Odisha news

ଗୁଗଲ୍‌ର ସାମାଜିକ ଦୂରତ୍ୱ ଆପ୍‌

0

କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ଗୁଗଲ୍‌ ‘ସୋଡର୍‌’ ନାଁରେ ‘ସୋସାଲ୍‌ ଡିଷ୍ଟାନ୍‌ସିଂ’ ଆପ୍‌ ଆଣିଛି । ଏହା ଦ୍ୱାରା ଲୋକେ ପରସ୍ପର ମଧ୍ୟରେ ଦୁଇ ମିଟର ଦୂରତ୍ୱ ରକ୍ଷା କରିପାରିବେ । କେହି ନିକଟତର ଥିଲେ ଏହା ଠିକ୍‌ ଭାବେ ଦୂରତ୍ୱ ରକ୍ଷା କରିବା ପାଇଁ ସଚେତନ କରିଥାଏ । ସୋଡର୍‌ େୱବ୍‌ଏକ୍ସଆର୍‌ ସାହାଯ୍ୟରେ ଚାରିଆଡୁ ଭୁର୍ଚଆଲ୍‌ ରିଙ୍ଗ୍‌ ତିଆରି କରେ ଯାହା ସ୍ମାର୍ଟଫୋନ୍‌ରେ ପ୍ରତିଫଳିତ ହୁଏ । ଯଦି କେହି ଏ ଭର୍ଚୁଆଲ୍‌ ରିଙ୍ଗ୍‌ ମଧ୍ୟକୁ ଆସନ୍ତି ଆପ୍‌ ସତର୍କ କରାଏ । ତେବେ ଏ ଆପ୍‌କୁ କେବଳ ଆଣ୍ଡ୍ରଏଡ୍‌ ଡିଭାଇସ୍‌ରେ ଗୁଗଲ୍‌ କ୍ରୋମ୍‌ରେ ହିଁ ବ୍ୟବହାର କରି ହେବ । ଗୁଗଲ୍‌ ‘ଏକ୍ସପେରିମେଣ୍ଟ’ ପ୍ରୋଜେକଫର ଏହା ଅଂଶବିଶେଷ ।

Leave A Reply