Odisha news

ମିଳିଲା ସୁନାର ପାହାଡ଼ : ମାଲାମାଲ ହେବା ପାଇଁ ଲାଗିଲା ଲୋକଙ୍କ ଭିଡ଼ , ଆସନ୍ତୁ ଜାଣିବା ପୁରା ଖବର

0

ନୂଆଦିଲ୍ଲୀ :ସୁନା ବିଷୟରେ ଶୁଣିଲେ ପ୍ରାୟ ସମସ୍ତ ଲୋକଙ୍କର ଲୋଭ ଆସିଥାଏ l ଯେତେବଡ଼ କୋଟିପତି ହେଲେ ମଧ୍ୟ ସେ ପାଇବାକୁ ଇଚ୍ଛା ରଖିଥାଏ l ଭାବିଲେ ଏପରି ସ୍ଥଳେ ଯଦି ମିଳିଯିବ ସୁନାର ପାହାଡ଼ ତେବେ କେତେ ଲୋକଙ୍କର ଭାଗ୍ୟ ବଦଳିଯିବ l  ମଧ୍ୟ ଆଫ୍ରିକାର କଙ୍ଗୋର ଗୋଟିଏ ପାହାଡ଼ ବିଷୟରେ ଜଣା ପଡିଛି ,ଯେଉଁଠି ୬୦ ରୁ ୯୦ ପ୍ରତିଶତ ସୁନା ଭରି ରହିଛି l

ମିଳିଥିବା ସୂଚନା ଅନୁସାରେ କଙ୍ଗୋର ପାହାଡ଼ରୁ ସୁନା ଖୋଳୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା l ଜଣେ ପତ୍ରକାର ଟ୍ୱିଟର ଜରିଆରେ ଭିଡ଼ିଓଟିକୁ ସେୟାର କରି କହିଥିଲେ ଯେ କଂଗୋରୁ ମିଳିଛି ସୁନାର ପାହାଡ଼ ,ଏଠାକାର ଗ୍ରାମୀଣ ବର୍ତମାନ ହୋଇଯିବେ କୋଟିପତି l

କଙ୍ଗୋର ଏହି ପାହାଡ଼ରେ ଲୋକଙ୍କ ଭିଡ଼ ଜମିବାରୁ ବର୍ତମାନ ଖଣି ବିଭାଗ କିଛିଦିନ ପାଇଁ ଏହାକୁ ବନ୍ଦ କରିଦେଇଛି l କଙ୍ଗୋର ସୁନା ଖଣି ଗୋଟିଏ ସାଧାରଣ କଥା ଦେଶର ଅଧିକାଂଶ ସ୍ଥାନରେ ସୁନାର ଖଣି ରହିଛି l ଖଣି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ବର୍ତମାନ ଖଣି ଗୁଡିକୁ ବନ୍ଦ କରି ଦିଆଯାଇଛି l ପରେ ଏହାର ମାନକୁ ତଦାରଖ କରି ସରକାରୀ ଭାବରେ ସରକାରଙ୍କୁ ହସ୍ତଗତ କରାଯିବ l କଂଗୋରୁ ମଧ୍ୟ ସୁନା ବାହାରକୁ ସ୍ମଗଲିଙ୍ଗ ହୋଇଥାଏ l ତେଣୁ ଏହା ଉପରେ ସେଠାକାର ସରକାରଙ୍କ ଅଙ୍କୁଶ ଲାଗିଛି l

Leave A Reply