Odisha news

ଭାଙ୍ଗିବ କୁଶଭଦ୍ରା ନଦୀର ରାମଚଣ୍ଡୀ-ଖାଲକଟା ପାଟଣା ଘେରବନ୍ଧ , ବନ୍ୟାରେବୁଡିବ ଦୁଇ ପଂଚାୟତ : ଜଳସମ୍ପଦ ବିଭାଗର ବାହାଘର ବେଳେ ବାଇଗଣ ପୋଡା

0
ଗୋପ : ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହିଇଥିବାବେଳେ ପୁରିଜିଲା ଗୋପ ବ୍ଲକରେ କୁଶଭଦ୍ରା ନଦୀରେ ବନ୍ୟା ପରିସ୍ଥିତି ଉଦୁବେଗଜନକ ରହିଛି।ନିମାପଡା ଜଳସେଚନ ବିଭାଗ ପକ୍ଷରୁ ବାହାଘର ବେଳେ ବାଇଗଣ ପୋଡା ନୀତିରେ ଭରା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଦୃବଳ ନଦୀବନ୍ଧ ଉପରେ ଡ୍ରୋଜର ଲଗାଇ ଗଳିଆ ପକାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଜାହାକୁନେଇ ଉପକୂଳର୍ବୀ ତଳିଆ ଅଞ୍ଚଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ବିଶେଷ କରି ନିମାପଡା ଜଳସେଚନ ବିଭାଗ ଅନ୍ତର୍ଗତ କୁଶଭଦ୍ରା ନଦୀର ରାମଚଣ୍ଡୀ-ଖାଲାକଟାପାଟଣା ଘେରିବନ୍ଧ ଭାଙ୍ଗିବା ଭଳି
ପରିସ୍ଥିତି ସୃଷ୍ଟି ହୋଇଛି।ଖାଲକଟା ପାଟଣା ଗାଁ ସମେତ ଟିକାନ ଓ ସୁତନ, ତରକର ପଂଚାୟତ ବାହ୍ୟଜଗତରୁ ବିଛିନ୍ନ ହେବା ଏକପ୍ରକାର ନିଶ୍ଚିତ ହୋଇଛି।ଏହି ଘେରିବନ୍ଧର ବିଭିନ୍ନ ସ୍ଥାନରେ ପ୍ରାୟ କେଉଁଠି ବନ୍ଧ ବୁଡିବାକୁ 1ପୁଟ ଅଛି ତ କେଉଁଠି ଦେଢପୁଟ ଅଛି।ଜାହାକୁନେଇ ଲୋକମାନେ ରାତିଅନିଦ୍ରା ହୋଇ ବନ୍ଧ ଜଗିରହିଛନ୍ତି।ସବୁଠାରୁ ଦୁଃଖର କଥା ଜଳସମ୍ପଦ ବିଭାଗୀୟ ଅଧିକାରୀ କି ସ୍ତାନୀୟ ନେତାମାନଙ୍କର ଦେଖା ନଥିବାକୁ ନେଇ ଲୋକମାନେ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।
ସୂଚନା ଥାଉକି ଗୋପ କୁଶଭଦ୍ରା ନଦୀର ବାମ ପାର୍ଶ୍ୱ ବନ୍ଧ ୧୪ କୋଟି ଟଙ୍କା ବେୟ ବରଦରେ  ସୁଦୃଢ଼ୀ କାରଣ କରାଯାଇ ଥିବାବେଳେ ଗୋପ ବଜାର ବଣିଆ ସାହି ନଦୀବନ୍ଧ ବିପଦ ସଂକୁଳ ଅବସ୍ଥାରେ ରହିଛି।ବିଭିନ୍ନ ସ୍ଥାନରେ ବଡ ବଡ ଘଳିଆ ସୃଷ୍ଟି ହୋଇଛି।ତେବେ ଏହି ଘଳିଆକୁ ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ଏକ ଡୋଜର ଲଗାଇ ବନ୍ଦ କରାଯାଉଛି।ଜନସାଧାରଣଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ତୁରନ୍ତ ଏଦିଗରେ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି।
Leave A Reply