Odisha news

ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ୯ହଜାର ୫୦୦କିମି ଚାଲି ଗୋପରେ ପହଞ୍ଚିଲେ ସତ୍ୟବ୍ରତ

0

ଗୋପ : ଓଡ଼ିଶାକୁ  ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ୯ ହଜାର ୫ଶହ କିମି ପଦ ଯାତ୍ରା କରି ଗୋପ ବ୍ଲକରେ ପହଁଚିଛନ୍ତି ଯୁବକ ସତ୍ୟବ୍ରତ ଦାସ ।  ୩୧୪ ବ୍ଲକ ଛୁଇଁବା ନିମନ୍ତେ ଅଭିଯାନରେ ବାହାରିଥିବା ଜଗତସିଂହପୁର ବାଲିକୁଦା ବ୍ଲକ ସତ୍ୟବ୍ରତ ଦାସ ୩୦୧ ବ୍ଲକ ଅତିକ୍ରମ କରି ଗୋପବ୍ଲକ ରେ ପହଞ୍ଚିଛନ୍ତି । ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କ ଜରିଆରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ନିମନ୍ତେ ଦାବିପତ୍ର ରାଷ୍ଟ୍ରପତିଙ୍କ ପାଖକୁ ପଠାଇଛନ୍ତି । ୨୦୧୯ ମସିହା ଜୁଲାଇ ୧୦ତାରିଖରୁ ସେ ଏହି ଅଭିଯାନରେ ଯାଜପୁର ବ୍ଲକ ବଡଚଣାରୁ ବାହାରିଛନ୍ତି । ଯାଜପୁରରୁ ବାହାରିବା ପରେ କେନ୍ଦ୍ରାପଡ଼ା , ଭଦ୍ରକ , ବାଲେଶ୍ୱର , ମୟୂରଭଞ୍ଜ , କେଉଁଝର , ସୁନ୍ଦରଗଡ , ଝାରସୁଗୁଡା , ସମ୍ବଲପୁର , ୨୬ ଟି ଜିଲା ଅତିକ୍ରମ କରି ପୁରୀ ଜିଲ୍ଲାରେ ଯାତ୍ରା ଜାରି ରହିଛି । ୫୪୮ ଦିନରେ ପହଞ୍ଚିଥିବା ପଦଯାତ୍ରାରେ ଗୋପ ବ୍ଲକକୁ ମିଶାଇ ୩୦୨ନମ୍ବର ବ୍ଲକରେ ସେ ପହଞ୍ଚି ସାରିଛନ୍ତି । ପ୍ରାୟ ୯ ହଜାର ୫୦୦ କିଲୋମିଟର ଏହି ପଦଯାତ୍ରାରେ ଲୋକଙ୍କୁ ସଚେତନ କରିଛନ୍ତି । ଆଗକୁ ଏହି ପଦଯାତ୍ରା ସଫଳ କରିବାକୁ ଲକ୍ଷ୍ୟ ରହିଛି ବୋଲି ସତ୍ୟବ୍ରତ କହିଛନ୍ତି ।ବିଭର୍ଣ୍ଣ ସ୍ଥାନରେ ସ୍ଥାନୀୟ ଜନସାଧାରଣ ମାନେ ସହଯୋଗ କରିଥିବ କହିଛନ୍ତି ସତ୍ୟବ୍ରତ।।

Leave A Reply