ଗୋପ : ସୋମବାର ପୁରୀ ଜିଲାପାଳ ବଲୱନ୍ତ ସିଂ ଅଚାନକ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି କରୋନା ମୁକାବିଲାର ସମୀକ୍ଷା କରିଛନ୍ତି । ଏଥି ସହ କରୋନା ଲାଗି ନିଆଯାଇଥିବା ପଦକ୍ଷେପ ସଂପର୍କରେ ସ୍ଥାନୀୟ ଜନପ୍ରତିନିଧି, ଜନ ପ୍ରତିନିଧି, କାର୍ଯ୍ୟରତ କର୍ମଚାରୀଙ୍କ ଠାରୁ ପଚାରି ବୁଝିଛନ୍ତି । କରୋନା ମୁକାବିଲା ଲାଗି କର୍ମଚାରୀମାନଙ୍କୁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଜିଲାପାଳ ଶ୍ରୀ ସିଂ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚô ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ଉପସ୍ଥିତ ଥିବା ବରିଷ୍ଠ ଡ଼ାକ୍ତର ଜସ୍ମିନ୍ ଆଫ୍ରୋଜଙ୍କ ସହ ଆଲୋଚନା କରିଥିଲେ । ତତ୍ସହିତ ଡ଼ାକ୍ତରଖାନାରେ କିଭଳି ଭାବେ କରୋନା ମୁକାବିଲା ଲାଗି ପଦକ୍ଷେପ ନିଆଯାଇଛି ପଚାରି ବୁଝିଥିଲେ । ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷଣ କେନ୍ଦ୍ର କରିବା ଲାଗି ପ୍ରସ୍ତାବ ରହିଥିବାବେଳେ ଭିତ୍ତିଭୂମି ବୁଲି ଦେଖିଥିଲେ । ଏଥି ସହ କରୋନା ଲକ୍ଷଣ ଥିôବା ବ୍ୟକ୍ତିଙ୍କୁ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ସ୍ୱତନ୍ତ୍ର କୋଭିଡ଼୍ କେୟାର ସେଣ୍ଟରରେ ରଖିବା ଲାଗି ନିଦେ୍ର୍ଦଶ ଦେଇଥିଲେ । ଗୋପରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬ରେ ପହଞ୍ଚôଛି । ଆଗକୁ ଅଧିକ ସଂକ୍ରମଣ ହେବା ଆଶଙ୍କା ରହିଥିବାବେଳେ ଏବେଠାରୁ ପ୍ରସ୍ତୁତ ରହିବାକୁ ଉପସ୍ଥିତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ତତ୍ ସହିତ ଗୋପ ବ୍ଲକ୍ରେ କରୋନା ମୁକାବିଲା ଲାଗି କ’ଣ କ’ଣ ପଦକ୍ଷେପ ନିଆଯାଇଛି ଗୋପ ବିଡ଼ିଓ ଶ୍ରୀମତୀ ଦୀପ୍ତିରାଣୀ ଦାସଙ୍କ ଠାରୁ ପଚାରି ବୁଝିଥିଲେ । ଗୋପ ବ୍ଲକ୍ରେ ୩୧ଟି ପଞ୍ଚାୟତରେ କୋଭିଡ଼୍ କେୟାର ସେଣ୍ଟର ପ୍ରସ୍ତୁତି ସଂପର୍କରେ ପଚାରି ବୁଝିଥିଲେ ।
ପୂର୍ବରୁ ଗୋପ ବ୍ଲକ୍ରେ ଥିବା ବିଭିନ୍ନ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ କରାଯାଇଥିବା ୭୧ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ବା ସଂଗରୋଧ କକ୍ଷକୁ ବନ୍ଦ କରାଯାଇ ଟିକନା ବାତ୍ୟା ଆଶ୍ରୟସ୍ଥଳୀ, ମହଲପଡ଼ା ପଞ୍ଚାୟତର କୁଣ୍ଡିସ ବାତ୍ୟା ଆଶ୍ରୟସ୍ଥଳୀ, ଧୂମାଳ ପଞ୍ଚାୟତର କଲ୍ୟାଣ ମଣ୍ଡପ, ସୋରଭା ପଞ୍ଚାୟତର ଅଇଁଗୋଳ ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ, ବଣିଆସାହି ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯିବା ପାଇଁ ସ୍ଥିର କରାଯାଇଥିବା ବିଡ଼ିଓ ସୂଚନା ଦେଇଥିଲେ । ତତ୍ ସହିତ ପ୍ରାଥମିକ ଭାବେ ଯେଉଁ କରୋନା ସଂଦିଗ୍ଧ ବ୍ୟକ୍ତିଙ୍କୁ ଗୋପ ବାଳିକା ଉଚ୍ଚ ବିଦ୍ୟାଳୟ ଓ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ ରଖାଯିବା ଲାଗି ସ୍ଥିର କରାଯାଇଥିବା ସୂଚନା ଦେଇଥିଲେ । ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ମାନେ ଘର ଘର ବୁଲି ସମସ୍ତ ପରିବାର ସଦସ୍ୟଙ୍କ ତଥ୍ୟ ସଂଗ୍ରହ କରିବା ସହ କରୋନା ଲକ୍ଷଣ ଥିଲେ ସେ ସଂପର୍କରେ ରିପୋର୍ଟ ପ୍ରଦାନ କରିବା ପରେ ସେମାନଙ୍କୁ କୋଭିଡ଼୍ କେୟାର ହୋମ୍ରେ ରଖାଯିବ ବୋଲି ଶ୍ରୀମତୀ ଦାସ ସୂଚନା ଦେଇଥିଲେ । ଜିଲାପାଳଙ୍କ ଏହି ପରିଦର୍ଶନ ସମୟରେ ପୁରୀ ଜିଲା ମୁଖ୍ୟ ଚିକିସôାଧିକାରୀ ଡ଼ଃ. ସୁଜାତା ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡ଼ା, ପ୍ରଗତି ସହାୟକ ଯୋଗେନ୍ଦ୍ର ମହାକୁଢ଼, ସଂପ୍ରସାରଣ ଅଧିକାରୀ କୃତିବିଭା ମହାନ୍ତି, ସୁପରଭାଇଜର ସଂପଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
