Odisha news

ଫୋନ ପେ କର୍ମଚାରୀ କହି ଚାଷୀଙ୍କ ଠାରୁ ଲୁଟିଲେ ଲକ୍ଷାଧିକା ଟଙ୍କା

0

ଫୋନ ପେ କର୍ମଚାରୀ କହି ଚାଷିଙ୍କ ଆକାଉଣ୍ଟରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଏପରି ଏକ ଅଭିଯୋଗ ଆସିଛି ପୁରୀ ଗୋପ ଥାନା ଅନ୍ତର୍ଗତ ଗଣେଶ୍ୱରପୁର ଗ୍ରାମରେ । ଗଣେଶ୍ୱରପୁର ଗ୍ରାମର ଚାଷୀ ଚିତ୍ତ ରଞ୍ଜନ ବଡପଣ୍ଡା ତାଙ୍କ ସାଙ୍ଗଙ୍କ ନିକଟକୁ ୪୫୦୦ଟଙ୍କା ଫୋନ ପେ ଆପ୍ଲିକେସନ ଆକାଉଣ୍ଟ ମାଧ୍ୟମରେ ପଠାଇଥିଲେ । ମାତ୍ର କୌଣସି ତୃଟି ଯୋଗୁଁ ଚାଷିଙ୍କ ଆକାଉଣ୍ଟରୁ ଟଙ୍କା କଟିଥିବା ବେଳେ ତାଙ୍କ ସାଙ୍ଗଙ୍କ ଆକାଉଣ୍ଟରେ ଜମା ହୋଇ ନଥିଲା । ମାତ୍ର କିଛି ଘଣ୍ଟା ପରେ ଚାଷିଙ୍କ ମୋବାଇଲକୁ ଏକ ଫୋନ ଆସିଥିଲା ।

ଉକ୍ତ ବ୍ୟକ୍ତି ଜଣକ ଫୋନ ପେ କର୍ମଚାରୀ କହି କଟି ଥିବା ୪୫୦୦ଟଙ୍କା ସମ୍ପର୍କରେ ସୁଚନା ଦେଇଥିଲେ । ଉକ୍ତ ଫୋନ ପେ ବ୍ୟକ୍ତି ଜଣକ ଚାଷିଙ୍କୁ କହିଥିଲେ ଆପ କୁ ଫଲୋ କର । ଚାଷୀ ଜଣକ ଆପ୍ଲିକେସନ ଫଲୋ କରିବା ପରେ କିଛି ସମୟ ମଧ୍ୟରେ ୨୪ହଜାର ୯୯୧ ଟଙ୍କା ଲେଖାଏଁ ୨ ଥର କଟି ଯାଇଥିଲା । ଏ ନେଇ ଚାଷି ଜଣକ ନିଜ ସାଙ୍ଗଙ୍କ ପାଖକୁ ଯାଇ ପରାମର୍ଶ ନେବା ପରେ ସାଙ୍ଗ ଜଣକ ଉକ୍ତ ନମ୍ବରରେ ଫୋନ କରିବା ପରେ କଟି ଯାଇଥିବା ଟଙ୍କା ସମ୍ପର୍କରେ ଫୋନ ପେ ଠକ ଜଣକ ବିଶ୍ୱାସ ଜନ୍ମାଇ ପୁନ୍ନର୍ବାର ପୋ୍ରସେସ ଫଲୋ କରିବାକୁ କହିଥିଲା । ପୋ୍ରସେସ ଫଲୋ କରିବାର କିଛି ସମୟ ମଧ୍ୟରେ ପୂର୍ବବାର ୪୯ହଜାର ୯୯୧ଟଙ୍କା ନେଇଯାଇଥିଲା ।ଏ ନେଇଚାଷି ଚିତ୍ତ ରଞ୍ଜନ ଗୋପ ଷ୍ଟେଟ ବ୍ୟାଙ୍କରେ ଅଭିଯୋଗ କରିବା ପରେ ଜାଣିବାକୁ ପାଇଲେ ଏହା ଏକ ଫ୍ରଡ କାର୍ଯ୍ୟ ।

ଏ ନେଇ ଚିତ୍ତ ରଞ୍ଜନ ଗୋପ ଥାନାରେ ଏକ ଅଭିଯୋଗ କରିଛନ୍ତି । ଅଭିଯୋଗ କୁ ଭିତ୍ତି କରି ଗୋପ ଥାନା ଅଧରକାରୀ ସୁଧିର କୁମାର ସାହୁ ତଦନ୍ତ ଜାରି ରଖିଛନ୍ତି । ଅନ୍ୟ ପକ୍ଷରେ ଠକାମୀର ଶିକାର ହୋଇଥିବା ଚିତ୍ତ ରଞ୍ଜନ ନିଜର ପୁଅ ପାଠ ପଢାପାଇଁ ଗଛିତ ରଖିଥିବା କଷ୍ଟ ଉପାର୍ଜିତ ଧନକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ।

Leave A Reply

Your email address will not be published.