Odisha news

ସ୍ୱଚ୍ଛ ଭାରତ ଓ ବିଶ୍ୱ ଶାନ୍ତି ପାଇଁ ସାଇକେଲ ସାହାଯ୍ୟ ରେ ସାରା ଦେଶ ଭ୍ରମଣ କରୁଛନ୍ତି ୫୬ ବର୍ଷୀୟ ଉଦୟ

0

ଗୋପ: ବିଶ୍ୱର ଶାନ୍ତି ପାଇଁ ଓ ଭାରତକୁ ସ୍ୱଚ୍ଛ ରଖିବା ପାଇଁ ଗୋଟିଏ ସାଇକେଲ ସାହାଯ୍ୟ ରେ ସାରାଦେଶ ଭ୍ରମଣ କରି ଲୋକମାନଙ୍କୁ ବିଭିନ୍ନ ଛକ ବଜାରରେ ବାର୍ତ୍ତା ଯୋଗାଉଛନ୍ତି ଅହମଦାବାଦର ଉଦୟ ସିଂ । ଗୁଜୁରାଟ ଅହମଦାବାଦର ଉଦୟ ସିଂ ନାମକ ଜଣେ ୫୬ ବର୍ଷୀୟ ବ୍ୟକ୍ତି ଗୋଟିଏ ସାଇକେଲ ସାହାଯ୍ୟରେ ସାଢେ ୭ ମାସ ମଧ୍ୟରେ ସାଢେ ୩ ହଜାର କିମି ଭ୍ରମଣ କରି ପୁରୀ-କୋଣାର୍କ ଦେଇ ସୋମବାର ଦିନ ୧୦ଟା ସମୟରେ ସେ ଗୋପ ବଜାରରେ ପହଁଚିଥିଲେ ।

ସେ ଅହମଦାବାଦରୁ ବାହାରି ମହାରାଷ୍ଠ୍ର ଗୁଜୁରାଟ , ତାମିଲନାଡୁ, ତେଲେଙ୍ଗାନା ଓ ଓଡିଶାର ଅନେକ ଜିଲ୍ଲା ଏକ ସାଇକେଲ ସାହାର୍ଯ୍ୟରେ ବୁଲି କିଭଳି ଭାବରେ ନିଜେ ସ୍ୱଚ୍ଛ ରହିବେ ଓ ସମଗ୍ର ଅଞ୍ଚଳକୁ ସ୍ୱଚ୍ଛ ରଖିବେ ତାହାର ବାର୍ତ୍ତା ଦେଉଥିବା ବେଳେ ବିଶ୍ୱର ଶାନ୍ତି ପାଇଁ ସେ ଏବଳୀ ପ୍ରୟାସ କରିଛନ୍ତି ବୋଲି ଉଦୟ ସିଂ କହିଥିଲେ । ସାଇକେଲରେ ଏକ ସୋଲାର ପ୍ଲେଟ ଲଗାଇ ପ୍ରଚାର ପ୍ରସାର କରିବା ସହିତ ସାଇକେଲ ପଛରେ ନିଜର ବ୍ୟବହାରିକ ସାମଗ୍ରୀ ଓ ରାମ ଚନ୍ଦ୍ରଙ୍କ ଫଟୋକୁ ରଖି ସେ ଭ୍ରମଣ ଆରମ୍ଭ କରିଛନ୍ତି ।

ସେ କହିଛନ୍ତି ମୁଁ ରାତିରେ କିଛୀ ସମୟ ପାଇଁ ବିଶ୍ରାମ ନିଏ ଓ ଯାହା ମିଳେ ତାହା ଖାଇ ସମୟ ବିତାଇ ଦିଏ । ୫୬ ବର୍ଷରେ ଉଦୟ ସିଂ ଙ୍କ ଏଭଳୀ ପ୍ରୟାସ କୁ ଗୋପ ର ଅନେକ ଜନ ସାଧାରଣ ସାଧୁବାଦ ଜଣାଇଥିଲେ ।

Leave A Reply