Odisha news

ବାଲୁକା କଳା ରେ ମାଆ କୁ ସମ୍ବର୍ଦ୍ଧନା

0

ତେନ୍ତୁଳିଖୁଣ୍ଟି :- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜୁନାପାଣି ଗ୍ରାମ ର ବରିଷ୍ଠ ଶିକ୍ଷକ ଚନ୍ଦ୍ରଧ୍ଵଜ ଡଙ୍ଗରି ଙ୍କ ପରିବାର ତରଫରୁ ବିଶ୍ୱ ମାତୃ ଦିବସ ପାଳନ କରିବା ଅବସରରେ ବାଲୁକା ଶିଳ୍ପ ମାଧ୍ୟମରେ କରୋନା ର ସଚେତନତା ବାର୍ତା ବାଣ୍ଟିବା ସହ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ସମସ୍ତ ଙ୍କୁ ଭୁରି ଭୋଜନ ରେ ଅପ୍ୟାୟୀତ କରିବା ସହ ଉତ୍ତରୀୟ ଦେଇ ସାନମାନିତ କରିଥିଲେ l

ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ର ସୁନାମଧନ୍ୟ ବାଲୁକା ଶିଳ୍ପୀ ତଥା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ ଗୌରୀଶଙ୍କର ଡଙ୍ଗରି ଙ୍କ ଦ୍ୱାରା ନିର୍ମିତ ବାଲୁକା କଳା କୁ ବିଡିଓ ଧର୍ମରାଜ ମାଝୀ, ଥାନାଅଧିକାରୀ ଅଭୟ ବେହେରା ସାମାଜିକ ଦୂରତା ରଖି ଉଦଘାଟନ କରିଥିଲେ l ଗୌରୀ ଭାଇ ଙ୍କ ବାଲୁକା କଳା କୁ ପ୍ରଶଂସା କରି ଥାନା ଓ ବ୍ଲକ ରେ କରୋନା ସଚେତନତା ବାଲୁକା କଳା ନିର୍ମାଣ କରିବା ସହ, ସଙ୍ଗରୋଧ କେନ୍ଦ୍ର ରେ ଥିବା ଶ୍ରମିକ ମାନଙ୍କୁ ଯୋଗ ଶିକ୍ଷା ଦେବା ପାଇଁ ଅନୁରୋଧ କରିଥିଲେ l

ଏହା ପରେ ନିଜ ପୁଅ ମାନଙ୍କୁ କଠିନ ପରିଶ୍ରମ କରି ଶିକ୍ଷିତ କରି ଗଢି ତୋଳି ଥିବା ମାଆ ମୁକ୍ତାଦେଇ ଡଙ୍ଗରି, ଶିକ୍ଷକ ଚନ୍ଦ୍ରଧ୍ଵଜ ଡଙ୍ଗରି, ପବିତ୍ର ମୋହନ ଡଙ୍ଗରି, ଗୌରୀଶଙ୍କର ଡଙ୍ଗରି, ବିଦୂତ ପ୍ରଭା ଡଙ୍ଗରି, ନୁପୁର ଡଙ୍ଗରି, ମୁକ୍ତା ଡଙ୍ଗରି    ପ୍ରମୁଖ ବିଡ଼ିଓ, ଥାନା ଅଧିକାରୀ, ଖବରଦାତା, ଆମ୍ବୁଲାନ୍ସ ଡ୍ରାଇଭର ଙ୍କୁ ସାନମାନିତ କରିଥିଲେ l କାର୍ଯ୍ୟକ୍ରମ ରେ ଖବରଦାତା ଦିଲୀପ ଦାସ, ମହମ୍ମଦ ହୁସେନ, ସାମାଜିକ କାର୍ଯକର୍ତା ଖେମରାଜ ବାଘ, ମନୋଜ କୁମାର ପାଣ୍ଡୀ, ମକୁନ୍ଦ ବେଶ୍ରl, କାମିନୀ ରଞ୍ଜନ ପାଣ୍ଡେ, ମନୋରଞ୍ଜନ ମହାପାତ୍ର, ପ୍ରମୁଖ ଯୋଗ ଦେଇଥିଲେ l

Har Ghar Tiranga

Leave A Reply