Odisha news

ବରିଷ୍ଠ ବିଜେଡି ନେତା ରଘୁନାଥ ଦାଶ ଙ୍କ ଦେହାନ୍ତ, ଅଞ୍ଚଳ ରେ ଶୋକ ର ଛାୟା!ରଙ୍ଗେଈଲୁଣ୍ଡା!!!!

0

ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗିପୁର ଗ୍ରାମର ବରିଷ୍ଠ ବିଜେଡି ନେତା ଶ୍ରୀ ରଘୁନାଥ ଦାଶ ଙ୍କ 84 ବର୍ଷ ବୟସ ରେ ନିଜ ବାସଭବନ ରେ ପରଲୋକ ହୋଇ ଯାଇଛି!ଏଠାରେ ସୂଚନା ଯୋଗ୍ୟ ଯେ, ସ୍ବର୍ଗତ ରଘୁନାଥ ଦାଶ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟନାୟକ ଙ୍କ ଅତି ଘନିଷ୍ଠ ଥିଲେ!ଆଜୀବନ ଜନତା ଦଳରେ ଜଣେ ସୋଚଟ କର୍ମୀ ଭାବେ ସାରା ଜିଲ୍ଲା ରେ ସୁପରିଚିତ ଥିଲେ!ନିଜ ପଞ୍ଚାୟତ ରେ ସେ ବହୁ ଥର ସରପଞ୍ଚ ହେବା ସହ ସମିତି ସଭ୍ୟ ହୋଇ ପଞ୍ଚାୟତ ର ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ!ମୁର୍ତ୍ୟୁ ଶଯ୍ୟା ନିକଟରେ ତିନି ପୁତ୍ର ଅଜିତ କୁମାର ଦାସ, ଯିଏ କି ରଙ୍ଗେଈଲୁଣ୍ଡା ବ୍ଲକ ବିଜେଡି ସଭାପତି ସହ ସାଂସଦ ପ୍ରତିନିଧି ଅଛନ୍ତି, ଅମିତ କୁମାର ଦାସ, ଅରୁଣ କୁମାର ଦାସ ଙ୍କ ସହ ତିନି ପୁତ୍ର ବଧୂ ଙ୍କ ସହ ନାତି, ନାତୁଣୀ, ବନ୍ଧୁ ବର୍ଗ ଏବଂ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ!ସ୍ବର୍ଗତ ରଘୁନାଥ ଦାସ ଙ୍କ ବିୟୋଗ ରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦିଲେଶ୍ଵର ରେଡି ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ରାଜେଶ୍ୱରୀ ଦୋରା, ଜିଲ୍ଲା ସାଧାରଣ ସମ୍ପାଦକ ରାମହରି ପାତ୍ର,54 ନମ୍ବର ଜିଲ୍ଲା ପରିଷଦ ଦୀପକ ସାମନ୍ତ ଙ୍କ ସମେତ ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମା ର ସଦଗତି ପ୍ରାର୍ଥନା କରିଥିଲେ!

Ad2
Leave A Reply