ବାଲୁଖଣ୍ଡ ଅଭୟାରଣ୍ୟରେ ବେଆଇନ ଡ୍ରମ୍ପିୟାର୍ଡ କୁ ନେଇ ଜନସ୍ୱାର୍ଥ ମାମଲା , ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟଙ୍କ ରହିତାଦେଶ
ଗୋପ : ବାଲୁଖଣ୍ଡ-କୋଣାର୍କ ବଣ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ବେଆଇନ ଡମ୍ପିଂୟାର୍ଡ ନିର୍ମାଣ ନେଇ ମାନ୍ୟବର ହା କୋର୍ଟରେ ଦାୟର w.p.c case no-22946/2020.ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶଣାଣି କରି ସ୍ଥିତାବସ୍ଥା ଜାରି କରିଛନ୍ତି। କୋଣାର୍କ ଏନ୍ଏସି ଅନ୍ତର୍ଗତ ହେଲିପ୍ୟାଡ ନିକଟରେ ନିର୍ଦ୍ଦିଷ୍ଟ ଦୁଇଟି ପ୍ଲଟ ଉପରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ ରହିଥିବା ବେଳେ ଏହି ଜମି ଉପରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇ ପାରିବ ନାହିଁ ଓ ସ୍ଥିତାବାସ୍ଥା ବଜାୟ ରଖାଯିବ ବୋଲି ଖଣ୍ଡପୀଠ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ୧୭ଜଣ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଓଡ଼ିଶା ବାୟୋଡାଇଭର୍ସିଟି କଞ୍ଜରଭେସନ୍ ଫାଉଣ୍ଡେସନ୍ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶଣାଣି କରି କୋର୍ଟ ଏପରି ନିର୍ଦ୍ଦେଶ ଦେଇ ମାମଲାର ପରବର୍ତ୍ତୀ ଶଣାଣି ଅଗଷ୍ଟ ୪କ ଧାର୍ଯ୍ୟ କରିଛନ୍ତି।
କୋଣାର୍କ ଏନ୍ଏସି ୨ ଟିପିଡି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ନିର୍ମାଣ ପାଇଁ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ କୁ ଲାଗିରହିଥିବା ଖାତା ନମ୍ବର ୪୧୫, ପ୍ଲଟ ନମ୍ବର ୧୫୯୯ ଓ ୧୬୦୨ ଉପରେ ନିର୍ମାଣ କରାଯାଉଥିବା ଜମି ବାଲୁଖଣ୍ଡ କୋଣାର୍କ ବଣ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳ ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି ଅଭିଯୋଗ ହୋଇଥିଲା। ୧୯୮୭, ସେପ୍ଟେମ୍ବର ୧ରେ ବଣ୍ୟଜନ୍ତୁ ସରୁକ୍ଷା ଆଇନର ଧାରା ୧୮ ଅନୁସାରେ ବାଲୁଖଣ୍ଡ କୋଣାର୍କ ଅଭୟାରଣ୍ୟ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅଭୟାରଣ୍ୟ ଘୋଷିତ ଅଞ୍ଚଳ ସରୁକ୍ଷିତ ଅଞ୍ଚଳ ହୋଇଥିବା ନିର୍ମାଣ କାର୍ଯ୍ୟ ଉପରେ ଉପରେ ଅଙ୍କୁଶ ରହିଛି ବୋଲି ସପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଅଭୟାରଣ୍ୟ ସୀମାର ୫ଶହ ମିଟର ଭିତରେ ଥିବା ଅଞ୍ଚଳ ଇକୋ ସେନ୍ସିଟିଭ୍ ଜୋନ୍ ଭାବେ ଗ୍ରହଣ କରାଯିବ ଓ ଏହି ଜୋନରେ କୌଣସି ପ୍ରକାର ନିର୍ମାଣ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କୌଣସି ନୂଆ ନିର୍ମାଣ ଏହି ଅଞ୍ଚଳରେ କରାଯାଇ ପାରିବ ନାହିଁ।
ଏହି ନିୟମ କୁ ଖୋଲାଖୋଲି ଉଲ୍ଳଂଘନ କରି ପରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏହି ଜମି ସ୍ଥିର କରାଯାଇଥିଲା। ଏ ନେଇ ଟେଣ୍ଡର ଆହ୍ବାନ କରାଯାଇ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା। ନିର୍ମାଣ ଚାଲିଥିବା ପ୍ଲଟ ୧୫୯୯ ଓ ୧୬୦୨ ଦୁଇଟି ବାଲୁଖଣ୍ଡ-କୋଣାର୍କ ବଣ୍ୟଜନ୍ତୁ ଅଭୟାରଣ୍ୟ ପରିସରରେ ରହିଛି। ଏଥି ସହିତ ପ୍ଲଟ୍ ନମ୍ବର ୧୬୦୨ର ଅଂଶ ଇକୋ ସେନ୍ସିଟିଭ୍ ଜୋନ୍ ମଧ୍ୟରେ ରହିଥିବା ବେଳେ କୌଣସି
ପ୍ରକାର ନିର୍ମାଣ ଏହା ଉପରେ ଭକରାଯାଇ ପାରିବ ନାହିଁ ବୋଲି ଆବେଦନକାରୀ ଦର୍ଶାଇଥିବା ବେଳେ । ମାନ୍ୟବର ଉଚତମ ନ୍ୟାୟାଳୟ ରହିତାଦେଶ ଜରିକରିଛନ୍ତି ।ଓ ବି ସି ଏଫ ଟ୍ରଷ୍ଟର ସଭାପତି ବିନାୟକ ସ୍ବାଇଁ ହାଇକୋର୍ଟରେ ଆବେଦନ କରିବା ପରେ ମାନ୍ୟବର କୋର୍ଟ ରହିତାଦେଶ ଜାରିକରିଛନ୍ତି