Odisha news

ଯୋନ ୧୧ଜିଲ୍ଲା ପରିଷଦ ଉପନିର୍ବାଚନ, ପ୍ରମୋଦଙ୍କ ବଢୁଛି ଲୋକପ୍ରିୟତା

0
ଗୋପ- 21-4 : ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକ ଯୋନ ୧୧ ନମ୍ବର ଜିଲ୍ଲାପରିଷଦ ଉପନିର୍ବାଚନ ଆସନ୍ତା ୨ତାରିଖରେ ମତଦାନ ହେବାକୁ ଥିବା ବେଳେ ଶାସକ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି।କାରଣ ଆଉ କିଛିଦିନ ପରେ ସାଧାରଣ ନିର୍ବାଚନ ହେବ।ଏହି ନିର୍ବାଚନ ର ଫଳା ଫଳ ଉପରେ ରାଜ୍ୟ ନେତୃତ୍ୱଙ୍କ ନଜରରେ ଗଣଶିକ୍ଷା ମନ୍ତ୍ରୀ ସମିରିରଞ୍ଜନ ଦାଶ ଓ ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡାଙ୍କ ଉପରେ ରହିବ।ସବୁକିଛି ଗୁରୁତ୍ୱ ବହନ କରିବ ଏହି ଉପନିର୍ବାଚନ ଫଳା ଫଳ ଉପରେ।ଏହି ଉପ ନିର୍ବାଚନ ଳନିର୍ବାଚନ ରଣାଙ୍ଗନରେ ୬ଜଣ ପାର୍ଥି ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ବେଳେ  ଶାସକ ଓ ବିରୋଧୀ ବିଜେପି ଦଳ ମଧ୍ୟରେ କଡା ଟକର ହେବା ଏକ ପ୍ରକାର ନିଶ୍ଚିତ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଦୁଇ ଦଳର ପାର୍ଥି ହୋଇଥିବା ବ୍ୟକ୍ତି କଂଗ୍ରେସ ଦଳ ଛାଡି ବିଜେପି ଓ ଶାସକ ବିଜେଡି ଦଳରୁ ପାର୍ଥି ହୋଇଛନ୍ତି।ଯାହାକୁ ଭୋଟର ମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି।ବିଜେଡି ପାର୍ଥି ଭାଗୀରଥି ସେନାପତିଙ୍କ ରାଜନୈତିକ ପୃଷ୍ଟ ଭୂମି ଦେଖିଲେ ଜଣା ପଡେ ସେ ନିଜ କୁଆଁପଡା ପଂଚାୟତରେ ଜଣେ କଂଗ୍ରେସର କର୍ମୀ।ଚଳିତ ନିର୍ବାଚନରେ ବିଜେପିରୁ ପାର୍ଥି ହୋଇଥିବା ପ୍ରମୋଦ ରାୟଙ୍କ ରାଜନୈତିକ ଜୀବନ ଶୈଳୀ କହିଲେ ସେ ଜଣେ ପୋଖତ ରାଜନୈତିକ ପରିବାରରେ ଜନ୍ମ।ଗୋପ ବ୍ଲକରେ ଦୁଇ ଦୁଇ ଥର ସରପଞ୍ଚ ଥିବା ବେଳେ ନିଜ ସ୍ତ୍ରୀ ମଧ୍ୟ ସରପଞ୍ଚ ଥିଲେ।ପ୍ରମୋଦ ରାୟ ବିଭିର୍ଣ ପଦ ପଦବୀରେ ରହି ଗରିବ ଲୋକମାନଙ୍କ ସହିତ ଯୋଡି ହୋଇ ରହିବା ସହ ବିଭିର୍ଣ ସମୟରେ ବ୍ଲକରୁ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ପାଖରେ ଜନ ସାଧାରଣ ମାନଙ୍କ ଦାବି ଉପସ୍ଥାପିତ କରିଥାନ୍ତି।ସେ ଦୃଷ୍ଟି କୋଣରୁ ପ୍ରମୋଦ ରାୟଙ୍କ ଲୋକ ପ୍ରିୟତା ବଢୁ ଥିବା ବେଳେ ଅସୁନ୍ତୁଷ୍ଠ କର୍ମୀମାଙ୍କୁ ଏକାଠି କରିବା ତାଙ୍କ ଲୋକ ପ୍ରିୟତା ବିଜେଡି ପାର୍ଥିଙ୍କ ଠାରୁ ବେଶ ଆଗରେ ଥିବା ଦେଖିବାକୁ ମିଳୁଛି।ଏହି ସମ୍ବେଦନଶୀଳ ୧୧ନମ୍ବର ଯୋନ ଜିଲ୍ଲାପରିଷଦ  ଉପ ନିର୍ବାଚନରେ ୯ଜଣ ପାର୍ଥି ମଇଦାନରେ ଥିବା ବେଳେ ମୋଟ ୩୬ହଜାର ୨୩୩ ଜଣ ଭୋଟର ନିଜର ପ୍ରିୟ ପାର୍ଥି ଚୟନ କରିବେ।ତେବେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକର ଏକ ପ୍ରକାର ନିଶ୍ଚିତ।

Leave A Reply