Odisha news

ଶହ ଶହ ଏକର ଜଗନ୍ନାଥଙ୍କ ସମ୍ପତି ଉପରେ ଆନ୍ଧ୍ର ମାଛ ଚାଷୀଙ୍କ ଲୋଲୁପ ଦୃଷ୍ଟି,ପୋଖରୀ ଖୋଳି ହଡପ କରୁଛନ୍ତି ସମ୍ପତ୍ତି, ଜିଲ୍ଲାପ୍ରଶାସନର ନିଘନାହଁ !

0

ଗୋପ : ଗୋପ ତହସିଲ ଅଞ୍ଚଳରେ କୋଟି କୋଟି ଟଙ୍କାର ଜଗନ୍ନାଥ ମହାପ୍ରଭୁ କୋଟି କୋଟି ଟଙ୍କାର ସମ୍ପତ୍ତି ରୀତିମତ ହଡପ ଉଦ୍ୟମ ଚାଲିଛି,ଏଥିରେ ସ୍ଥାନୀୟ ରାଜସ୍ୱ ବିଭାଗର ବଡ଼ବଡ଼ିଆ କର୍ମଚାରୀଙ୍କର  ପ୍ରତ୍ୟକ୍ଷ ସମ୍ପୁକ୍ତି ଥିବାରୁ ଆନ୍ଧ୍ର ପ୍ରଦେଶରେ ଜମି ମାଫିଆ ମାନେ ସ୍ଥାନୀୟ କିଛି ଦଲାଲଙ୍କ ହାତ କରି ଜମି ନିଜ ଅକ୍ତିଆରକୁ ମାଛ ପୋଖରୀ ଖୋଳି ଚାଲିଛନ୍ତି।ଜଗନ୍ନାଥ ମହାପ୍ରଭୁଙ୍କ ଜମିରକ୍ଷଣା ବ୍ୟକ୍ଷଣ ଦାଇତ୍ୱ ରାଜସ୍ୱ ବିଭାଗ ହାତରେ ଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଲକ୍ଷ ଲକ୍ଷ ଟଙ୍କା ନେଇ ଆନ୍ଧ୍ର ମାଫିଆଙ୍କ ହାତ ଟେକି ଦେଇଛି।ଯାହାକୁ ନେଇ ଜଗନ୍ନାଥ ପ୍ରେମୀ,ବୁଦ୍ଧି ଯିବି ଓ ସ୍ଥାନୀୟ କୃଷକ ମାନଙ୍କ ମହଲରେ ଜନ ଅସନ୍ତୋଷର ଦାନା ବାନ୍ଧୁଛି।କାରଣ ଆନ୍ଧ୍ର ଜମି ମାଫିଆ ମାନେ ସୁଉଚ୍ଚ ବନ୍ଧ ନିର୍ମାଣ କରି ଶହ ଶହ ଏକର ରେ ମାଛ ପୋଖରୀ ଖୋଳି ଦେବା ଦ୍ୱାରା ଜଳ ନିଷ୍କାସନ ହୋଇ ନପାରିବାରୁ ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଚାଷ ଉଜୁଡି ଯାଉଛି।ଖାଲି ଚାଷଜମି ଜଳମଗ୍ନ ହେଉଛି ବରଉ ମାଛ ପୋଖରୀର ରାସାୟନିକ ପାଣି ନିକଟସ୍ଥ ନୂଆନାଇକୁ ଅବାଧରେ ଛାଡି ଦେଉଥିବାରୁ ଏହି ପାଣି ପିଇବାକୁ ଯାଉଥିବା ଗୋରୁ ଗାଈ ମୃତ୍ୟୁ ବରଣ କରିଥିବା ବେଳେ ସ୍ଥାନୀୟ ଲୋକମାନେ ନଦୀ ପାଣି ବ୍ୟବହାର କରି ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହେଲେବି ଏଥିପ୍ରତି କୌଣସି ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି। ପୁରୀ ଜିଲ୍ଲା ଗୋପ ତହସିଲ ଅନ୍ତର୍ଗତ ମହାପୁରୁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଓରୁଆଳି,ଉଛୁପୁରୁ,ମହାପୁରୁ, ସାଙ୍ଗେଣା,ସିଆରୋ ପୋଡପଡା, ମାର୍କଣ୍ଡପୁର,ପଲ୍ଲୀ ପ୍ରଭୁତି ମୌଜାର ସହ ଏକର ଜଗନ୍ନାଥଙ୍କର ଜମି ଏବେ ଆନ୍ଧ୍ର ଜମି ମାଫିଆଙ୍କ ହାତରେ।ସୂଚନା ଥାଉକି ୨୦୧୫ରୁ ୨୦୧୭ ମସିହା ମଧ୍ୟରେ ପ୍ରଶାସନ ପକ୍ଷରୁ ମଛାପୋଖରୀ ଉଛେଦ କରାଯାଇଥିଲେ ମଧ୍ୟ ପୁନର୍ବାର କାହା ସୁପରିସୀରେ ଉକ୍ତ ପୋଖରୀ ମାଫିଆଙ୍କ ହାତକୁ ଯାଇଛି।ଏଥିପ୍ରତି ଜଗନ୍ନାଥ ମନ୍ଦିର ଏଣ୍ଡାମେଣ୍ଟ କମିଶନର,ପୁରୀ ଜିଲ୍ଲା ପାଳ, ରାଜସ୍ୱ ମନ୍ତ୍ରୀ, ସଚିବ ଓ ୫ଟି ସଚିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରଭୁ  ଜଗନ୍ନାଥଙ୍କ ସମ୍ପତି ଆନ୍ଧ୍ର ମାଫିଆଙ୍କ କବଜାରୁ ମୁକ୍ତି ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply