ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସର ସଂକ୍ରମଣ ଲଗାତାର ବଢି ଚାଲିଛି ,ସଂକ୍ରାମିତଙ୍କ ସଂଖ୍ୟା ପାଖାପାଖି ୧୨ ଲକ୍ଷ ପାର କରି ସାରିଲେଣି l ସଂକ୍ରମଣକୁ ଅଟକାଇବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଉପାୟ ବାହାରି ନାହିଁ l ଆଉ କିଛି ଦିନ ପରେ ଭାରତର ରାଷ୍ଟ୍ରୀୟ ପର୍ବ ସ୍ୱତନ୍ତ୍ରତା ଦିବସ ପାଖେଇ ଆସୁଛି l କରୋନା ମହାମାରୀ ସମୟରେ ମଧ୍ୟ ଏହି ସ୍ୱତନ୍ତ୍ରତା ଦିବସ ପାଳନ କରାଯିବ ,ସେଥିପାଇଁ ଗୃହ ଓ ରକ୍ଷା ମନ୍ତ୍ରଣାଳୟର ଅଧିକାରୀ ମାନେ ଲଲାକିଲା ପରିଦର୍ଶନ କରି ସାରିଲେଣି l
ଅଗଷ୍ଟ ୧୫ ତାରିଖ ଦିନ ସ୍ୱତନ୍ତ୍ରତା ଦିବସ କିପରି ପାଳନ ହେବ ସରକାର ସେଥିପାଇଁ ଗାଇଡଲାଇନ ଜାରି କରିସାରିଛନ୍ତି l ମିଳିଥିବା ସୂଚନା ଅନୁସାରେ ଅଧିକାଂଶ ସ୍ଥାନ ସାନିଟାଈଜ କରାଯିବ ,ମାସ୍କ ପିନ୍ଧି ଆସିବା ନିତ୍ୟାନ୍ତ ଆବଶ୍ୟକ ,ଚୌକିରେ ବସିଲେ ମଧ୍ୟ ଦୁଇ ଗଜର ବ୍ୟବଧାନ ରଖିବା ଆବଶ୍ୟକ l କାରଣ କରୋନାକୁ ହରାଇବାକୁ ହେଲେ ସାମାଜିକ ଦୂରତ୍ୱ ମୁଖ୍ୟ ମନ୍ତ୍ର ଅଟେ l ଏହିଥର ସ୍ୱତନ୍ତ୍ରତା ଦିବସରେ ବହୁତ କମ ଲୋକଙ୍କୁ ଆମନ୍ତ୍ରିତ କରାଯାଇଛି l
ପୂର୍ବରୁ V V I P ଙ୍କ ଧାଡିରେ ୯ ସାହରୁ ହଜାର ଲୋକ ବସୁଥିଲେ ,କିନ୍ତୁ ଏହିଥର ଏହି ସଂଖ୍ୟା ୨ ଶହରୁ ୨୫0 ରଖା ଯାଇଛି l ସ୍ୱତନ୍ତ୍ରତା ଦିବସରେ କ୍ୟାବିନେଟ ମନ୍ତ୍ରୀ ମାନଙ୍କୁ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦିଆଯିବ l ପ୍ରଧାନମନ୍ତ୍ରୀଙ୍କ କର୍ଯ୍ୟାଳୟରୁ କିଛି ଅଧିକାରୀ ମଧ୍ୟ ଏହି ସମାରୋହରେ ଯୋଗ ଦେବେ l କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଆମନ୍ତ୍ରିତ କରାଯିବ ନାହିଁ l ସେହି ସ୍ଥାନରେ ୩ ଶହ ପାଖାପାଖି NCC କ୍ୟାଡେଟ ସାମାଜିକ ଦୂରତ୍ୱ ରଖି ସମାରୋହରେ ଯୋଗଦେବେ l
ଚଳିତ ବର୍ଷ ସ୍ୱତନ୍ତ୍ରତା ଦିବସ ସମାରୋହରେ ପ୍ରଥମଥର ପାଇଁ କରୋନା ଯୋଦ୍ଧାମାନେ ସାମିଲ ହେବେ ,ଡାକ୍ତର ,ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧବିର ମାନଙ୍କ ସହିତ ଯେଉଁ ମାନେ କରୋନା ରୋଗରେ ଜୟଲାଭ କରିଛନ୍ତି l ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀଙ୍କ ସହିତ ଯୋଡି ହୋଇଥିବା କାର୍ଯ୍ୟକ୍ରମ ଗୁଡିକ ପ୍ରଥମେ କରାଯିବ l ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ରତା ଦିବସ ପରେଡରେ ମଧ୍ୟ ସାମିଲ ହେବେ ଓ ରାଷ୍ଟ୍ରକୁ ସମ୍ବଧନ କରିବେ l