍ତି, ଆମେ ମାସ୍କ ଓ ଗ୍ଲଭ୍ସ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରୁଛୁ । ଆର୍ଓ ୱାଟର୍ ବି ବ୍ୟବହାର କରୁଛୁ ।