ଗୋପ : ଗୋପ ବ୍ଲକ୍ର ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ ସ୍ଥାନରେ ପ୍ରଶାସନ ରିଲିଫ୍ ପହଞ୍ଚାଇପାରିନଥିବାବେଳେ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ସୃଷ୍ଟି ହୋଇଛି । ଶନିବାର ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ଡ଼ଭାର ଗ୍ରାମରେ ୩୦୦ରୁ ଉଦ୍ଧ୍ୱର୍ ପରିବାରଙ୍କୁ ରିଲିଫ୍ ବଣ୍ଟନ କରାଯାଇଥିବା ଜଣାପଡ଼ିଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦକ ଜ୍ୟୋତିରଞ୍ଜନ ମହାପାତ୍ର ଯୋଗ ଦେଇ ବିଭିନ୍ନ ସମୟରେ ଦୁଃସ୍ଥ ଅସହାୟ ଲୋକଙ୍କ ନିକଟରେ ସେବା ପହଞ୍ଚାଇବା ଅଲ୍ ଇଣ୍ଡିଆ ଫରୱାଡ଼୍ ବ୍ଲକ୍ର କର୍ତ୍ତବ୍ୟ ଓ ଦାୟିତ୍ୱ ।

ବିଭିନ୍ନ ସମୟରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାବେଳେ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଥିବା ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ଜିଲା ସଂପାଦକ ଜିତେନ୍ଦ୍ର ବେହେରା, ମିଟୁ ମହାପାତ୍ର, ସୌମ୍ୟରଞ୍ଜନ, ରବିନ୍ଦ୍ର ମୁଦୁଲି ପ୍ରମୁଖ ଯୋଗ ଦେଇ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here