Odisha news

ଅକାଧିକ ମାମଲାରେ ସମ୍ପୃକ୍ତ କୁଖ୍ୟାତ ଅପରାଧି ଗିରଫ

0

ଗୋପ ତା ୧୫/୧୦:  ଗୋପ ପୋଲିସ ଦ୍ଵାରା ଆଜି ଜଣେ କୁଖ୍ୟାତ ଅପରାଧି ଗିରଫ ହୋଇଛି । ତା ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବାବେଳେ ଗୋପ ଥାନାରେ ୮ ଗୋଟି ସଂଗୀନ ମାମଲା ତା ନାମରେ ରହିଛି । ଦୀର୍ଘ ଦିନ ହେଲା ୨ ଟି ମାମଲାରେ ଜଡିତ ଥାଇ ପୋଲିସ ଆଖିରେ ଧୂଳି ଦେଇ ଲୁଚି ବୁଲୁଥିବା ବେଳେ ଆଜି ସେ ତା ଘରେ ଥିବା କୌଣସି ସୂତ୍ର ରୁ ଗୋପ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ଖବର ପାଇ ତାଘର ଉପରେ ଆଜି ସକାଳୁ ଚଢାଉ କରି ତାକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ପୋଲିସ ସୂତ୍ର ରୁ ଜଣାପଡିଛି ଯେ ଗୋପ ଥାନା ଅଧିନ ରାହାଙ୍ଗଗୋରଡା ପଂଚାୟତ ସନ୍ତରସ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ପୁଅ ଗୁରୁ ପ୍ରସାଦ ବେହେରା ଗୋପ ସମେତ ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳ ସମେତ କଟକ,ଭୂବନେଶ୍ଵର ଆଦି ବିଭିନ୍ନ ଅଂଚଳରେ ଚୋରି, ଡକାୟତି,ରାହାଜାନି ପରି ବିଭିନ୍ନ ଅପରାଧମାନ କରି ଗିରଫ ହୋଇ ଜେଲ ଯାଇଥିବା ବେଳେ ତା ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ସେହିପରି ଗୋପ ଥାନାରେ ତା ନାମରେ ୨୦୦୮ ମସିହାରେ ୨ ଟି ମାମଲା ଥିବାବେଳେ ୨୦୧୧ରେ ଗୋଟିଏ,୨୦୧୫ରେ  ୨ଟି, ୨୦୧୬ ରେ ଗୋଟିଏ, ୨୦୨୦ରେ ଗୋଟିଏ ଏବଂ ୨୦୨୧ରେ ଗୋଟିଏ ମାମଲା ରହିଛି । ସେହିପରି ଆଉ ୨ ଟି ମାମଲାରେ ପୋଲିସ ଆଖିରେ ଧୂଳିଦେଇ ଘୂରି ବୁଲୁଥିବା ବେଳେ ନିମାପଡା କୋର୍ଟ ପ‍କ୍ଷରୁ ତାକୁ ଗିରଫ ପାଇଁ ସମନ ଜାରି ହୋଇଥିଲା । ତାକୁ ପୋଲିସ ଖୋଜୁଥିବା ବେଳେ ଆଜି କୌଣସି ସୂତ୍ରରୁ ଖବର ପାଇ ଗୋପ ଥାନା ଅଧିକାରୀ ସୁନିଲ ପ୍ରଧାନ ସଦଳବଳେ ତା ଘର ଉପରେ ଚଢାଉ କରି ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ଜଣାପଡିଛି ।

Ad2
Leave A Reply