Odisha news

ଓଡ଼ିଶା ମହିଳା କ୍ରିକେଟ୍ ସିନିୟର୍ ଟିମର ରାଜଶ୍ରୀଙ୍କ ମୃତ୍ୟୁ ରେ ଗାଁରେ ଵୋକାକୁଳ ପରିବେଶ।ଉଚ୍ଚ ସ୍ତରୀୟ ତଦନ୍ତ କଲେ ଗ୍ରାମବାସୀ।

0

ଗୋପ , ୧୩।୧:  ଓଡ଼ିଶା ମହିଳା କ୍ରିକେଟ୍ ସିନିୟର୍ ଟିମର ରାଜଶ୍ରୀଙ୍କ ମୃତ୍ୟୁ ରେ ଗାଁରେ ଵୋକାକୁଳ ପରିବେଶ ସୃଷ୍ଟି ହୋଇଛି।ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ଭୁଆଁ ଗ୍ରାମ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି।ଗାଁରେ ଛୋଟ ଠାରୁ ବଡ଼ କେହିବି ଏଭଳି ପ୍ରତିଭା ଦୃଢ଼ ଇଛାଶକ୍ତି ସମ୍ପନ୍ନ ଝିଅ ଆତ୍ମହତ୍ୟା କରିନପାରେ ବୋଲି ଗ୍ରାମବାସୀ ସହ ପାଠୀ ମାନେ ଦୃଢ଼ ସ୍ୱରରେ କହିଛନ୍ତି।ସୂଚନା ଥାଉକି ଗତ ୧୦ ତାରିଖରୀ ଶୁର୍ଶୀ ରାଜଶ୍ରୀ ଓଡ଼ିଶା ମହିଳା କ୍ରିକେଟ୍ ସିନିୟର୍ ଟିମ୍ ଚୟନ ପ୍ରକ୍ରିୟାରୁ ବାଦ୍ ପଡ଼ିଯିବା ପରେ ହଠାତ୍ ଜଣେ ଖେଳାଳି ହୋଟେଲରୁ ନିଖୋଜ ହୋଇଯାଇଛନ୍ତି । ନିଖୋଜ କ୍ରିକେଟିୟର୍ ହେଲେ ରାଜଶ୍ରୀ ସ୍ୱାଇଁ । ତାଙ୍କ ଘର ପୁରୀ ଜିଲ୍ଲା ରାମଚଣ୍ଡୀ ଅଞ୍ଚଳରେ । କ୍ୟାମ୍ପରେ ନିଜର ଦକ୍ଷତା ପରୀକ୍ଷା ଦେବାକୁ ଆସି ଟିମ୍‌ରୁ ବାଦ୍ ପଡ଼ିବା ପରେ ସେ ଅନ୍ତର୍ଦ୍ଧାନ ହୋଇଯିବା ଖବର ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସମେତ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତାଙ୍କ ମୋବାଇଲ୍ ନମ୍ବର ସୁଇଚ୍‌ଡ୍ ଅଫ୍ ରହିଥିବା ବେଳେ ତାଙ୍କ କଳା ରଙ୍ଗର ଆକ୍ଟିଭା ସ୍କୁଟି ( ଓଡ଼ି ୨ – ବିଏସ୍ – ୩୦୧୧ ) ଏବଂ ହେଲ୍‌ମେଟ୍ ଆଠଗଡ଼ ବନଖଣ୍ଡ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂରୁ ବ୍ରାହ୍ମଣବସ୍ତ ରାସ୍ତାର ତାଳଧଣ୍ଡି ରାସ୍ତାରେ ଏକ ଜଙ୍ଗଲ ନିକଟରୁ ମିଳିଥିଲା । ଗାଡ଼ି ଏବଂ ହେଲମେଟ୍ ମିଳିଥିଲେ ହେଁ ରାଜଶ୍ରୀଙ୍କର ସନ୍ଧାନ ମିଳିପାରିନାହିଁ । ରାଜଶ୍ରୀଙ୍କ ପତ୍ତା ନମିଳିବା ଘଟଣା ଓସିଏ କର୍ମକର୍ତ୍ତାଙ୍କୁ ଅଡ଼ୁଆରେ ପକାଇବା ସହ ସାଥୀ ଖେଳାଳି ଏବଂ ପରିବାର ଲୋକଙ୍କୁ ଆଶଙ୍କାରେ ଛନ୍ଦିଛି । ଓସିଏ ପକ୍ଷରୁ ମହିଳା କ୍ରିକେଟ୍ ଟିମ୍ କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ ଗତକାଲି ରାତିରେ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।  ଏତଲା ଆଧାରରେ ପୁଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୁଧାଂଶୁ ଜେନା କହିଥିଲେ । ତେବେ ଆଜି ଆଠଗଡ଼ ଗୁରୁଡ଼ିଝାଟିଆ ଜଙ୍ଗଲରେ ରାଜଶ୍ରୀଙ୍କ ଆତ୍ମହତ୍ୟା ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇ ଥିବାବେଳେ ନିଜ ପୈତୃକ ଭୁଆଁ ଗାଁରେ ଶୋକର ଛାୟା ଖେଳିଯାଇଛି।ରାଜଶ୍ରୀ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ବେଳେ ମାଆ ପୁରୀରେ ବାପା ଭୁବନେଶ୍ୱର ରେ କାମ ଧନ୍ଦା କରି  ଝିଅ ପାଇଁ ସୁନେଲି ସ୍ୱପ୍ନ ଦେଖିଥିଲେ କିନ୍ତୁ ବିଧିର ବିଧାନ ଓଲଟା ଥିଲା।ଯେଉଁ ଘରେ ରହୁଥିଲେ ପଲିଥିନ ଚାଦରରେ ଢାଙ୍କି ହୋଇଥିଲା। ରାଜଶ୍ରୀଙ୍କ ପରିବାର କହୁଲେ ସାନ ଭଉଣୀ ଓ ବାପା,ମାଆ।ଗାଁର ଆବାଳ ବୃଦ୍ଧ ବନିତା ରାଜଶ୍ରୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସମସ୍ତେ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

Nalco
Leave A Reply