Odisha news

ପ୍ରବାଶିଙ୍କ ଲାଗି ପ୍ରସ୍ତୁତ ହେଉଛି ସଂଗରୋଧ ଗୃହ ଅଲଗା ଅଲଗା ରହିବେ ପ୍ରବାସି ଓଡିଆ ।

0

ଅସ୍ତରଙ୍ଗ ୨୯/୦୪ : ଅସ୍ତରଙ୍ଗ ବ୍ଲକ ଅଂଚଳକୁ ବେଦେଶ ଫେରନ୍ତାଙ୍କ ତାଲିକା ପସ୍ତୁତ କରିବାରେ ପ୍ରଶାସନିକ ଅଧିକାରୀମାନେ ଲାଗି ପଡିଥିବା ବେଳେ , ବର୍ତ୍ତମାନ ସ୍ଥିତିରେ ଯେତିକି ପ୍ରବାଶି ଓଡିଆ ଗାଁ କୁ ଫେରିଛନ୍ତି ମେ ୩ ତାରିଖ ପରେ ଗାଁ ଫେରବା ବୃଦ୍ଧି ପାଇବ ବୋଲି ଜଣାପଡିଅଛି । ଏତ୍ତ ବ୍ୟତି୍ତ ସରପଂଚ ମାନେ ପଂଚାୟତ ସ୍ତରରେ ବୈଠକ ଡାକି କେଉଁ ୱାର୍ଡରେ କେତେ ଲୋକ ବାହାରେ ଅଛନ୍ତି ଓ ସେଥି ମଧ୍ୟରୁ କେତେ ଲୋକ ଗାଁକୁ ଫେରିବାକୁ ଚାହୁଁଛନ୍ତି ସେ ସବୁର ତଥ୍ୟ ସଂଗ୍ରହ କରି ସ୍ଥାନୀୟ ସ୍କୁଲର ଶିକ୍ଷକ ମାନେ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦେଇ ପଞ୍ଜିକରଣ କାର୍ଯ୍ୟ ମଧ୍ୟ ଅଗ୍ରଗତି ହେବାରେ ଲାଗିଛି । ସେହି ଅନୁଯାଇ ବୁଧବାର ଅପରାହ୍ନ ସୁଧା ଅଳଙ୍ଗପୁର ପଞ୍ଚାୟତରେ ୧୪୩ ଜଣ ପଞ୍ଜିକରଣ କରିଥିବା ବେଳେ , ଛୁରିଆନା ଗ୍ରା.ପ.ରେ ୨୮୫ ଜଣ, ପାଟଳଦା ଗ୍ରା.ପ.ରେ ୬୫ ଜଣ , ନଇଗୁଆଁ ଗ୍ରା.ପ.ରେ ୧୦୦ ଜଣ , ଅସ୍ତରଙ୍ଗ ଗ୍ରା.ପ.ରେ ୫୧ ଜଣ ଏହିପରି ୧୫ ଗୋଟି ଗ୍ରାମପଂଚାୟତର ୧୬୦୦ପରିବାରର ୨୦୦୦ରୁ ଉର୍ଦ୍ଧ ପଞ୍ଜିକରଣ ହୋଇଥିବା ଜଣାପଡିଅଛି । ଯାହା ଫଳରେକି ପଂଚାୟତ ସ୍ତରରେ କ୍ୱାରେଣ୍ଟାଇନ୍ ଶିବିର ପ୍ରସ୍ତୁତି ପର୍ବ ଯୁଦ୍ଧ କାଳୀନ ଭିର୍ତ୍ତିରେ ଚାଲିଥିବା ବେଳେ ମେ ୩ ତାରିଖ ଦିନ ଲକଡାଉନ ଶେଷ ହେବାପରେ ଦେଶ ଓ ବିଦେଶରୁ ଫେରୁଥିବା ଓଡିଆ ଶ୍ରମିକ ମାନଙ୍କୁ ପଂଚାୟତ ସ୍ତରରେ ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ଶିବିରରେ ଅଦଳ ବଦଳ ଅଥବା ଗୋଟିଏ ପଂଚାୟତର ପ୍ରବାଶି ଫେରତାଙ୍କୁ ଅନ୍ୟ ପଂଚାୟତର କ୍ୱାରେଣ୍ଟାଇନ୍ ଶିବିରରେ ରଖିବା ପାଇଁ ବ୍ୟବସ୍ଥା କରିବା ସହ ସେମାନଙ୍କର ଖାଇବା ରହିବା ସମସ୍ତ ଖର୍ଚ୍ଚ ସରକାର ବହ କରିବାର ନିଷ୍ପତି ନିଆଯାଇଅଛି । ଏନେଇ ବ୍ଲକ ପ୍ରଶାସନ ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ବିଦ୍ୟାଳୟ ଗୃହ, ମେଡିକାଲ ୱାର୍ଡ ଆଦିଙ୍କୁ ନବିକରଣ କାରାଯାଇ ସେଠାରେ ସମସ୍ତ ପ୍ରକାର ଅନୁସଂଗିକ ବ୍ୟବସ୍ଥା କରାଯାଇଅଛି ବୋଲି ଉକ୍ତ ଦାୟିତ୍ୱରେ ଥିବା ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । ଏତ୍ତ ବ୍ୟତିତ୍ ଅଙ୍ଗନୱାର୍ଡି କର୍ମୀ , ଆଶା ଓ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ପୃକ୍ତ ପଂଚାୟତର କାର୍ଯ୍ୟନିର୍ବାହି ଅଧିକାରୀଙ୍କୁ ନେଇ ସରକାର ଗଠନ କରିଥିବା କମିଟି ସମସ୍ତ କାର୍ଯ୍ୟର ତଦାରଖ କରିବେ ବୋଲି ସରକାରୀ ସୁତ୍ରରୁ ଜଣାପଡିଅଛି ।

Leave A Reply