Odisha news

୨୦୩୫ ସୁଦ୍ଧା ଶେଷ ହୋଇଯିବ ସୁନା

0

ଲଗାତର ସୁନାଦର ବୃଦ୍ଧି ପାଉଥିବାରୁ ପ୍ରଶ୍ନ ଉଠୁଛି ସୁନା ଶେଷ ହୋଇଯିବ କି ? ବିଶେଷଜ୍ଞମାନେ କିଛିଦିନ ହେବ ସୁନା ଶେଷ ହୋଇଯିବା କଥା କହୁଛନ୍ତି । ଏହାକୁ ପିକ୍‌ ଗୋଲï କୁହାଯାଏ ଅର୍ଥାତ ଯେଉଁ ଅବସ୍ଥାରେ ଖଣିରୁ ପୂରା ସୁନା ଶେଷ ହୋଇଆସିଥିବ । ୱାଲïର୍ ଗୋଲï କାଉନ୍‌ସିଲ୍‌ (ଡବ୍‌ଲୁ୍ୟଜିସି) ରିପୋର୍ଟ ଅନୁସାରେ ୨୦୧୯ରେ ପୂରା ଦୁନିଆରୁ ପ୍ରାୟ ୩୫୩୧ ଟନ୍‌ ସୁନା ବାହାର କରାଯାଇଥିଲା । ସୁନା ଖନନ କମ୍‌ ହେବା ସହ ନୂଆ ଖଣି ସନ୍ଧାନରେ ମଧ୍ୟ ଅସୁବିଧା ହେବ କାରଣ ଦିନକୁ ଦିନ ସୁନା ହ୍ରାସ ପାଉଛି । ଡବ୍‌ଲୁ୍ୟଜିସି ଅନୁସାରେ ମାଟି ତଳେ ପ୍ରାୟ ୫୪,୦୦୦ ଟନ୍‌ ସୁନା ଅଛି । ଏ ପର୍ଯ୍ୟନ୍ତ ଖନନ କରାଯାଇଥିବା ସୁନାର ଏହା ୩୦% । ଗୋଲïମ୍ୟାନ୍‌ ସ୍ୟାଶ୍‌ ଅନୁସାରେ ୨୦୩୫ରେ ଭୂଗର୍ଭରୁ ସୁନା ଶେଷ ହୋଇଯିବ । ନୂଆ ସୁନା ଖଣି ସନ୍ଧାନ ହୋଇ ନ ପାରିବାରୁ ବର୍ତ୍ତମାନ ଏପରି ସମସ୍ୟା ଦେଖାଦେଇଛି ।ବୈଜ୍ଞାନିମାନେ ଏବେ ଚନ୍ଦ୍ରରେ ସୁନା ଖଣିର ସନ୍ଧାନ ନେଇଛନ୍ତି । ଚନ୍ଦ୍ର-ସୁନାକୁ ରିସାଇକିଲ୍‌ କରାଯାଇପାରିବ ।

Nalco
Leave A Reply